ନୂଆଦିଲ୍ଲୀ, ୦୭/୦୭: ବେଜିଂରେ ଆୟୋଜିତ ଏସିଆନ ପାରା ଆର୍ଚେରୀ ଚାମ୍ପିଅନସିପ୍ରେ ବିଶ୍ୱର ଏକ ନମ୍ବର ତୀରନ୍ଦାଜ ହରିନ୍ଦର ସିଂ ୨ଟି ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି । ସେ ପୁରୁଷ ରିକର୍ଭ ଓପନ ଏବଂ ମିକ୍ସଡ ରିକର୍ଭ ଓପନରେ ଚାମ୍ପିଅନ ହୋଇଥିଲେ ।
ହରିନ୍ଦର ମିକ୍ସଡ ଟିମ୍ରେ ଭୱନାଙ୍କୁ ସାଥି କରି ଚୀନର ଜିହାନ ଗାଓ ଓ ଜୁନ ଗାଓଙ୍କୁ ୫-୪ରେ ପରାସ୍ତ କରିଥିଲେ । ସେମିତି ପୁରୁଷ ଓପନ ଫାଇନାଲରେ ୭-୧ରେ ଥାଇଲାଣ୍ଡର ଏଚ୍. ନେଟସିରିଙ୍କୁ ହରାଇଥିଲେ । ଭାରତ ଏହି ପ୍ରତିଯୋଗିତାରେ ୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ହାସଲ କରିଛି । ଚୀନକୁ ସର୍ବାଧିକ ୧୦ଟି ସ୍ୱର୍ଣ୍ଣ ମିଳିଛି।