ପ୍ରମୂଖ ଖବର
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ହସ୍ତତନ୍ତ ଦିବସ, ଖୁବ୍‌ଶୀଘ୍ର ତନ୍ତଶାଳ ପାଇଁ ବୁଣାକାରଙ୍କୁ ମିଳିବ ପାଣ୍ଠି

Published By : Manoj | August 7, 2025 11:46 AM

ଭୁବନେଶ୍ୱର,୦୭/୦୮: ହସ୍ତତନ୍ତ ବୁଣାକାରଙ୍କ ପାଇଁ ଖୁସି  ଖବର । କାରିଗମାନଙ୍କ ଘରେ ନିର୍ମାଣ ହେବ ତନ୍ତଶାଳ । ଏଥିପାଇଁ ସରକାର ହିତାଧିକାରୀ ଚିହ୍ନଟ ସହ ପାଣ୍ଠି ଯୋଗାଇ  ଦେବେ । ଏହାଦ୍ୱାରା କାରିଗରମାନେ  ବୁଣାବୁଣି ଓ ଆନୁସଙ୍ଗିକ କାମ  ସୁରୁଖୁରୁରେ କରିପାରିବେ। ଏ ସଂପର୍କିତ  ନୂଆ ଯୋଜନା ଖୁବଶୀଘ୍ର ରାଜ୍ୟରେ  ଆରମ୍ଭ କରିବାକୁ ନୀତିଗତ ନିଷ୍ପତ୍ତି  ନେଇଛନ୍ତି ରାଜ୍ୟ ସରକାର । 

ରାଜ୍ୟରେ ପ୍ରାୟ ୧.୨୫ ଲକ୍ଷ  ବୁଣାକାର ଲୁଗାପଟା ବୁଣାବୁଣି କରି  ପରିବାର ଭରଣ ପୋଷଣ କରୁଛନ୍ତି ।  ପାରମ୍ପରିକ ଭାବେ ସେମାନେ ଏହି  କାମ କରି ଆସୁଥିଲାବେଳେ ସେମାନଙ୍କ  ପାଇଁ ତନ୍ତଶାଳ ଜରୁରି । ସରକାର ବହୁ  ବୁଣାକାରଙ୍କୁ ଇନ୍ଦିରା ଆବାସ, ବିଜୁ  ପକ୍କା ଘର ଅବା ପ୍ରଧାନମନ୍ତ୍ରୀ ଆବାସ  ଯୋଜନାରେ ଘର ଯୋଗାଇଛନ୍ତି । ହେଲେ  ଯେତିକି ସ୍ଥାନରେ ଘର ହୋଇଛି ସେଠି  ତନ୍ତଶାଳ ବସାଇବା ସହକଞ୍ଚାମାଲ ଓ  ରଙ୍ଗ ଆଦି ରଖିବା ସମ୍ଭବ ହେଉନି ।  ବହୁ ବୁଣାକାର ଉନ୍ନତମାନର ହସ୍ତତନ୍ତ  ସାମଗ୍ରୀ ପାଇଁ ଯନ୍ତ୍ରପାତି ମଧ୍ୟ ବ୍ୟବହାର କରିବାକୁ ଚାହୁଁଛନ୍ତି । ମାତ୍ର ନିଜ ଘରେ  ସ୍ଥାନ ଅଭାବ ସେମାନଙ୍କ ପାଇଁ ବଡ଼  ବାଧକ ସାଜିଛି । ଏହାକୁ ଦୃଷ୍ଟିରେ ରଖି  ସରକାର ଏଣିକି ବୁଣାକାରମାନଙ୍କ ଘରେ  ତନ୍ତଶାଳ ନିର୍ମାଣ ପାଇଁ ଆର୍ଥିକ ସହାୟତା  ଯୋଗାଇ ଦେବେ । ଆଦିବାସୀ ଓ ପଛୁଆ  ଜିଲ୍ଲାରେ ହିତାଧିକାରୀଙ୍କୁ ୧ ଲକ୍ଷ ୩୦  ହଜାର ଏବଂ ଅନ୍ୟ ଜିଲ୍ଲାରେ ୧ ଲକ୍ଷ  ୨୦ ହଜାର ଟଙ୍କାର ସରକାରୀ ସହାୟତା  ମିଳିବ । ବୁଣାକାରଙ୍କ ଘରର ପ୍ରଥମ  ମହଲାରେ ଏହି ତନ୍ତଶାଳ ନିର୍ମାଣ ହେବ ।  ଏହା ବୁଣାକାର ଓ ଶ୍ରମିକଙ୍କ ଦକ୍ଷତା ବୃଦ୍ଧି  ସହ ବର୍ଷା, ଅଗ୍ନିକାଣ୍ଡରୁ ସୁରକ୍ଷା ଦେବ ।  ଯୋଗ୍ୟ ହିତାଧିକାରୀ ଚୟନ ପାଇଁ  ସରକାର ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି ।  

