ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଟ୍ୱିନ୍‌ ସିଟି ବାସୀଙ୍କ ପାଇଁ ଖୁସି ଖବର: ହଂସପାଳ ଓଭରବ୍ରିଜ୍‌ ଲୋକାର୍ପିତ, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

Published By : Harapriya Sethi | January 21, 2025 1:09 PM

ଭୁବନେଶ୍ୱର,୨୧/୦୧: ବହୁ ପ୍ରତିକ୍ଷୀତ ହଂସପାଳ ଓଭରବ୍ରିଜ୍‌ ଉଦ୍‌ଘାଟିତ । ଉଦ୍‌ଘାଟନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ୨୪ କୋଟିର ବ୍ୟୟରେ ନିର୍ମାଣ ହୋଇଛି ଏହି ଓଭରବ୍ରିଜ୍‌ । ପୂର୍ବ ସରକାରରେ ଜମି ଅଧିଗ୍ରହଣ ସମସ୍ୟା ପାଇଁ ଏହି ପ୍ରକଳ୍ପରେ ବିଳମ୍ବ ହେଉଥିଲା । ୨୦୨୦ ରୁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲେ ବି ସରିବା ପାଇଁ ବିଳମ୍ବ ହେଉଥିଲା । ଏହି ବାବଦରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ବାରମ୍ବାର ପ୍ରେଚେଷ୍ଟା କରି ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଭେଟି ଆଲୋଚନା କରିଥିଲେ । 

ଅଗଷ୍ଟ ୨୦୨୪ ରେ ଏହି ଓଭରବ୍ରିଜ୍‌ର ଗୋଟେ ସାଇଡ କଟକରୁ ଭୁବନେଶ୍ୱର ସାଇଡକୁ ଉଦ୍‌ଘାଟନ ହୋଇଥିବା ବେଳେ ଆଜି ଭୁବନେଶ୍ୱରରୁ କଟକ ଆଡକୁ ଓଭରବ୍ରିଜ୍‌ ଉଦ୍‌ଘାଟନ ହୋଇଛି । ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ସହ ଭୁବନେଶ୍ୱର ଉତ୍ତର ବିଜେପି ନେତା ପ୍ରିୟଦର୍ଶୀ ମିଶ୍ରଙ୍କ ସହ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ ମାନେ ଉପସ୍ଥିତ ଥିଲେ । ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ପଳାଶୁଣୀରେ ଉଦ୍‌ଘାଟିତ ହେବ ଫୁଟ୍‌ ଓଭର ବ୍ରିଜ୍‌ । ଫୁଲନଖରା ଓଭର ବ୍ରିଜ୍‌ରେ ବି ଖୁବ୍ ଶୀଘ୍ର ହେବ ଫୁଟ୍‌ ଓଭର୍‌ ବ୍ରିଜ୍‌।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.