କଟକ,୧୦/୧୨; ବାରବାଟୀକରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ବିରାଟ ବିଜୟ ହାସଲ କରିଛି ଭାରତ । ୧୦୧ର ବଡ଼ ବିଜୟ ହାସଲ କରିଛି ସୂର୍ଯ୍ୟ ବ୍ରିଗେଡ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରାକ୍ରମରେ ବାରବାଟୀ ବିଜୟରୁ ଟି-ଟ୍ୱେଣ୍ଟି ବିଶ୍ୱକପ ବିଗୁଲ ବଜାଇଛି ଟିମ୍ ଇଣ୍ଡିଆ । ମ୍ୟାଚ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ଓଡ଼ିଶା ଆସିଥିଲେ । ଏକା ବାରବାଟାରେ ଅଭ୍ୟାସ କରିଥିଲେ ଏବଂ ମ୍ୟାଚରେ ଶେଷ ଯାଏ ଛିଡା ହୋଇ ରହିଥିଲେ । ବ୍ୟାଟିଂ ପରାକ୍ରମ ଦେଖାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ୨୮ ବଲରେ ଅପରାଜିତ ୫୯ରନ୍ କରିଥିଲେ । ଦ. ଆଫ୍ରିକା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିକୁ ୧୦୧ରନରେ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି ସୂର୍ଯ୍ୟସେନା ।

​​​​​​​

ତେବେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଖେଳାଳିମାନେ ଅଭ୍ୟାସ କରୁଥିଲେ । କ୍ଲକ୍ ଟାୱାର୍ ପାଶ୍ୱର୍ ବାଉଣ୍ଡାରୀ ପାଖରେ ଭାରତୀୟ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ ଅଭ୍ୟାସ କରୁଥିଲେ । ନେଟ୍ସକୁ ପୁଲ୍ ସଟ୍ ଖେଳୁଥିବା ବେଳେ ହଠାତ୍ ତାଙ୍କର ଏକ ସଟ୍ ଜାଲ ଟପି ବିସିସିଆଇ ବକ୍ସରେ ବସିଥିବା ଜଣେ ଦର୍ଶକଙ୍କ ମୁହଁରେ ବାଜିଥିଲା । ଏହାପରେ ତୁରନ୍ତ ପାଣ୍ଡ୍ୟା ଅଭ୍ୟାସ ବନ୍ଦ କରି ପ୍ରଶଂସକଙ୍କ ପାଖକୁ ଦୌଡ଼ି ଆସିଥିଲେ । ସେ ଠିକ୍ ଅଛନ୍ତି କି ନାହିଁ ପଚାରି ବୁଝିଥିଲେ । ପରେ ଉକ୍ତ ଆହତ ପ୍ରଶଂସକଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା ।

ବାରବାଟୀ ବିଜୟରୁ ବିଶ୍ୱକପ ପାଇଁ ବିଗୁଲ ବଜାଇଛି ଭାରତ । ଟସ୍ ହାରିଥିଲା ହେଲେ ମ୍ୟାଚ ଜିତିଲା ସୂର୍ଯ୍ୟସେନା । ହାର୍ଦ୍ଦିକ ପାଣ୍ଡ୍ୟା ଓ ବୋଲର ଦେଲେ ସଫଳତା । ଆସନ୍ତାବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଓଡ଼ିଶା ମାଟିରୁ ବିଜୟ ଅଭିଯାନ ଆରମ୍ଭ ହୋଇଛି । ବାରବାଟୀରେ ଭାରତର ପରାଜୟ ଧାରା ଭାଙ୍ଗିଛି । ପାଣ୍ଡ୍ୟାଙ୍କ ରୋମାଞ୍ଚ ଭରା ଅର୍ଦ୍ଧଶତକ ଏବଂ ବୋଲରଙ୍କ ମିଳିତ ପ୍ରାୟସ ବଳରେ ବାରବାଟୀରେ ମିଳିଥିବା ବିଜୟ ସବୁବେଳେ ମନେ ରହିବ ।