ପ୍ରମୂଖ ଖବର
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ,୨୨ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ
  • ||
  • ବଲାଙ୍ଗୀର : ଟିକ୍ରାପଡ଼ା-ଝିଙ୍କିଡୁଙ୍ଗୁରି ରାସ୍ତାରେ ବାଇକ୍‌ ଦୁର୍ଘଟଣା, ବାଇକ୍‌ ଆରୋହୀ ମୃତ
  • ||
  • ଆନନ୍ଦପୁର : ୨୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଗୁଜରାଟ ମଡେଲରେ ଓଡ଼ିଶାରେ ହେବ ପୋଷଣ କେନ୍ଦ୍ର, ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ
  • ||
  • ମୟୂରଭଞ୍ଜ : ପାରିବାରିକ ଅସନ୍ତୋଷରୁ ସ୍ତ୍ରୀକୁ ପିଟିପିଟି ହତ୍ୟା ,ସ୍ୱାମୀ ଫେରାର
  • ||
  • ଜଳେଶ୍ୱରରେ ଲଜ୍ଜ୍ୟା : ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ସମ୍ପର୍କୀୟ କାକା ଫେରାର
  • ||
  • ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟା ଘଟଣା: ୩ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଏଆର ରେହମାନ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି
  • ||
  • ଗୁଲୁମୀ ଜଳପ୍ରପାତରେ ବୁଡ଼ି ଛତିଶଗଡ଼ର ଦୁଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଗଡଗୋବିନ୍ଦପୁର ପୂର୍ବତନ ସରପଞ୍ଚ କେ ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କନ୍ଧମାଳ : ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚିରନିଦ୍ରାରେ ପଦ୍ମଭୂଷଣ ରମାକାନ୍ତ ରଥ, ୯୧ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ
  • ||
  • ଲସ୍କର ଆତଙ୍କୀ ଅବୁ କତାଲ ନିହତ; NIAର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା
  • ||
  • ଭୁବନେଶ୍ୱର : କାର୍‌-ସ୍କୁଟର୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ଓଡ଼ିଶାରେ ଉପରମୁହାଁ ତାତି, ୩ ଦିନ ପାଇଁ ହିଟ୍‌ଓ୍ବେଭ୍ ଆଲର୍ଟ, ୩ ଜିଲ୍ଲାକୁ ରେର୍ଡ ଏବଂ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ନିରାଶ ହେଲେ ହଂସିକା, ଜାମିନ ଆବେଦନ ଖାରଜ

Published By : Prameya | February 25, 2025 5:22 PM

କଟକ,୨୫।୨ : ହାଇକୋର୍ଟରୁ ନିରାଶ ହେଲେ ହାଇପ୍ରୋଫାଇଲ ଠକ ହଂସିକା ଅଭିଲିପ୍ସା । ଅନ୍ତରୀଣ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ। ସ୍ୱାମୀଙ୍କ ଅସୁସ୍ଥତା ଦର୍ଶାଇ ଅନ୍ତରୀଣ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ହାଇପ୍ରୋଫାଇଲ ଠକେଇ ମାମଲାରେ ହଂସିକା ଗିରଫ ହୋଇଥିଲେ।  ଭୁବନେଶ୍ୱର ଅତିରିକ୍ତ  ଦୌରା  ଜଜ୍ ହଂସିକାଙ୍କ ଜାମିନ  ଆବେଦନ ଖାରଜ କରି ଦେଇଥିଲେ । ଏହା ପରେ ସେ  ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। । 

ହଂସିକା ସହ ରହୁଥିଲେ ତାଙ୍କ ପୁରୁଷ ବନ୍ଧୁ ଅନିଲ୍‌ । ସେ ମଧ୍ୟ ନିଜକୁ ବ୍ୟବସାୟୀ ବୋଲି କହୁଥିଲେ ।  ପଟିଆ ଅଞ୍ଚଳର ଜଣେ  ଶିଳ୍ପପତିଙ୍କର ଏକ ଏନ୍‌ଜିଓ ସଂସ୍ଥା  ରହିଛି । ଉକ୍ତ ସଂସ୍ଥାର ମୁଖିଆଙ୍କ  ସହ ହଂସିକାଙ୍କ ଭଲ ସମ୍ପର୍କ  ଥିଲା। ଏନ୍‌ଜିଓ ସଂସ୍ଥାକୁ ୫୦ କୋଟି ଅନୁଦାନ କରାଇ ଦେବାକୁ କହିଥିଲେ ହଂସିକା । ୫୦ କୋଟି ଅନୁଦାନ ଲୋଭରେ ଶିଳ୍ପପତି ହଂସିକାକୁ କିଛି ଟଙ୍କା ଅଗ୍ରୀମ ଦେଇଥିଲେ । କିଛି ମାସ ତଳେ ଶିଳ୍ପପତିଙ୍କ ଏନ୍‌ଜିଓ ସଂସ୍ଥାକୁ ଟଙ୍କା ମିଳି ଯାଇଥିଲା ।  ହେଲେ ପ୍ରତିଶ୍ରୁତି ମୁତାବକ ହଂସିକାଙ୍କ ଯେଉଁ ୨୦% କମିଶନ ପାଇବାର ଥିଲା ତାହା ଦେଇ ନଥିଲେ ଶିଳ୍ପପତି । ଯାହାକୁ ନେଇ  ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ  ଦେଖା ଦେଇଥିଲା । ହଂସିକା ଓ ଅନିଲ୍‌ ଗତ ସପ୍ତାହରେ ଶିଳ୍ପପତିଙ୍କ ଅଫିସ୍‌କୁ ଯାଇ ତାଙ୍କୁ  ଭେଟିବାକୁ ଜିଦ୍‌ ଧରିଥିଲେ । ସେ ନଥିବା ଜାଣି  ଅଫିସ୍‌ ଭିତରେ ବିଭିନ୍ନ ପ୍ରକାର ଧମକଚମକ ଦେଇଥିଲେ । ଅନିଲ୍‌ ଅଫିସ୍‌ ଭିତରେ ଭଙ୍ଗାରୁଜା କରିଥିଲେ । ଅଫିସ୍‌ର କର୍ମଚାରୀ ଏନେଇ ଇନ୍‌ଫୋସିଟି ଥାନାରେ ଅଭିଯୋଗ  କରିଥିଲେ । ପରେ ପୁଲିସ ତଦନ୍ତ କରି ଏହି ହାଇପ୍ରୋଫାଇଲ ଠକଙ୍କୁ ଗିରଫ କରିଥିଲା। ପରେ  ଅନିଲ- ହଂସିକା ଗିରଫ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା ।  ଉକ୍ତ ମାମଲାର ତଦନ୍ତ  ଭାର ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ନେଇଥିଲା । ଏପରିକି ଆୟକର ବିଭାଗ ମଧ୍ୟ ଏହି ୫୦ କୋଟିର କାରବାର ବିଷୟରେ  ତଦନ୍ତ କରିଥିଲା। ସେହିପରି  ଇଡି ମଧ୍ୟ ଘଟଣାର ତନାଘନା  ଆରମ୍ଭ କରିଥିଲା। । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.