ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସେବା ଆଶ୍ରମରୁ ଚତୁର୍ଥ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Harapriya Sethi | November 9, 2024 10:44 AM

ରାୟଗଡ଼ା,୦୯/୧୧: ସେବା ଆଶ୍ରମରୁ ଚତୁର୍ଥ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତଦେହ ଠାବ । ହତ୍ୟା ଅଭିଯୋଗ କରିଲେ ପରିବାର ଲୋକେ । ମୃତକ ଖୁରିଗାଁ ଗାଁର କୁନା ଝଡିଆଙ୍କ ୧୧ ବର୍ଷୀୟ ପୁତ୍ର ଖଗେଶ୍ବର ଝଡିଆ ବୋଲି ଜଣାପଡ଼ିଛି । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଚନ୍ଦ୍ରଗିରି ସଦର ପଞ୍ଚାୟତ ଉଚ୍ଚପ୍ରଥମିକ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । 

ସୂଚନା ମୁତାବକ, ଖୁରିଗାଁ ଗାଁର କୁନା ଝଡିଆଙ୍କ ୧୧ ବର୍ଷୀୟ ପୁତ୍ର ଖଗେଶ୍ବର ଝଡିଆ ଚନ୍ଦ୍ରଗିରି ଉଚ୍ଚପ୍ରଥମିକ ବିଦ୍ୟାଳୟରେ ରହି ଚତୁର୍ଥ ଶ୍ରେଣୀରେ ପାଠୁ ପଢୁଥିଲେ । ତେବେ ନଭେମ୍ୱର ୮ ତାରିଖରେ ବଡି ଭୋରରୁ ବିଦ୍ୟାଳୟ କତୃପକ୍ଷ ଝୁଲନ୍ତା ଅବସ୍ଥାରେ ଖଗେଶ୍ୱରର ମୃତଦେହ ଦେଖି ତୁରନ୍ତ କାଢି ଦେଇଥିଲେ । ପରେ ଏନେଇ ବିଦ୍ୟାଳୟ କତୃପକ୍ଷ କାଶୀପୁର ଥାନାରେ ଖବର ଦେଇଥିଲେ । ଖବର ପାଇ ରାୟଗଡ଼ା ଏସଡିପିଓ ରଶ୍ମି ରଞ୍ଜନ ସେନାପତି ଏକ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । 

ତେବେ କେଉଁ କାରଣରୁ ଖଗେଶ୍ୱରର ମୃତ୍ୟୁ ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ । ଅନ୍ୟପଟେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଆଗରେ ଅଭିଯୋଗ କରିଛନ୍ତି ଖଗେଶ୍ୱରର ପରିବାର ଲୋକେ । ଶନିବାର ଖଗେଶ୍ୱରର ମୃତଦେହର ବ୍ୟବଚ୍ଛେଦ ହେବ । ଏନେଇ କାହାର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା ରାୟଗଡା ଏସଡିପିଓ ରଶ୍ମିରଞ୍ଜନ ସେନାପତି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.