ହରଭଙ୍ଗା, ୯।୮ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପୋଲିସ ପକ୍ଷରୁ ଏକ ନିଆଁରା ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାସ୍ତା ରେ ଯାନ ବାହାନ ଚଳାଚଳ କରୁଥିବା ବାଇକ ଚାଳକ ଜୀବନ ସୁରକ୍ଷାକୁ ଦୃଷ୍ଟି ରେ ରଖି ଚାଳକଙ୍କ ହାତରେ ରାକ୍ଷୀ ବାନ୍ଧିଥିଲା ପୁଲିସ।
ଯେଉଁ ଚାଳକ ସଡ଼କ ସୁରକ୍ଷା ନିୟମ ମାନିବା ସହ ନିଜ ଜୀବନକୁ ସୁରକ୍ଷା ରଖି ଯାନ ବାହାନ ଚଳାଚଳ କରୁଥିବା ଉକ୍ତ ଚାଳକଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ। ଯିଏ ସଡ଼କ ସୁରକ୍ଷା ନିୟମ କୁ ନମାନି ତାକୁ ଫାଇନ କାଟୁଥିବା ଦେଖିବାକୁ ମିଳିଥିଲା। ପୁଲିସଙ୍କ ଏଭଳି ନିଆରା ରକ୍ଷା ବନ୍ଧନ କାର୍ଯ୍ୟକ୍ରମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଥିଲା।