ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଶକ୍ତି ସଦନ ଗୃହରେ ରହୁଥିବା ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର, ପୁଲିସ ଓ ସାଇଣ୍ଟିଫିକ୍ ଟିମର ତଦନ୍ତ

Published By : Gurupada Nath | July 9, 2025 10:49 PM

ମାଲକାନଗିରି, ୯/୭ : ମାଲକାନଗିରି ଶକ୍ତି ସଦନ ଗୃହରେ ରହୁଥିବା ଜଣେ ନାବାଳିକାର ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରି ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ତଦନ୍ତ ଆରମ୍ଭ କରିଛି । ମୃତ ନାବାଳିକାର ପରିବାର ଲୋକେ ଘଟଣାସ୍ଥଳରେ ଉତ୍ତେଜନା ଜାରି ରଖିଛନ୍ତି। 

ସୂଚନା ଅନୁସାରେ, ମୋଟୁ ଥାନାସ୍ଥ ଜନୈକା ନାବାଳିକା ଝିଅ ଜଣେ ଯୁବକକୁ ଭଲ ପାଉଥିବା ବେଳେ ଉକ୍ତ ପ୍ରେମିକ ତାଙ୍କୁ ଅପହରଣ କରି ଚାଲିଯାଇଥିଲା। ଯାହାକୁ ନେଇ ପରିବାର ଲୋକେ ମୋଟୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବାବେଳେ ପୋଲିସ ଉକ୍ତ ପ୍ରେମିକକୁ କାବୁ କରିବା ସହ ନାବାଳିକାକୁ ଉଦ୍ଧାର କରିବା ସହ ଜିଲ୍ଲା ସଦରରେ ଥିବା ଶକ୍ତି ସଦନ ଗୃହରେ ଗତ ୬ ମାସ ତଳେ ଆଣି ରଖିଥିଲେ। ତେବେ ଗତ କିଛି ମାସ ଧରି ଝିଅଟି ଏଠାରେ ରହିଥିବାବେଳେ ଗତକାଲି ଉକ୍ତ ଗୃହର ରୋଷେୟା ତାଙ୍କୁ ମାଡ଼ ମାରିଥିବା ନେଇ ସେ ପରିବାର ଲୋକଙ୍କୁ ଜଣାଇଥିବା ପରିବାର ଲୋକେ ପ୍ରକାଶ କରିଥିଲେ।

ଆଜି ପରିବାର ଲୋକେ ଝିଅ ନିକଟକୁ ଆସୁଥିବାବେଳେ ଝିଅ ଶକ୍ତି ସଦନ ଗୃହରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ। ଝିଅର ଝୁଲନ୍ତା ମୃତ ଦେହ ଦେଖି ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ପରିବାର ଲୋକେ ଝିଅକୁ ମାରି ଦିଆଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି।

ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ଘଟଣାସ୍ଥଳରେ ଜିଲ୍ଲା ବିଜୁ ଜନତା ଦଳର ସଭପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମି ପହଞ୍ଚି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଘଟଣାର ତଦନ୍ତ ଏବଂ ନାବାଳିକାର ପରିବାରକୁ ୩୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଏହି ଶକ୍ତି ସଦନ ଗୃହକୁ ପରିଚାଳନା କରୁଥିବା ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ଦାବି କରିଛନ୍ତି। 

ଏ ନେଇ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ କୋରାପୁଟରୁ ସାଇଣ୍ଟିଫିକ ଟିମ୍ ଆସି ଘଟଣାର ତଦନ୍ତ କରୁଥିବା ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି। ତେବେ ଘଟଣା ସ୍ଥଳରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ସଞ୍ଜୁକ୍ତା ପ୍ରଧାନ ପହଞ୍ଚି ତଦନ୍ତ କରିବା ସହ ସେ ପ୍ରକାଶ କରିଛନ୍ତି ଯେ, ନାବାଳିକା ଜଣଙ୍କ ଏକ କଠୋରୀ ମଧ୍ୟରେ ଭିତରୁ କବାଟ ଦେଇ ରହିଥିବାବେଳେ କବାଟ ଫାଙ୍କରେ ଦେଖିବା ସମୟରେ ଝିଅଟିର ଝୁଲନ୍ତା ମୃତଦେହ ଝୁଲୁ ଥିବାର ଅନ୍ୟ ଅନ୍ତେବାସୀ ଦେଖି ଜଣାଇଥିଲେ। ତେବେ ଝିଅଟି ଆତ୍ମହତ୍ୟା କରିଥିବା ଅନୁମାନ କରି ପୋଲିସକୁ ଖବର ଦେଇଥିଲୁ। ଝିଅଟିକୁ ଶକ୍ତି ସଦନ ଗୃହରେ ମାଡ କିମ୍ବା ଦୁର୍ବ୍ୟବହାର ହୋଇଥିବା ନେଇ ଆମ ନିକଟରେ କେବେ କୌଣସି ଅଭିଯୋଗ କରି ନଥିବା ଶ୍ରୀମତୀ ପ୍ରଧାନ ପ୍ରକାଶ କରିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.