ଭୁବନେଶ୍ୱର ୧୨/୦୫: ମଙ୍ଗଳବାର ରାମଭକ୍ତ ସଙ୍କଟମୋଚନ ବୀର  ହନୁମାନ୍‌ଙ୍କ ପ୍ରତି ସମର୍ପିତ ଦିନଟିଏ । ଏହି ଦିନ  ହନୁମାନ୍‌ ଚାଳିସା ପାଠ କରିବା ସହିତ ହନୁମାନ୍‌  ମନ୍ଦିର ଯାଇ ତାଙ୍କର ଦର୍ଶନ କଲେ ମନୋକାମନା  ପୂର୍ଣ୍ଣ ହୁଏ । ତଥାପି ଯଦି କିଛି ବିଶେଷ ସମସ୍ୟା ଆପଣଙ୍କୁ ଚିନ୍ତିତ ରଖୁଛି ତାହା ଦୂର କରିବା  ପାଇଁ କେତେକ ବିଶେଷ ଉପାୟ ଆପଣାଇବାକୁ  ଜ୍ୟୋତିଷାଚାର୍ଯ୍ୟମାନେ ପରାମର୍ଶ ଦେଇଥାନ୍ତି । କ’ଣ ସବୁ ଉପାୟ ଜାଣନ୍ତୁ - 

 ଯଦି ଆପଣ କାହାକୁ ଟଙ୍କା ଉଧାର ଦେଇଛନ୍ତି,ଅଥଚ ଆପଣଙ୍କ ଆବଶ୍ୟକ ସମୟରେ ସେ ଟଙ୍କା ଫେରାଉ ନାହିଁ  ତେବେ ମଙ୍ଗଳବାର ଦିନ ମଙ୍ଗଳଙ୍କ ମନ୍ତ୍ର ଜପ କରନ୍ତୁ । ମନ୍ତ୍ରଟି  ହେଲା - ଓଁ କ୍ରାଂ କ୍ରୀଂ କ୍ରୌଂ ଭୌମାୟ ନମଃ । 

 ପାଠପଢ଼ା କିମ୍ବା ବୃତ୍ତିଗତ ଜୀବନରେ ବାଧା ଲାଗି ରହୁଥିଲେ ମଙ୍ଗଳବାର ପ୍ରତ୍ୟୁଷରୁ ସ୍ନାନ କରି ଶିବ ମନ୍ଦିର ଯାଇ ଶିବଲିଙ୍ଗ ଦର୍ଶନ କରନ୍ତୁ ଏବଂ ସମୀ ପତ୍ର ଲିଙ୍ଗରେ  ଅର୍ପଣ କରନ୍ତୁ । 

 ଦାମ୍ପତ୍ୟ ଜୀବନରେ ତୃତୀୟ ବ୍ୟକ୍ତିର ପ୍ରବେଶ ସମ୍ପର୍କକୁ ତିକ୍ତ କରିଦିଏ । ଯଦି ଏପରି କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି,ସେହି ତୃତୀୟ ବ୍ୟକ୍ତିକୁ  ଦୂରେଇବା ପାଇଁ ମଙ୍ଗଳବାର ଏକ ମୁଠାଭର୍ତ୍ତି ମସୁର  ଡାଲି ନିଅନ୍ତୁ ଏବଂ ଏହାକୁ ତୁମର ଜୀବନସାଥୀକୁ  ୭ଥର ସ୍ପର୍ଶ କରିବାକୁ କୁହନ୍ତୁ । ଏପରି କରିବା ପରେ ସେହ ଡାଲିକୁ ଚଲାପାଣିରେ ଭସାଇ ଦିଅନ୍ତୁ । 

 କୌଣସି କାମ ଆଗେଇ ପାରୁନଥିଲେ  କିମ୍ବା ପୂର୍ଣ୍ଣ ହୋଇପାରୁନଥିଲେ, ବିଶେଷ ଉପାୟ  କରନ୍ତୁ । ମଙ୍ଗଳବାର ଦିନ ରୋଲି ନେଇ ହନୁମାନ୍‌ ମନ୍ଦିରକୁ ଯାଆନ୍ତୁ । ପ୍ରଭୁଙ୍କ ନିକଟରେ ଏହାକୁ ରଖି  ପୂଜାର୍ଚ୍ଚନା କରିବା ସହିତ ହନୁମାନ୍‌ ସିନ୍ଦୂରର ତିଳକ ଧାରଣ କରନ୍ତୁ । ହନୁମାନ୍‌ଙ୍କ ପାଖରେ ରଖିଥିବା ରୋଲିରୁ ଗୋଟିଏ ଡୋର ବାହାର କରି ନିଜ ହାତରେ ବାନ୍ଧନ୍ତୁ । ଆପଣଙ୍କ ସମସ୍ୟା ଦୂର ହୋଇଯିବ ।