ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭରତପୁର ଥାନା ମାମଲା: ତଦନ୍ତ ଅଗ୍ରଗତି ଜଣାଇଲେ ସରକାର, ସୋମବାର ପରବର୍ତ୍ତୀ ଶୁଣାଣି

Published By : Prameya | November 22, 2024 10:46 AM

କଟକ,୨୨/୧୧: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନାରେ ସେନା ଅଧିକାରୀଙ୍କୁ ଅସୌଜନ୍ୟ ବ୍ୟବହାର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦିଆଯିବା ଘଟଣାର ତଦନ୍ତ ଜାରି ଥିବା ନେଇ ରାଜ୍ୟ ସରକାର ହାଇକୋର୍ଟଙ୍କୁ୍‌ ଅବଗତ କରାଇଛନ୍ତି । ତଦନ୍ତ ସଂକ୍ରାନ୍ତ ଷ୍ଟାଟସ୍‌ ରିପୋର୍ଟ  ଦାଖଲ ପାଇଁ ହାଇକୋର୍ଟ ଗତକାଲି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ଗୁରୁବାର ସରକାର ତଦନ୍ତ ଅଗ୍ରଗତି ସଂପର୍କରେ ସୂଚନା ଦେବା  ସହ ଏହା ଜାରି ରହିଥିବା କହିଥିଲେ । ଏହି ଜବାବ ପରେ ହାଇକୋର୍ଟ  ମାମଲାର ଶୁଣାଣି ଆସନ୍ତା ସୋମବାରକୁ ଧାର୍ଯ୍ୟ କରିଛନ୍ତି । ସେହିଦିନ  ମାମଲାର ଚୂଡ଼ାନ୍ତ ଶୁଣାଣି ହେବ ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି  ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ  ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । 

ଗତ ସେପ୍ଟେମ୍ବର ୧୫ ତାରିଖ ବିଳମ୍ବିତ  ରାତିରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀ ଏଫ୍‌ଆଇଆର୍‌ ଦେବା  ପାଇଁ ଭରତପୁର ଥାନାକୁ ଯାଇଥିଲେ । ସେମାନଙ୍କଠାରୁ ଏଫ୍‌ଆଇଆର୍‌  ଗ୍ରହଣ ପରିବର୍ତ୍ତେ ପୁଲିସ୍‌ କର୍ମଚାରୀମାନେ ଦୁର୍ବ୍ୟବହାର ପ୍ରଦର୍ଶନ  କରିବା ସହ ବାନ୍ଧବୀଙ୍କୁ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ  ହୋଇଥିଲା । ଏପରିକି ବାନ୍ଧବୀଙ୍କୁ ପୁଲିସ ଗିରଫ କରି ଜେଲ୍‌ ମଧ୍ୟ  ପଠାଇ ଦିଆଯାଇଥିଲା । ଏହି ଘଟଣା ସମଗ୍ର ଦେଶରେ ଚର୍ଚ୍ଚା ସୃଷ୍ଟି  କରିଥିଲା । ଏହି ଘଟଣାରେ ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରି  ଶୁଣାଣି କରୁଛନ୍ତି । ଆମିକସ୍‌କ୍ୟୁରୀ ଭାବେ ବରିଷ୍ଠ ଆଇନଜୀବୀ ଗୌତମ  ମିଶ୍ର ଅଦାଲତଙ୍କୁ ମାମଲା ପରିଚାଳନାରେ ସହଯୋଗ କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.