ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଖାଦ୍ୟ ଅପେକ୍ଷାରେ ଠିଆ ହୋଇଥିବା ଲୋକଙ୍କ ଉପରେ ଆଇଡିଏଫ୍ ଟ୍ୟାଙ୍କରୁ ବର୍ଷିଲା ଗୁଳି: ୪୫ ପାଲେଷ୍ଟନୀୟ ମୃତ, ଅନେକ ଆହତ

Published By : Harapriya Biswal | June 17, 2025 5:57 PM

ନୂଆଦିଲ୍ଲୀ,୧୭।୬: ଗାଜାରେ ଜାରି ରହିଛି ଇସ୍ରାଏଲର ଲଗାତାର ଆକ୍ରମଣ। ଖାନ୍ ୟୁନିସରେ ଆଇଡିଏଫ୍‌ର ଆକ୍ରମଣରେ ୪୫ ପାଲେଷ୍ଟନୀୟ ନାଗରିକ ନିହତ ହୋଇଛନ୍ତି। ଏହା ସହ ଶତାଧିକ ଆହତ ହୋଇଛନ୍ତି। ଏହି ସମସ୍ତେ ଖାଦ୍ୟ ନେବା ପାଇଁ ଲାଇନ୍‌ରେ ଅପେକ୍ଷା କରିବା ବେଳେ ଆକ୍ରମଣ ହୋଇଥିଲା। ଏନେଇ ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦାବି କରାଯାଇଛି।


ମନ୍ତ୍ରଣାଳୟ ଅନୁସାରେ, ଏହି ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ ଲୋକ ଅଲ ତହାଲିୟାର ଏକ ପୋଷ୍ଟରେ ଖାଦ୍ୟ ଦେବା ପାଇଁ ଏକ ଟ୍ରକ୍‌କୁ ଅପେକ୍ଷା କରୁଥିଲେ। ଠିକ୍ ଏହି ସମୟରେ ଇସ୍ରାଏଲୀ ସେନାର ଟ୍ୟାଙ୍କ ଗୁଳିବର୍ଷା କରିଥିଲା। ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। କାରଣ ତାଙ୍କ ଭିତରୁ ଅନେକ ଏବେ ବି ଗୁରୁତର ଅଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁସାରେ, ଇସ୍ରାଏଲର ଟ୍ୟାଙ୍କ ଖାନ୍ ୟୁନିସ୍‌ରେ ଲୋକଙ୍କ ଉପରକୁ ଗୁଳିମାଡ କରିଥିଲା। ସେଠାରେ ହଜାର ହଜାର ଲୋକ ଭୋଜନ ଓ ଅନ୍ୟ ଆବଶ୍ୟକୀୟ ସାମଗ୍ରୀ ନେବା ପାଇଁ ଅପେକ୍ଷା କରୁଥିଲେ। ମନ୍ତ୍ରଣାଳୟ କହିଛି ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଇସ୍ରାଏଲ ସେନା ଏନେଇ ତୁରନ୍ତ କୌଣସି ଔପଚାରିକ ସୂଚନା ଦେଇ ନାହିଁ। ତେବେ କେବଳ ଏତିକ କହିଛି ଗୁଳି କରିବାର ଚେତାବନୀ ଦିଆଯାଇଥିଲା। କାରଣ ସେଠାରେ କିଛି ସନ୍ଦିଗ୍ଧଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.