ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମହାକୁମ୍ଭରେ ସ୍ନାନ କରିଛନ୍ତ ବିଶ୍ୱର ଅଧା ହିନ୍ଦୁ, ରିଲ୍ସ, ପ୍ରଚାର ମୁଖ୍ୟ କାରଣ

Published By : Krishna Priya | February 24, 2025 8:30 AM

ପ୍ରୟାଗରାଜ ୨୪/୦୨: ‘ମହାକୁମ୍ଭ ଆସି ଭବ୍ୟତା ଦେଖି ମନ ଖୁସି ହୋଇଗଲା । ମୋ’ ଝିଅ ତାର ୨ ମାସର ପୁଅକୁ ନେଇ ହରିଆଣାରୁ ଆସିଛି । ଏହି ଅମୃତ ଯୋଗ ୧୪୪ ବର୍ଷ ପରେ ଯାଇ ଆସିବ, ତେଣୁ କୁନି ପୁଅକୁ ମଧ୍ୟ ସ୍ନାନ କରାଇବୁ ।’ ଉତ୍ତରପ୍ରଦେଶର ବନାରସରୁ ଆସିଥିବା ୫୫ ବର୍ଷୀୟ ଅନୁଜ ତିୱାରୀ ବଡ଼ ଗର୍ବର ସହିତ ଏକଥା କହନ୍ତି । ତାଙ୍କ ପରିବାରର ମୋଟ ୭ ଜଣ ମହାକୁମ୍ଭ ଆସିଛନ୍ତି । ସେହିପରି କେବଳ ଅନୁଜ ତିୱାରୀଙ୍କର ଚିନ୍ତାଧାରା ଏମିତି ନୁହେଁ, ୧୪୪ ବର୍ଷ ପରେ ଆସିଥିବା ମହାକୁମ୍ଭରେ ସ୍ନାନର ସୁଯୋଗ ହାତଛଡ଼ା ନ କରିବା ଲାଗି କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜ ପହଞ୍ଚିଛନ୍ତି । ରାଜ୍ୟ ସରକାର ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ୪୦ କୋଟି ଲୋକଙ୍କର ଆସିବାର ସମ୍ଭାବନା ବ୍ୟକ୍ତ କରିଥିଲେ । କିନ୍ତୁ ଆଶାଠାରୁ ୨୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ପହଞ୍ଚିଛନ୍ତି । ଏହି ପରିସଂଖ୍ୟାନ ସାରା ବିଶ୍ୱରେ ରହୁଥିବା ୧୨୦ କୋଟି ହିନ୍ଦୁଙ୍କର ୫୦ ପ୍ରତିଶତ । ଅର୍ଥାତ୍‌ ବିଶ୍ୱର ଅଧା ହିନ୍ଦୁ ସଙ୍ଗମରେ ସ୍ନାନ କରିସାରିଛନ୍ତି । 

ମହାକୁମ୍ଭରେ ଏତେ ସଂଖ୍ୟାରେ ଲୋକେ ପହଞ୍ଚିବାର ବିଭିନ୍ନ କାରଣ ରହିଛି । ସେଥିମଧ୍ୟରୁ ପ୍ରମୁଖ କାରଣ ହେଲା ଭବ୍ୟତା ଯାହାକି ରିଲ୍‌ସ ଓ ସୋସିଆଲ୍‌ ମିଡିଆରେ ଅପଲୋଡ୍‌ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ସୋସିଆଲ୍‌ ମିଡିଆର ବଡ଼ କଣ୍ଟେଣ୍ଟ କ୍ରିଏଟର୍ସମାନଙ୍କ ସହିତ ଲକ୍ଷ୍ନୌରେ ବୈଠକ କରିଥିଲେ । ସେଥିରେ ୧୦୦ରୁ ଅଧିକ କଣ୍ଟେଣ୍ଟ କ୍ରିଏଟର୍ସ ସାମିଲ ହୋଇଥିଲେ । ସେମାନେ କୁମ୍ଭ ସହ ଜଡିତ ରିଲ୍ସ, ଭିଡିଓକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ଆଖଡ଼ାଗୁଡିକ କୁମ୍ଭନଗରୀ ଆସିବା ପରେ ଟ୍ରେଣ୍ଡିଙ୍ଗ୍‌ ପ୍ରସଙ୍ଗ ପାଲଟିଗଲା ମହାକୁମ୍ଭ । ସାରା ଦେଶର ଅନେକ ଛୋଟ ବଡ଼ ଇନ୍‌ଫ୍ଲୁଏନ୍ସର ମହାକୁମ୍ଭ ଆସି ଏଥି ସଂପର୍କିତ ରିଲ୍ସ ପୋଷ୍ଟ କଲେ । ପ୍ରତି ଭିଡିଓ ସହିତ ଲୋକଙ୍କୁ ଏହି ମହା ଆୟୋଜନରେ ସାମିଲ ହେବାକୁ ଆହ୍ୱାନ କରାଯାଇଥିଲା । ରିଲ୍ସରେ ମହାକୁମ୍ଭର ଭବ୍ୟତାକୁ ଦେଖି ଅନେକ ମେଳାକୁ ଆସିଥିଲେ ।

