ନୂଆଦିଲ୍ଲୀ,୨।୧୧: ଯଦି ଆପଣଙ୍କ ଆକାଉଣ୍ଟ ଦେଶର ସବୁଠାରୁ ବଡ଼ ବ୍ୟାଙ୍କରେ ରହିଛି ତେବେ ଆପଣଙ୍କୁ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ୟୁପିଆଇ ସମସ୍ୟାର ସାମନା କରିବାକୁ ପଡିପାରେ। କାରଣ ଏହି ସମୟରେ ୟୁପିଆଇ ସର୍ଭିସ କାମ କରିବ ନାହିଁ। କାରଣ ଏହି ସର୍ଭିସ କିଛି ଘଣ୍ଟା ପାଇଁ ବନ୍ଦ ରହିବ, ପରେ ପୂର୍ବ ଭଳି କାମ କରିବ। ୟୁପିଆଇ ବ୍ୟତୀତ, ବାକି ସବୁ ଜିନିଷ ଅନଲାଇନ୍ ଓ ଅଫଲାଇନ୍ରେ ରହିବ। ଏହି ସୂଚନା ଏଚ୍ଡିଏଫ୍ସି ବ୍ୟାଙ୍କର ଓ୍ବେବସାଇଟ୍ରେ ଦିଆଯାଇଛି।
ଏଚ୍ଡିଏଫ୍ସି ବ୍ୟାଙ୍କ କହିଛି ତାଙ୍କର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ସର୍ଭିସ ୫ ଓ ୨୩ ନଭେମ୍ବରରେ ସିଷ୍ଟମର ଦେଖାଶୁଣା କରିବା ପାଇଁ ଅସ୍ଥାୟୀ ରୂପରେ ଉପଲବ୍ଧ ରହିବନି। ଏଚଡିଏଫ୍ସି ବ୍ୟାଙ୍କର ଓ୍ବେବସାଇଟ୍ରେ ଦିଆଯାଇଥିବା ସୂଚନା ଅନୁସାରେ, ଏହି ସେବା ୫ ନଭେମ୍ବରରେ ୨ ଘଣ୍ଟା ଓ ୨୩ ନଭେମ୍ବର, ୨୦୨୪ ରେ ୩ ଘଣ୍ଟା ପାଇଁ ଉପଲବ୍ଧ ହେବନି। ବ୍ୟାଙ୍କ କହିଛି ଆପଣଙ୍କୁ ବ୍ୟାଙ୍କିଙ୍ଗ ଅନୁଭବନକୁ ଭଲ କରିବା ପାଇଁ ଆମେ ଆବଶ୍ୟକୀୟ ସିଷ୍ଟମରେ ଦେଖାଶୁଣା କରୁଛନ୍ତି।
ଏହି ସମୟରେ ଗ୍ରାହକଙ୍କ ପାଇଁ ବହୁ ସୁବିଧା ଉପଲବ୍ଧ ହେବନି। ଏଚ୍ଡିଏଫ୍ସି ବ୍ୟାଙ୍କ କଚାଲୁ ଓ ସେଭିଂ ଆକାଉଣ୍ଟ କିମ୍ବା ରୁପେ କ୍ରେଡିଟ୍ କାର୍ଡରେ ଫାଇନାନ୍ସ ଓ ନନ୍-ଫାଇନାନ୍ସ ୟୁପିଆଇ ଲେଣଦେଣ ହେବନି। ଏଚ୍ଡିଏଫ୍ସି ବ୍ୟାଙ୍କ ୟୁପିଆଇ ହାଣ୍ଡେଲର ଉପଯୋଗ କରୁଥିବା ସବୁ ବ୍ୟାଙ୍କ ଖାତାଧାରକଙ୍କ ପାଇଁ ଏଚ୍ଡିଏଫ୍ସି ମୋବାଇଲ ବ୍ୟାଙ୍କିଙ୍ଗ ଆପ୍,ଜିପି, ହ୍ବାଟସଆପ୍ ପେ, ପେଟିଏମ୍, ଶ୍ରୀରାମ ପାଇନାନ୍ସ, ମୋବିକ୍ବିକ୍ ଓ କ୍ରେଡିଟ୍ ପେ ରେ ଆର୍ଥିକ ଏବଂ ଅଣ ଆର୍ଥିକ ୟୁପିଆଇ ଲେଣଦେଣ ହେବନି। ଏହାଛଡା ଏଚ୍ଡିଏଫ୍ସି ବ୍ୟାଙ୍କ ଦ୍ବାରା ଅଧିଗ୍ରହିତ ବେପାରୀଙ୍କ ପାଇଁ ସବୁ ୟୁପିଆଇ ଟ୍ରାଞ୍ଜାକସନ୍ ମଧ୍ୟ ବନ୍ଦ ରହିବ।