ନୂଆଦିଲ୍ଲୀ, ୨୫/୦୧ : ଇସ୍ରାଏଲ୍‌ର ୩୩ ବନ୍ଦୀଙ୍କୁ ମୁକ୍ତ କରିବା ପରେ ଏବେ ଆଉ ୪ ବନ୍ଦୀଙ୍କୁ ମୁକ୍ତ କରିବାକୁ ଯାଉଛି ହମାସ୍। ଏହି ୪ ବନ୍ଦୀଙ୍କ ଲିଷ୍ଟ ଜାରି କରାଯାଇଛି। ଗାଜା ପଟ୍ଟିରେ ଯୁଦ୍ଧବିରାମ ଯୋଗୁଁ ଏହି ୪ ବନ୍ଦୀଙ୍କୁ ଶନିବାର ମୁକ୍ତ କରାଯିବ ବୋଲି ହମାସ୍ କହିଛି। ମୁକ୍ତ ହେବାକୁ ଥିବା ୪ ବନ୍ଦୀ ମହିଳା। ସେମାନେ ହେଲେ କୈରୀନା ଏରିବ (୨୦ ବର୍ଷ), ଡାନିଏଲ ଗିଲବୋଆ (୨୦ ବର୍ଷ), ଲିରି ଅଲବାଗ (୧୯ ବର୍ଷ)। ଏହା ବଦଳରେ ଇସ୍ରାଏଲ୍ ବନ୍ଦୀ କରିଥିବା ୫୦ ପାଲେଷ୍ଟିନୀୟଙ୍କୁ ମୁକ୍ତ କରିବ। ଏହି ମଧ୍ୟରେ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଗାଜାରେ ବନ୍ଦୀ ଥିବା ଲୋକଙ୍କୁ ମୁକ୍ତ କରିବା ପାଇଁ ସେମାନଙ୍କ ପରିବାର ଅପିଲ୍ କରିଛନ୍ତି। ଏତଦ୍ ବ୍ୟତୀତ ଚାପ ପକାଇବା ପାଇଁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଅପିଲ୍ କରିଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ବାକି ପଣବନ୍ଦୀ କେବେ ହେବେ ମୁକ୍ତ ? ହମାସ ଦେଲା ଉତ୍ତର, କହିଲା ଜଣେ କଏଦୀ ବଦଳରେ ୫୦ ଜଣଙ୍କୁ ନେବୁ

ସୂଚନାନୁଯାୟୀ, ଦୀର୍ଘ ୧୫ ମାସ ପରେ ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ୬ ସପ୍ତାହର ଯୁଦ୍ଧବିରାମ ଘୋଷଣା ହୋଇଛି। ଏହି ବୁଝାମଣାର ପ୍ରଥମ ଦିନରେ ୯୦ ପାଲିଷ୍ଟିନୀୟ କଏଦୀଙ୍କ ବଦଳରେ ୩୩ ଇସ୍ରାଏଲ୍ ବନ୍ଦୀଙ୍କୁ ମୁକ୍ତ କରାଯାଇଥିଲା। ସେପଟେ ଏବେ ସୁଦ୍ଧା କେତେ ବନ୍ଦୀ ଜୀବିତ ଅଛନ୍ତି ସେନେଇ ହମାସ୍ କୌଣସି ସଠିକ୍ ସୂଚନା ଦେଉନାହିଁ। 

ହମାସ ଓ ଇସ୍ରାଏଲ ମଧ୍ୟରେ ଶାନ୍ତି ଫେରିଛି। ହମାସକୁ ଗତ କିଛି ସପ୍ତାହ ହେବ କଏଦ ଥିବା ବନ୍ଧକଙ୍କ ସୂଚନା ମାଗିଛି ଇସ୍ରାଏଲ। ଯାହାଫଳରେ ଜାଣି ହେବ ଯେ,  ହମାସର କଏଦରେ କେତେ ଲୋକ ଜୀବିତ ଅଛନ୍ତି। ତେବେ ହମାସ କହିଛି ସେ କଏଦୀଙ୍କ ସମ୍ପୂର୍ଣ୍ଣ ବିବରଣୀ ସେୟାର କରିବ ନାହିଁ।