ମହାକୁମ୍ଭ ୧୪୪ ବର୍ଷ ପରେ ଆସିବ ଏକଥା ବି ଅନେକଙ୍କ ଆଗ୍ରହକୁ ବଢ଼ାଇଥିଲା । ନିଜ ଜୀବନକାଳ ମଧ୍ୟରେ ଏହି ସମୟ ଆସିଥିବାରୁ ଲୋକେ ନିଜକୁ ଭାଗ୍ୟବାନ ମନେ କରିବା ସହିତ ତ୍ରିବେଣୀରେ ପବିତ୍ର ସ୍ନାନ କରିବାକୁ ଭିଡ଼ ଲଗାଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ମହାକୁମ୍ଭର ଜୋରସୋର୍‌ରେ ପ୍ରଚାର କରାଯାଇଥିଲା । ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିଲା ମହାକୁମ୍ଭ । କିନ୍ତୁ ପ୍ରଚାର ୬ ମାସ ପୂର୍ବରୁ ଆରମ୍ଭ ହୋଇଯାଇଥିଲା । ‘ଚଲୋ କୁମ୍ଭ ଚଲେଁ’ ଟ୍ୟାଗଲାଇନ୍‌ ସହିତ ପୂରା ଦେଶର ଲୋକଙ୍କୁ ପ୍ରୟାଗରାଜ ଆସିବାକୁ ଆମନ୍ତ୍ରଣ କରାଯାଇଥିଲା । ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ, ଅନ୍ୟ ରାଜ୍ୟରେ ବ୍ୟାନର-ହୋର୍ଡିଂ ଲଗାଯାଇଥିଲା । ଦିଲ୍ଲୀ ମେଟ୍ରୋରେ କୁମ୍ଭ ସହ ଜଡି଼ତ ପୋଷ୍ଟର ଲଗାଯାଇଥିଲା । ତାର ଟ୍ୟାଗ୍‌ଲାଇନ୍‌ ରହିଥିଲା ‘ଜୟତୁ ମହାକୁମ୍ଭ, ଜୟତୁ ସନାତନ’ । କୁମ୍ଭର ପ୍ରମୁଖ ସ୍ନାନ ପର୍ବକୁ ବି ହାଇଲାଇଟ୍‌ କରାଯାଇଥିଲା । ବିଭିନ୍ନ ସହରର ଡିଜିଟାଲ୍‌ ସ୍କ୍ରିନ୍‌ ଥିବା ସ୍ଥାନରେ କୁମ୍ଭ ସମ୍ବନ୍ଧିତ ଭିଡିଓ ପ୍ରଦର୍ଶନ ହୋଇଥିଲା । ସେପଟେ ଶ୍ରଦ୍ଧାଳୁମାନେ ସ୍ନାନ ପରେ ନିଜର ଫଟୋକୁ ସୋସିଆଲ୍‌ ମିଡିଆରେ ସେୟାର କରିଥିଲେ । ଏହାଦେଖି ଅନ୍ୟମାନେ ମହାକୁମ୍ଭକୁ ଆସିବାକୁ ପ୍ରେରିତ ହୋଇଥିଲେ । ଭିଭିଆଇପି, ସେଲିବ୍ରିଟିଙ୍କ ମହାକୁମ୍ଭ ବୁଡ଼ ମଧ୍ୟ ସାଧାରଣ ଲୋକଙ୍କୁ କୁମ୍ଭ ଆସିବାକୁ ପ୍ରେରିତ କରିଥିଲା । 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସଙ୍ଗମରେ ବୁଡ଼ ପକାଇଥିଲେ । ୟୁପି, ରାଜସ୍ଥାନ, ମଧ୍ୟପ୍ରଦେଶ ସମେତ ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ଅନେକ ରାଜ୍ୟର ରାଜ୍ୟପାଳ ଓ ମନ୍ତ୍ରୀ ସଙ୍ଗମ ସ୍ନାନ କରିଥିଲେ । ଏମାନଙ୍କ ବ୍ୟତୀତ ବ୍ୟବସାୟୀ ମୁକେଶ ଅମ୍ବାନୀ, ଗୌତମ ଆଦାନି, ଭୁଟାନର ରାଜା ଜିଗ୍‌ମେ ଖେସର ନାମଗ୍ୟେଲ୍‌ ୱାଙ୍ଗଚୁକ୍‌, ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ସମେତ ୭୭ଟି ଦେଶର କୂଟନୀତିଜ୍ଞ, ଅନେକ ଫିଲ୍ମ କଳାକାର ବି ବୁଡ଼ ପକାଇଥିଲେ । ଏହାକୁ ଦେଖି ସାଧାରଣ ଲୋକେ ସଙ୍ଗମରେ ସ୍ନାନ କରିବାକୁ ଉତ୍ସୁକତା ପ୍ରକାଶ କରିଥିଲେ । ଏସବୁ ବ୍ୟତୀତ ବଡ଼ ଧର୍ମଗୁରୁ ଓ ଜନପ୍ରତିନିଧିଙ୍କ ନିବେଦନକ୍ରମେ ଲୋକେ ମହାକୁମ୍ଭକୁ ଆସିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.