ଘରେ ହେଉ କିମ୍ବା ବାହାରକୁ ବୁଲିବାକୁ ଯିବା ସମୟରେ ହେଉ, ଆମେ ଯେ କୌଣସି ସମୟରେ ଚିନାବାଦାମ ଖାଇବାକୁ ପସନ୍ଦ କରିଥାଉ। ଆଉ ଖାସ୍ କରି ଶୀତ ଦିନେ ଏହାର ଚାହିଦା ଅଧିକ। ଏହା କେବଳ ସ୍ବାଦରେ ନୁହେଁ, ବରଂ ସ୍ବାସ୍ଥ୍ୟ ପାଇଁ ବି ବେଶ୍ ଲାଭଦାୟକ । ବାଦାମରେ ପ୍ରଚୁର ପ୍ରୋଟିନ, ହେଲ୍ଦି ଫ୍ୟାଟ୍, ଫାଇବର ରହିଥାଏ । ଯାହା ଶୀତ ଦିନରେ ଥଣ୍ଡା, କାଶ ଭଳି ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରେ । ଆଉ ନିମୟିତ ସେବନ ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ।
ହାର୍ଟ ସୁସ୍ଥ ରଖେ: ବାଦାମକୁ ଭିଜାଇଲେ ଏହାର ଚୋପା ପାଣିକୁ ଭଲ ଭାବେ ଶୋଷି ନିଏ । ଏହାକୁ ଖାଇବା ଖାଇବା ହୃଦୟ ପାଇଁ ସ୍ବାସ୍ଥ୍ୟକର ହୋଇଥାଏ । ଏଥିରେ ହାର୍ଟଆଟାକ୍ ଏବଂ ହୃଦୟ ସହ ଜଡିତ ଅନ୍ୟାନ୍ୟ ରୋଗ ଆଶଙ୍କା ହ୍ରାସ ପାଏ । ଏହି କାରଣରୁ ନିଜ ଡାଏଟରେ ବାଦାମ ସାମିଲ କରିବା ଉଚିତ୍ ।
କମିଥାଏ ଥଣ୍ଡା ଓ କାଶ: ଶୀତ ଦିନ ହେବା ମାତ୍ରେ ଥଣ୍ଡା କାଶ ଭଳି ସମସ୍ୟା ଅଧିକ ବଢିଯାଏ । ବାଦାମରେ ଇମ୍ୟୁନିଟି ବଢାଇବା ଶକ୍ତି ଥିବାରୁ ଏହାକୁ ନିୟମିତ ଖାଇବା ଭଲ । ବିଶେଷକ କରି ଭିଜା ବାଦାମ ଅଧିକ ଲାଭଦାୟକ ହୋଇଥାଏ । ଥଣ୍ଡା, କାଶ ଓ ବିଭିନ୍ନ ସଂକ୍ରମଣ ଆଶଙ୍କା କମ୍ ହୋଇଥାଏ ।
ସ୍ମୃତିଶକ୍ତି ବଢ଼ାଇଥାଏ: ସ୍ମୃତି ଶକ୍ତି ବଢାଇବା ପାଇଁ ବାଦାମ ଖାଇବା ଭଲ । ପାଣିରେ ଭିଜା ବାଦାମ ଅଧିକ ଲାଭଦାୟକ ହୋଇଥାଏ । ଏହାସହିତ ଦୃଷ୍ଟିଶକ୍ତି ଦୁର୍ବଳ ଥିବା ଲୋକମାନେ ମଧ୍ୟ ବାଦାମ ଖାଇବା ଦ୍ବାରା ଫାଇଦା ମିଳେ ।
ସୁସ୍ଥ ତ୍ବଚା: ଚିନାବାଦମ ଏକ ଶୀତଦିନିଆ ସୁପରଫୁଡ୍ । ଏଥିରେ ଥିବା ବାୟୋଟିନ ଶୁଷ୍କ ତ୍ବଚା ବା ଡ୍ରାଏ ସ୍କିନ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ । ଏହା ତ୍ବଚାକୁ ସୁସ୍ଥ ତଥା ଉଜ୍ଜଳ ରଖିବାରେ ସହାୟକ ହୁଏ ।