ପାଟଣାଗଡ, ୧୩।୮(ଆପ୍ର) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍ଏସି ସ୍ଥିତ ଜବାହରଲାଲ ମହାବିଦ୍ୟାଳୟ ପକ୍ଷରୁ ହରଘର ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜବାହାରଲାଲ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ପରିସରରେ ଏକତ୍ରିତ ହୋଇଥିଲେ।
ମହାବିଦ୍ୟାଳୟର ଯୁକ୍ତ ୩ ଅଧ୍ୟକ୍ଷ ଅରୁଣ କୁମାର ପଣ୍ଡା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଅଧ୍ୟକ୍ଷ ମନୋଜ କୁମାର ପାଣିଗ୍ରାହୀ,ବିଡ଼ିଓ ସୁମନ୍ତ ମିଞ୍ଜ, ଏସଡିପିଓ ସଦାନନ୍ଦ ପୂଝାରୀ,ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ଏକ ୫୦ ମିଟର ତ୍ରିରଙ୍ଗା ପତାକାକୁ ଧରି ମହାବିଦ୍ୟାଳୟ ପରିସର ରୁ ଏକ ଶୋଭାଯାତ୍ରାରେ ବାହାରି ଧୂମାଭଟା ଛକ ଠାରୁ ସହରର ମୂଖ୍ୟ ରାସ୍ତା ଦେଇ କଲେଜଛକ ପଟୁ ମହାବିଦ୍ୟାଳୟକୁ ପହଞ୍ଚିଥିଲେ ।
ଯୁବପିଢି, ଛାତ୍ରଛାତ୍ରୀ ପରିକ୍ରମାରେ ପ୍ରତ୍ୟେକ ନାଗରିକଙ୍କୁ,ଦେଶପ୍ରିତୀ ,ଜାତିୟତାବୋଧ, ଭାତୃଭାବ, ମୈତ୍ରୀପ୍ରତି ଏବଂ ତ୍ରିରଙ୍ଗାର ମାନ ରଖିବା ପାଇଁ ଦେଶର ନାଗରିକ ଙ୍କ କର୍ତ୍ତବ୍ୟ ବାର୍ତ୍ତା ପହଞ୍ଚାଇଥିଲେ । ମହାବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କର ଏଭଳି କାର୍ଯ୍ୟକ୍ରମକୁ ସହରବାସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମର ଯୁକ୍ତ ତିନି ଓ ଯୁକ୍ତ ଦୁଇ ର ଛାତ୍ରଛାତ୍ରୀ, ଏନସିସି ଶିକ୍ଷକ ରାଜକୁମାର ଧରୁଆ,ଅଧ୍ୟାପକ ଟିକେଚାନ୍ଦ ବେହେରାଙ୍କ ସହ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ।