ଥକ୍କାପଣ, ଚାପ କିମ୍ବା ନିଦ୍ରା ଅଭାବ ହେତୁ ସମସ୍ତଙ୍କ ମୁଣ୍ଡବିନ୍ଧା କେବେ ନା କେବେ ହୁଏ। କିନ୍ତୁ ଯେତେବେଳେ ବିନା କାରଣରେ ମୁଣ୍ଡବିନ୍ଧା ବାରମ୍ବାର ହୁଏ, ଏବଂ ଔଷଧ ଖାଇବା ପରେ ମଧ୍ୟ ଆରାମ ଦିଏ ନାହିଁ, ତେବେ ଏହା ଚିନ୍ତାର ବିଷୟ ହୋଇପାରେ। କେତେକ ସମୟରେ ଏହା ଶରୀର ଭିତରେ ଚାଲିଥିବା ଗମ୍ଭୀର ରୋଗକୁ ସୂଚିତ କରେ। ଏଠାରେ ଆମେ ଆପଣଙ୍କୁ ଏପରି ୬ଟି ବିପଦପୂର୍ଣ୍ଣ ରୋଗ ବିଷୟରେ କହୁଛୁ, ଯାହାର ଲକ୍ଷଣ ବାରମ୍ବାର ମୁଣ୍ଡବିନ୍ଧା ରୂପରେ ଦେଖାଯାଏ।
ବ୍ରେନ୍ ଟ୍ୟୁମର: ଯଦି ସକାଳେ ମୁଣ୍ଡବିନ୍ଧା ପ୍ରବଳ ହୁଏ ଏବଂ ବାନ୍ତି ହେବା ଭଳି ଅନୁଭବ ହୁଏ, କିମ୍ବା ଆପଣଙ୍କର ଦୃଷ୍ଟିଶକ୍ତି ଝାପ୍ସା ହୋଇଯାଏ, ତେବେ ଏହା ବ୍ରେନ୍ ଟ୍ୟୁମରର ଲକ୍ଷଣ ହୋଇପାରେ।
ମାଇଗ୍ରେନ୍: ଯଦି ମୁଣ୍ଡବିନ୍ଧା ସହିତ ଆଲୋକ, ଜୋର ଶବ୍ଦ କିମ୍ବା ଗନ୍ଧରୁ ଅସୁବିଧା ହୁଏ, ତେବେ ଏହା ମାଇଗ୍ରେନ୍ ହୋଇପାରେ। ଗୋଟିଏ କିମ୍ବା ଉଭୟ ପାର୍ଶ୍ୱରେ ସ୍ପନ୍ଦନଶୀଳ ଯନ୍ତ୍ରଣା ଘଣ୍ଟା ଘଣ୍ଟା ଧରି ରହିପାରେ।
ଉଚ୍ଚ ରକ୍ତଚାପ: ବାରମ୍ବାର ମୁଣ୍ଡବିନ୍ଧା ବିଶେଷକରି ସକାଳେ ଉଠିବା ସମୟରେ, ଉଚ୍ଚ ରକ୍ତଚାପର ଲକ୍ଷଣ ହୋଇପାରେ। ଯଦି ଆପଣଙ୍କର ଦୃଷ୍ଟିଶକ୍ତି ଝାପ୍ସା ହେଉଛି କିମ୍ବା ଆପଣ ଆପଣଙ୍କ ବେକରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ତୁରନ୍ତ ଆପଣଙ୍କ ବିପି ଯାଞ୍ଚ କରନ୍ତୁ।
ସାଇନସ୍ ସଂକ୍ରମଣ: ନାକ ବନ୍ଦ ହେବା, କପାଳ କିମ୍ବା ଗାଲରେ ଚାପ ଅନୁଭବ ହେବା ଏବଂ ବଙ୍କା ହେଲେ ମୁଣ୍ଡବିନ୍ଧା ବଢ଼ିବା, ଏସବୁ ସାଇନସ୍ର ଲକ୍ଷଣ। ଆଲର୍ଜି ଏବଂ ପାଗ ପରିବର୍ତ୍ତନ ଯୋଗୁଁ ଏହି ସମସ୍ୟା ବୃଦ୍ଧି ପାଏ।
ଆଖି ଦୁର୍ବଳତା: ଦୀର୍ଘ ସମୟ ଧରି ସ୍କ୍ରିନ୍ ଦେଖିବା କିମ୍ବା ପଢିବା ପରେ ମୁଣ୍ଡବିନ୍ଧା, ଚିଡ଼ଚିଡ଼ା କିମ୍ବା ଝାପ୍ସା ହେବା, ଦୃଷ୍ଟି ଦୁର୍ବଳ ହୋଇ ଥାଇପାରେ ।
ଚାପ ଏବଂ ଚିନ୍ତା: ଚାପ, ଚିନ୍ତା କିମ୍ବା ମାନସିକ ଅବସାଦର ପ୍ରଭାବ ସିଧାସଳଖ ମୁଣ୍ଡବିନ୍ଧା ରୂପରେ ଦେଖା ଦେଇଥାଏ । ଏହି ଯନ୍ତ୍ରଣା ପ୍ରତିଦିନ ହୋଇପାରେ, ବିଶେଷକରି ସନ୍ଧ୍ୟାରେ ସମ୍ପୂର୍ଣ୍ଣ ମୁଣ୍ଡରେ ଭାରୀ ଅନୁଭବ ହୁଏ ।