ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ମୋ’ ବସରେ ଭିନ୍ନକ୍ଷମଙ୍କ ମୋବାଇଲ୍‌ ଲୁଟ୍‌, ଲୁଟେରାକୁ ଧରିବାକୁ ପୋଲିସର ଉଦ୍ୟମ

Published By : Krishna Priya | October 2, 2024 1:25 PM

ଭୁବନେଶ୍ୱର ୦୨/୧୦: ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିବା ପାଇଁ ମୋ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ । ବସ୍‌ଷ୍ଟାଣ୍ଟରେ ମୋ ବସ୍‌ ଲାଗିଲା । ବସ୍‌ର ପ୍ରଥମ ପାହାଚ ଚଢ଼ିଛନ୍ତି କି ନାହିଁ, ଓହ୍ଲାଉଥିବା ଜଣେ ଯାତ୍ରୀ ମୋବାଇଲ୍‌ ଝାମ୍ପି ନେଇ ଚମ୍ପଟ ମାରିଥିଲା । ଏମସ୍‌ ସାମ୍ନା ବସ୍‌ଷ୍ଟାଣ୍ଡରୁ ଏଭଳି ଢଙ୍ଗରେ ଜଣେ ଭିନ୍ନକ୍ଷମଙ୍କଠାରୁ ମୋବାଇଲ ଲୁଟ୍‌ ହୋଇଛି । ଲୁଟ୍‌ର ଶିକାର ହୋଇଛନ୍ତି, ଭଗବାନ ସାହୁ । ଘର ଗଞ୍ଜାମ ଧରାକୋଟର ଜଗମୋହନ ଅଞ୍ଚଳରେ । 

ଭଗବାନ ଦୀର୍ଘଦିନ ଧରି ମୁଖ କର୍କଟ ରୋଗରେ ପୀଡି଼ତ । ପ୍ରତିମାସରେ ସେ ଚିକିତ୍ସା ପାଇଁ ଏମ୍ସ ଆସନ୍ତି । ଦିନେ ୨ଦିନ ଧରି ଚିକିତ୍ସା ପରେ ପୁଣି ଗଞ୍ଜାମ ଫେରିଯାନ୍ତି । ଗତକାଲି ସେ ଚିକିତ୍ସା ପାଇଁ ବସ୍‌ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲେ । ସାରା ରାତି ଏମ୍‌ସ୍‌ ବାରଣ୍ଡାରେ ବିତାଇବା ପରେ ସକାଳୁ ଧାଡି଼ ବାନ୍ଧି ଟିକଟ କାଟିଥିଲେ । ଅପରାହ୍ଣ ସାଢ଼େ ୩ଟାରେ ହସ୍ପିଟାଲରୁ ବାହାରି ବସ୍‌ଷ୍ଟାଣ୍ଡରେ ପହଞ୍ଚିଲେ । ସେଠାରୁ ମୋ ବସ୍‌ ଯୋଗେ ବରମୁଣ୍ଡା ଯାଇ ଘରକୁ ଫେରିଥାନ୍ତେ । କିନ୍ତୁ କେହି ଲୁଟେରା ତାଙ୍କ ମୋବାଇଲ୍‌ ଚୋରି କରିନେଲା । ବସ୍‌ ରଖିବାକୁ ନେଇ ସେ କଣ୍ଡକ୍ଟରକୁ ନେହୁରା ହୋଇଥିଲେ । କିନ୍ତୁ କଣ୍ଡକ୍ଟର ରାଗିଯାଇ ୟାଡୁ ସିଆଡୁ ଗାଳି କଲା । ଏମିତି ସବୁଦିନ ବସ୍‌ରୁ ଚୋରି ହେଉଥିବା କହିଥିଲା । ଭଗବାନ ନିରୁପାୟ ହୋଇ ଖଣ୍ଡଗିରି ଛକରେ ବସ୍‌ରୁ ଓହ୍ଲାଇଲେ । ଖଣ୍ଡଗିରି ଥାନାରେ ମୋବାଇଲ୍‌ ଚୋରି ନେଇ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକ୍ରମେ ଲୁଟେରାକୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.