ପ୍ରମୂଖ ଖବର
  • ଏସିଆ କପ୍‌ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ,ସ୍ବର୍ଯ୍ୟକୁମାରଙ୍କ ନେତୃତ୍ବରେ ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଇବ ଭାରତ
  • ||
  • ଧାନ ତଳି ରୋଇବାକୁ ଯିବା ବେଳେ ଦୁର୍ଘଟଣା: ବାଇକ୍‌ରୁ ଖସିପଡିଲେ ଚାଷୀ, ଚାଲିଗଲା ଜୀବନ
  • ||
  • ଦୁର୍ନୀତିଖୋର ବାବୁଙ୍କ ଉପରେ ଭାରି ପଡ଼ୁଛି ଭିଜିଲାନ୍ସ; ବନ୍ଧା ହେଲେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା
  • ||
  • ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ, ୩ ଲକ୍ଷ ୧୦ ହଜାର ୮୩୯ ପିଲାଙ୍କୁ ବଣ୍ଟନ ହେବ
  • ||
  • ଉପରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣ ଭାରତ ଲଢ଼େଇ, ବି. ସୁଦର୍ଶନ ରେଡ୍ଡୀ ହେଲେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ
  • ||
  • ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଅଭିଯୋଗ; ଅଭିଯୁକ୍ତକୁ ଆନ୍ଧ୍ରରୁ ଉଠାଇଆଣିଲା ନରସିଂହପୁର ପୁଲିସ
  • ||
  • 'ଥ୍ରୀ ଇଡିଅଟ୍‌' ଫିଲ୍ମ ପ୍ରଫେସର ଅଚ୍ୟୁତ ପୋତଦାରଙ୍କ ଦେହାନ୍ତ
  • ||
  • ଯାଜପୁର : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ ନୀତି
  • ||
  • ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ, କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ
  • ||
  • ଅବପାତ ପ୍ରଭାବ; ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୨୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
  • ||
  • ସମ୍ବଲପୁର ଧନୁପାଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଏମ୍‌ଡି ସାମଦ ବାମ ଗୋଡ଼ ବାଜିଲା ଗୁଳି
  • ||

ହମାସ ପ୍ରସ୍ତୁତ...ଏବେ ଇସ୍ରାଏଲକୁ ନେବାକୁ ହେବ ଫାଇନାଲ ନିଷ୍ପତ୍ତି.. ଗାଜାରେ ହେବ ଯୁଦ୍ଧବିରତି

Published By : Ankita S | August 19, 2025 1:01 PM

ନୂଆଦିଲ୍ଲୀ,୧୯/୦୮: ଗାଜାରେ ଗତ ୨୨ ମାସ ହେବ ଚାଲିଛି ରକ୍ତପାତ ସଂଘର୍ଷ । ଏହାରି ଭିତରେ ଏକ ଭଲ ଖବର ସାମ୍ନାକୁ ଆସିଛି । ହମାସ ଆରବ ଦେଶ ପକ୍ଷରୁ ହୋଇଥିବା ଯୁଦ୍ଧବିରତି ପ୍ରସ୍ତାବକୁ ସ୍ୱୀକାର କରିଛି । ଏବେ ଇସ୍ରାଏଲକୁ ଫାଇନାଲ ନିଷ୍ପତ୍ତି ନେବାର ସମୟ ଆସିଛି । ଖୁବଶୀଘ୍ର ଗାଜା-ଇସ୍ରାଏଲ ଯୁଦ୍ଧରେ ବିରାମ ଲାଗିବା ଆକଳନ କରାଯାଉଛି ।

ଏବେ ବି ଗାଜାରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ୨୦୨୩ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିଲା ଲଢେଇ । ଗାଜାରେ ଦିନକୁ ଦିନ ସ୍ଥିତି ଭୟଙ୍କର ହେଉଛି । ସବୁଠୁ ବୋମାର ଧ୍ୱଂସ ଲୀଳା, ଭୋକ ଓ ଅସହାୟତାର ଚିତ୍ର । ପ୍ରତିଦିନ ଆକାଶରୁ ମୃତ୍ୟୁ ଖସୁଛି । ୨୨ ମାସରେ ୬୨ ହଜାରରୁ ଅଧିକ ପାଲେଷ୍ଟିନୀୟଙ୍କର ମୃତ୍ୟୁ ହୋଇଛି । ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି । ଏହାରି ଭିତରେ ହମାସ ଏକ ବଡ ବୟାନ ଜାରି କରିଛି । ସେ ଆରବ ଦେଶ ଦ୍ୱାରା କରାଯାଇଥିବା ଯୁଦ୍ଧବିରାମ ପ୍ରସ୍ତାବକୁ  ସ୍ୱୀକାର କରିଛି । ଏହି ପ୍ରସ୍ତାବକୁ ଲାଗୁ କରିବାକୁ ଏବେ ଇସ୍ରାଏଲର ସହମତି ଦରକାର । ଗତମାସରେ ଆଲୋଚନା ବିଫଳ ହେବା ପରେ ଇସ୍ରାଏଲ ଗାଜା ପଟ୍ଟି ସମେତ ଅନ୍ୟ ଅଞ୍ଚଳ ଉପରେ ଆକ୍ରମଣ କରିଥିଲା । ଅନେକ ଅଞ୍ଚଳକୁ ନିଜ କବଜାକୁ ନେଇଥିଲା । ଫଳରେ ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି ।

ଅଧିକ ପଢନ୍ତୁ...ବୋମା, ଭୋକ ଆଉ ଅସହାୟତା...ଗାଜାରେ ପ୍ରତିଦିନ ବର୍ଷୁଛି ମୃତ୍ୟୁ,୨୨ ମାସରେ ଗଲାଣି ୬୧,୮୨୭ ଜୀବନ

ହମାସ ଉପରେ ଚାପ ପକାଇବାକୁ ଇସ୍ରାଏଲ ସେନାର କାର୍ଯ୍ୟବାହୀ ଯୋଜନାକୁ ଦୁନିଆରେ ବିରୋଧ କରାଯାଇଛି । ରବିବାର ଇସ୍ରାଏଲ ତାର ବନ୍ଧକଙ୍କୁ ଛାଡିବାକୁ ଦାବି କରିଥିଲା । ଇସ୍ରାଏଲର ରାଗ ଏବେ ବି ଥମିନାହିଁ । ବିଶ୍ୱୈକ ଚାପ ପରେ ବି ଇସ୍ରାଏଲ ଗାଜାରେ ସୈନ୍ୟ କାର୍ଯ୍ୟକଳାପ ରୋକିବାକୁ ପ୍ରସ୍ତୁତ ନାହିଁ । ଯେ ପର୍ଯ୍ୟନ୍ତ ସମସ୍ତ ବନ୍ଧକଙ୍କୁ ମୁକ୍ତ କରାନଯାଏ ସେ ଯୁଦ୍ଧ ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାୁହ । ସେହିପରି ହମାସ କରିଛି ଯେ ପର୍ଯ୍ୟନ୍ତ ସ୍ଥାୟୀ ଯୁଦ୍ଧବିରତିକୁ  ଇସ୍ରାଏଲ ସ୍ୱୀକାର କରିନାହିଁ ବନ୍ଧକଙ୍କୁ ଛଡାଯିବ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.