ନୂଆଦିଲ୍ଲୀ, ୦୭/୦୭: ବେଜିଂରେ  ଆୟୋଜିତ ଏସିଆନ ପାରା ଆର୍ଚେରୀ ଚାମ୍ପିଅନସିପ୍‌ରେ ବିଶ୍ୱର ଏକ ନମ୍ବର ତୀରନ୍ଦାଜ ହରିନ୍ଦର ସିଂ ୨ଟି ସ୍ୱର୍ଣ୍ଣ ଜିତିବାରେ  ସଫଳ ହୋଇଛନ୍ତି । ସେ ପୁରୁଷ ରିକର୍ଭ  ଓପନ ଏବଂ ମିକ୍ସଡ ରିକର୍ଭ ଓପନରେ ଚାମ୍ପିଅନ ହୋଇଥିଲେ । 

ହରିନ୍ଦର ମିକ୍ସଡ ଟିମ୍‌ରେ ଭୱନାଙ୍କୁ ସାଥି କରି ଚୀନର  ଜିହାନ ଗାଓ ଓ ଜୁନ ଗାଓଙ୍କୁ ୫-୪ରେ  ପରାସ୍ତ କରିଥିଲେ । ସେମିତି ପୁରୁଷ ଓପନ ଫାଇନାଲରେ ୭-୧ରେ ଥାଇଲାଣ୍ଡର ଏଚ୍‌. ନେଟସିରିଙ୍କୁ ହରାଇଥିଲେ । ଭାରତ ଏହି  ପ୍ରତିଯୋଗିତାରେ ୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ  ଓ ୩ଟି ବ୍ରୋଞ୍ଜ ପଦକ ହାସଲ କରିଛି ।  ଚୀନକୁ ସର୍ବାଧିକ ୧୦ଟି ସ୍ୱର୍ଣ୍ଣ ମିଳିଛି।