ନୂଆଦିଲ୍ଲୀ: ପୁଣି ପ୍ରେମରେ ପଡିଲେ ହାର୍ଦିକ ପାଣ୍ଡ୍ୟା। ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ନିକଟରେ ହୋଇଥିବା ହାର୍ଦିକଙ୍କ ବିବାହ ବିଚ୍ଛେଦର ଚର୍ଚ୍ଚା ଥମିନଥିବା ବେଳେ ପୁଣି ଏ କି ଖବର। ତେବେ ବର୍ତ୍ତମାନ ବିଭିନ୍ନ ଗଣମାଧ୍ୟମରେ କ୍ରିକେଟ ପ୍ରେମିଙ୍କ ଭିତରେ କିଛି ଏହିଭଳି ଚର୍ଚ୍ଚା ଲାଗି ରହିଛି। 

ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ତଥା ଗାୟିକା ଜସ୍ମିନ ୱାଲିଆଙ୍କ ସହ ହାର୍ଦିକଙ୍କର ଲିଙ୍କ ରହିଛି ବୋଲି ଚର୍ଚ୍ଚା ଜୋର ଧରିଛି। ନିକଟରେ ଜସ୍ମିନ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ସେୟାର କରିଥିଲେ। ଏହି ଫଟୋରେ ଜସ୍ମିନ ଛୁଟି କାଟିବାକୁ ଯାଇଥିବା ବେଳେ ତାଙ୍କ ପଛପାଖରେ ହାର୍ଦିକଙ୍କ ଟାଟୁ ୱାଲା ହାତ ରହିଥିବା ଭଳି ନଜର ଆସୁଛି। ଏଣୁ ଉଭୟ ସାଥିରେ ସମୟ କାଟୁଛନ୍ତି ବୋଲି କ୍ରିକେଟ ପ୍ରେମିମାନଙ୍କ ଭିତରେ ଚର୍ଚ୍ଚା ଲାଗିରହିଛି। 

ସବୁଠୁ ବଡ କଥା ହେଉଛି ଚଳିତ ଆଇସିସି ଚାମ୍ପିୟନ ଟ୍ରଫିର ବହୁପ୍ରତିକ୍ଷିତ ଭାରତ ଓ ପାକିସ୍ଥାନ ମ୍ୟାଚ୍ ଦେଖିବାକୁ ଜସ୍ମିନ ଗ୍ରାଉଣ୍ଡରେ ପହଞ୍ଚିଥିଲେ। ମ୍ୟାଚ୍ ଆରମ୍ଭ ହେବା ପରେ ଜସ୍ମିନ ପଡିଆକୁ ଲକ୍ଷ୍ୟ କରି ଫ୍ଲାଇଙ୍ଗ କିସ ଦେଉଥିବାର ଦୃଶ୍ୟ ପରିଲକ୍ଷିତ ହୋଇଥିଲା। ଏହା ସହ ସେ ଟିମ ଇଣ୍ଡିଆକୁ ସମର୍ଥନ ଦେବା ସହ ହାର୍ଦିକଙ୍କୁ ନେଇ ଖୁସି ବ୍ୟକ୍ତ କରିଥିଲେ। ଆଉ ଏହା ଉପରେ କ୍ରିକେଟ ଫ୍ୟାନଙ୍କ ନଜର ପଡିଥିଲା। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଜସ୍ମିନଙ୍କ ଏହି ଫ୍ଲାଇଙ୍ଗ କିସ୍ ଦେଉଥିବାର ଭିଡିଓ ଭାଇରାଲ ହୋଇଥିଲା। ମ୍ୟାଚ୍ ରେ ତାଙ୍କ ଉପସ୍ତିତିକୁ ନେଇ ସୋଶିଆଲ ମିଡିଆ ୟୁଜର୍ସ ମାନଙ୍କ ଭିତରେ କମେଣ୍ଟର ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। 




ଜସ୍ମିନଙ୍କୁ ନେଇ ସମସ୍ତ କ୍ରିକେଟ ପ୍ରେମିମାନଙ୍କ ମଧ୍ୟରେ ଜବରଦସ୍ତ କୌତୂହଳ ଥିବା ବେଳେ ଅନେକ ଫ୍ୟାନ ହାର୍ଦିକଙ୍କ ଖେଳ ଫର୍ମାଟକୁ ନେଇ ଆଶେଯ୍ୟ ହୋଇଯାଇଛନ୍ତି। ଭାରତ ପାକିସ୍ତାନ ମ୍ୟାଚ୍ ରେ ସେ ଗୂରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତେବେ ଚଳିତ ମ୍ୟାଚ୍ ରେ ଜସ୍ମିନଙ୍କ ଏଣ୍ଟ୍ରି ସହ ହାର୍ଦିକଙ୍କ ଜବରଦସ୍ତ ପ୍ରଦର୍ଶନକୁ ନେଇ ବର୍ତ୍ତମାନ କ୍ରିକେଟଫ୍ୟାନ ମାନଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି।

ତେବେ ହାର୍ଦିକ ଓ ତାଙ୍କ ପୂର୍ବତନ ପ୍ରେମିକା ନତାସା କିଛି ଦିନ ତଳେ ଅଲଗା ହୋଇଛନ୍ତି। ଯାହାକୁ ନେଇ ହାର୍ଦିକ ବହୁ ସମସ୍ୟାର ସାମ୍ନା କରିଥିଲେ। ଉଭୟଙ୍କର ଏକ ପୁଅ ମଧ୍ୟ ରହିଛି। ତାଙ୍କ ନାମ ଅଗସ୍ତ୍ୟା ହୋଇଥିବା ବେଳେ ସେ ବର୍ତ୍ତମାନ ନାତାଶାଙ୍କ ପାଖରେ ରହୁଛନ୍ତି। ତେବେ ଅଗସ୍ତ୍ୟାଙ୍କ ଉପରେ ଉଭୟ ହାର୍ଦିକ ଓ ନତାସାଙ୍କ ସମାନ ଅଧିକାର ରହିଛି ବୋଲି କୋର୍ଟ ଆଦେଶ ଜାରି କରିଥିଲେ।