କଳାହାଣ୍ଡି, ୧।୬: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଜାତୀୟ ରାଜପଥ ୨୬ ଉପରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଘଟଣା । ବର୍ତ୍ତମାନ ଯୁବକଙ୍କ ପରିଚୟ ଜଣାପଡ଼ିଛି । ଯୁବକ ଜଣକ ଜଣେ ଏଏସ୍ଆଇ ହୋଇଥିବା ବେଳେ ତାଙ୍କ ନାଁ ପବିତ୍ର ଗୋଲାପି ଓ ଘର କୋରାପୁଟ ଜିଲ୍ଲାରେ ବୋଲି ସୂଚନା । ମୃତ ଏଏସ୍ଆଇ ପବିତ୍ର ଗୋଲାପି କଳାହାଣ୍ଡି ଜିଲ୍ଲା କେଗାଁ ଥାନାରେ କାର୍ଯ୍ୟରତ ଥିଲେ ପରେ ନିଲମ୍ବିତ ହୋଇ ଭବାନୀପାଟଣା ରିଜର୍ଭ ପୁଲିସ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ ।
ଘଟଣାସ୍ଥଳରେ ଅତିରିକ୍ତ ଏସପି ଓ ତାଙ୍କ ଟିମ୍ ସହିତ ତଦନ୍ତ ଆରମ୍ଭ କରିଛନ୍ତି । ଏପଟେ ମୃତ ଏଏସ୍ଆଇଙ୍କ ସାନଭାଇ ନରେନ୍ଦ୍ର ଗୋଲାପି ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିବା ଗଣମାଧ୍ୟମକୁ କହିଛନ୍ତି । ଅର୍ଦ୍ଧ ଦଗ୍ଧ ଶବକୁ ପୋଲିସ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିବା ବେଳେ ପରିବାର ବର୍ଗ ମଧ୍ୟ କୋରାପୁଟରୁ ଆସି ପହଞ୍ଚିଛନ୍ତି ।