ଏହି ମାର୍ଗଦର୍ଶିକା ଅନୁଯାୟୀ, ହସ୍ତତନ୍ତ  ଜନଗଣନାରେ ସର୍ଭେ ଡାଟାବେସରେ  ଯେଉଁ ବୁଣାକାରଙ୍କ ନାମ ଥିବ ସେ  ପରିବାରରୁ ଜଣକୁ ଏ ସହାୟତା ମିଳିବ ।  ପରିବାରର କେହି ସରକାରୀ ଚାକିରି  କରିନଥିବେ ଏବଂ ପରିବାରର ଆୟ  ବାର୍ଷିକ ୩ ଲକ୍ଷ ଟଙ୍କାରୁ ଅଧିକ ହୋଇ ନଥିବ । ପରିବାରର ୫୦ ପ୍ରତିଶତ ଆୟ  ହସ୍ତତନ୍ତ କାମରୁ ହିଁ ହେବା ଜରୁରି ।  ସଂପୃକ୍ତ ପରିବାର ନାମରେ ଜମିର  ମାଲିକାନା ଥିବା ଆବଶ୍ୟକ । ପ୍ରଥମ  ମହଲାରେ ତନ୍ତଶାଳ ନିର୍ମାଣ ପୂର୍ବରୁ  ତଳ ମହଲାର ନିର୍ମାଣ କେତେ ସୁଦୃଢ଼  ଅଛି ତାହା ସରକାରୀ ଇଂଜିନିୟର ଯାଞ୍ଚ କରିବେ ।

 ଯୋଗ୍ୟ ହିତାଧିକାରୀ ଚିହ୍ନଟ  ପରେ ‘ଆବାସ’ ଭଳି ୪ଟି ପର୍ଯ୍ୟାୟରେ  ଏହି ପାଣ୍ଠି ମିଳିବ । ୨୪୦ ବର୍ଗଫୁଟର  ପକ୍କା ଛାତ ଘର ନିର୍ମାଣ ହୋଇ ତନ୍ତଶାଳ  ବସିବ । ଯେଉଁ ବୁଣାକାରମାନେ ପ୍ରଥମ  କିସ୍ତି ପାଇବାର ୩ ମାସ ମଧ୍ୟରେ ସଂପୂର୍ଣ୍ଣ  କାମ ଶେଷ କରିବେ ତାଙ୍କୁ ୨୦ ହଜାର  ଏବଂ ୪ ମାସରେ ସାରିଲେ ଅଧିକ ୧୦  ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦେବେ  ସରକାର । ୬ ମାସ ମଧ୍ୟରେ କିନ୍ତୁ  ସରକାର ଏ ତନ୍ତଶାଳ ନିର୍ମାଣ ଶେଷ  କରିବାକୁ ଯୋଜନାରେ ପ୍ରସ୍ତାବ ରଖିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.