ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ତିନି ଜଣ ଇସ୍ରାଏଲ୍ ବନ୍ଧକଙ୍କୁ ମୁକ୍ତକଲା ହମାସ; ଗାଜାର ହଜାର ହଜାର ଲୋକଙ୍କ ସାମ୍ନାରେ କରାଇଲେ ପରେଡ୍

Published By : Bijay Swain | February 8, 2025 10:13 PM

Image courtesy: ndtv

ନୂଆଦିଲ୍ଲୀ: ଶନିବାର ହମାସ ଆଉ ତିନି ଜଣ ଇସ୍ରାଏଲ୍ ବନ୍ଧକଙ୍କୁ ମୁକ୍ତ କରିଛି। ବନ୍ଧକ ମାନଙ୍କୁ ମୁକ୍ତ କରିବା ପୂର୍ବରୁ ହାମାସ୍ ଉକ୍ତ ବନ୍ଧକମାନଙ୍କୁ ଗାଜାର ହଜାର ହଜାର ଲୋକଙ୍କ ସାମ୍ନାରେ ପରେଡ୍ କରେଇବା ସହ ମଞ୍ଚରେ ନିଜ ଭାଷଣ ରଖିବାକୁ କୁହାଯାଇଥିଲା। ତେବେ ପୂର୍ବରୁ ମୁକ୍ତ କରାଯାଇଥିବା ବନ୍ଧକମାନଙ୍କ ସହ ଏପରି ଅନୁଚିତ ବ୍ୟବହାର ପ୍ରଦର୍ଶନ କରାଯାଇ ନଥିଲା। ଏହାଲହ ବନ୍ଧକମାନଙ୍କୁ ମୁକ୍ତ କରାଯିବା ସମୟରେ, ସେଠାରେ ବହୁ ସଂଖ୍ୟାରେ ହାମାସର ସଶସ୍ତ୍ର ଯୋଦ୍ଧା ଉପସ୍ଥିତ ରହିଥିଲେ। 

ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ଚୁକ୍ତି ଅନେକ ବାଧାବିଘ୍ନ ସତ୍ତ୍ୱେ ଜାରି ରହିଛି। ହୋଇଥିବା ଚୁକ୍ତିନାମା ଅନୁଯାୟୀ ଗାଜା ପକ୍ଷରୁ ଶନିବାର ଆଉ ତିନି ଜଣ ବନ୍ଧକଙ୍କୁ ମୁକ୍ତ କରାଯାଇଥିଲା। ସୂଚନା ମୁତାବକ, ହାମାସର ଆତଙ୍କୀ ଗୋଷ୍ଠୀ ଅକ୍ଟୋବର ୭ ତାରିଖ ୨୦୨୩ ମସିହାରେ ଇସ୍ରାଏଲ ଉପରେ ଆକ୍ରମଣ କରି ଇସ୍ରାଏଲି ନାଗରିକମାନଙ୍କୁ ବନ୍ଧକ କରି ନେଇଥିଲେ। ଆଉ ଏହାପରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ପରେ ଯୁଦ୍ଧବିରତି ମାଧ୍ୟମରେ ଉଭୟ ପକ୍ଷ ଉଭୟଙ୍କ ଦେଶରେ ଥିବା ବନ୍ଧୀ ନୀଗରିକମାନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଏହା ହେଉଛି ପଞ୍ଚମ ଅଦଳବଦଳ ପ୍ରକ୍ରିୟା| ଏହି ଅଦଳବଦଳ ପ୍ରକ୍ରିୟାରେ ଇସ୍ରାଏଲ ଦ୍ୱାରା ଶହ ଶହ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରାଯାଇଛି।

ସୂଚନା ମୁତାବକ, ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହୋଇଥିବା ଏହି ଅସ୍ତ୍ରବିରତି ଚୁକ୍ତି ଏକ ଅତ୍ୟନ୍ତ ସମ୍ବେଦନଶୀଳ ମାମଲା। ଅନେକ ଥର ଏହି ଚୁକ୍ତି ଭଙ୍ଗ ହେବାର ଆଶଙ୍କା କରାଯାଉଥିଲା। ଗତଥର ଜଣେ ମହିଳା ବନ୍ଧକଙ୍କୁ ମୁକ୍ତ କରିବା ସମୟରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତ ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଆମେରିକା ଗସ୍ତ ସମୟରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଜାକୁ ନିୟନ୍ତ୍ରଣ କରିବା ଏବଂ ବିସ୍ଥାପିତ ଲୋକମାନଙ୍କୁ ଗାଜା ବାହାରେ ଅବସ୍ଥାପିତ କରିବାକୁ ପରାମର୍ଶ ଦେଇଥିଲେ। ଟ୍ରମ୍ପଙ୍କ ଏହି ପରାମର୍ଶକୁ ନେଇ ଆରବ ଦେଶମାନଙ୍କ ସହ ପାଲେଷ୍ଟାଇନବାସୀ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 

ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରବିରତି ସମ୍ପର୍କରେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଆଲୋଚନା ଚାଲିଛି। ତେବେ ଉଭୟ ଦେଶ ମଧ୍ୟରେ ଏନେଇ ଏପର୍ଯ୍ୟନ୍ତ ଯାଏ କୈଣସି ସହମତି ହୋଇପାରି ନାହିଁ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୧୨ରୁ ଅଧିକ ଇସ୍ରାଏଲି ବନ୍ଧକ ମୁକ୍ତ ହୋଇପାରନ୍ତି। ଶନିବାର ଦିନ ଇସ୍ରାଏଲ ପକ୍ଷରୁ ମୁକ୍ତ କରାଯାଇଥିବା ପାଲେଷ୍ଟାଇନ ନାଗରିକମାନଙ୍କ ମଧ୍ୟରେ ଏପରି ୧୮ ଜଣ ଲୋକ ରହିଛନ୍ତି ଯେଉଁମାନେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.