ହରଭଙ୍ଗା, ୨।୩ : ବୌଦ୍ଧ ଜିଲ୍ଲା ଠିଡିକାଯୋର ଗ୍ରାମରେ ଦୋଳ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଶ୍ରୀ ପୁରୁଷୋତ୍ତମ ଦିବ୍ୟଧାମ ଜଗନ୍ନାଥ ମନ୍ଦିର ଓ ବାବା କେଦାରେଶ୍ଵର ମହାଦେବ ମନ୍ଦିର କମିଟି ମିଳିତ ଉଦ୍ୟମ ରେ ଦୋଳ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉଭୟ ମନ୍ଦିରରେ ସକାଳ ପୂଜା ପରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ହରିହର ଭେଟ କରାଯାଇଥିଲା ।
ପରେ ଗାଁର ଭାରୁଆ ସେବାୟତ , ଉଭୟ ମନ୍ଦିର ପୂଜକ ଓ କମିଟି ସଦସ୍ୟମାନେ ମିଶି ଗୋଟିଏ ଦୋଳ ବିମାନ ରେ ମହାପ୍ରଭୁ ମଦନ ମୋହନ ଓ ଭୂଦେବୀ ଶ୍ରୀଦେବୀ ଓ ଅନ୍ୟ ଏକ ଦୋଳ ବିମାନରେ ହର ପାର୍ବତୀଙ୍କୁ ନଗର ପରିକ୍ରମା କରାଇଥିଲେ । ବିମାନ ପରିକ୍ରମା ସମୟରେ ଭକ୍ତମାନେ ନିଜ ଦାଣ୍ଡ ଦୁଆରେ ଦୀପଧୂପ ଦେବା ସହ ସାକାର, ଚଣା, ନଡ଼ିଆ କଦଳୀ, ବର୍ଷର ପ୍ରଥମ ମହୁଲ ଫୁଲ ଓ ଆମ୍ବ ପୂଜାର୍ଚ୍ଚନା କରିଥିଲେ । ମହାପ୍ରଭୁଙ୍କ ନଗର ପରିକ୍ରମାରେ ବହୁ ଭକ୍ତ ଯୋଗ ଦେବା ସହ ଅଭିର ଖେଳିଥିଲେ ।