ଭୁବନେଶ୍ୱର,୨୧/୦୧: ବହୁ ପ୍ରତିକ୍ଷୀତ ହଂସପାଳ ଓଭରବ୍ରିଜ୍‌ ଉଦ୍‌ଘାଟିତ । ଉଦ୍‌ଘାଟନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ୨୪ କୋଟିର ବ୍ୟୟରେ ନିର୍ମାଣ ହୋଇଛି ଏହି ଓଭରବ୍ରିଜ୍‌ । ପୂର୍ବ ସରକାରରେ ଜମି ଅଧିଗ୍ରହଣ ସମସ୍ୟା ପାଇଁ ଏହି ପ୍ରକଳ୍ପରେ ବିଳମ୍ବ ହେଉଥିଲା । ୨୦୨୦ ରୁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲେ ବି ସରିବା ପାଇଁ ବିଳମ୍ବ ହେଉଥିଲା । ଏହି ବାବଦରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ବାରମ୍ବାର ପ୍ରେଚେଷ୍ଟା କରି ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଭେଟି ଆଲୋଚନା କରିଥିଲେ । 

ଅଗଷ୍ଟ ୨୦୨୪ ରେ ଏହି ଓଭରବ୍ରିଜ୍‌ର ଗୋଟେ ସାଇଡ କଟକରୁ ଭୁବନେଶ୍ୱର ସାଇଡକୁ ଉଦ୍‌ଘାଟନ ହୋଇଥିବା ବେଳେ ଆଜି ଭୁବନେଶ୍ୱରରୁ କଟକ ଆଡକୁ ଓଭରବ୍ରିଜ୍‌ ଉଦ୍‌ଘାଟନ ହୋଇଛି । ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ସହ ଭୁବନେଶ୍ୱର ଉତ୍ତର ବିଜେପି ନେତା ପ୍ରିୟଦର୍ଶୀ ମିଶ୍ରଙ୍କ ସହ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ ମାନେ ଉପସ୍ଥିତ ଥିଲେ । ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ପଳାଶୁଣୀରେ ଉଦ୍‌ଘାଟିତ ହେବ ଫୁଟ୍‌ ଓଭର ବ୍ରିଜ୍‌ । ଫୁଲନଖରା ଓଭର ବ୍ରିଜ୍‌ରେ ବି ଖୁବ୍ ଶୀଘ୍ର ହେବ ଫୁଟ୍‌ ଓଭର୍‌ ବ୍ରିଜ୍‌।