ପ୍ରତ୍ୟେକ ରୋଷେଇ ଘରେ ବ୍ୟବହୃତ ହେଉଥିବା ଏକ ସାଧାରଣ ମସଲା ଜିରା   । ଏହା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ଏଥିରେ ଅନେକ ସ୍ୱାସ୍ଥ୍ୟ ଲାଭ ମଧ୍ୟ ରହିଛି । ସେହିପରି ଜିରା ପାଣି ସ୍ବାସ୍ଥ୍ୟ ପକ୍ଷେ ମଧ୍ୟ ଅନେକ ଲାଭ ପ୍ରଦାନ କରେ । ଏହା ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର । ଜିରା ପାଣି ପାଚନ ଶକ୍ତି ଉନ୍ନତ କରିବା ସହ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ କରିଥାଏ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଜିରା ପାଣି ପିଇବାର ସ୍ୱାସ୍ଥ୍ୟ ଲାଭ କ'ଣ ? 

ଓଜନ ହ୍ରାସ : ଅନେକ ଲୋକ ସେମାନଙ୍କର ବର୍ଦ୍ଧିତ ଓଜନ ବିଷୟରେ ଚିନ୍ତିତ ଥାଆନ୍ତି । ଜିରା ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ବୃଦ୍ଧି ପାଏ, ଯାହା କ୍ୟାଲୋରି ନଷ୍ଟ କରିବାରେ ସାହାଯ୍ୟ କରେ ଏବଂ ଭୋକ ନିୟନ୍ତ୍ରଣ କରେ। ଜିରା ପାଣିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ A,C, କପର ଏବଂ ମାଙ୍ଗାନିଜ୍ ଥାଏ । ଏହା ଚର୍ବି ହ୍ରାସ କରିବାରେ ସାହାଯ୍ୟ କରେ । ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ।

ହାର୍ଟକୁ ସୁସ୍ଥ ରଖେ:ଜିରା ପାଣି ପିଇବା ଦ୍ୱାରା ଶରୀରରେ ଖରାପ କୋଲେଷ୍ଟ୍ରଲ୍ ହ୍ରାସ ହୁଏ । ଏହା ରକ୍ତଚାପ ନିୟନ୍ତ୍ରଣ କରେ ଏବଂ ରକ୍ତବାହୀ ନଳୀକୁ ଆରାମ ଦିଏ । ଏହାର ଅର୍ଥ ହୃଦୟ ଉପରେ କମ୍ ଚାପ ପଡ଼ିଥାଏ। ଜିରା ପାଣିର ନିୟମିତ ସେବନ କୋଲେଷ୍ଟ୍ରଲ୍ ସ୍ତର ଏବଂ ରକ୍ତଚାପ ନିୟନ୍ତ୍ରଣ କରି ହାର୍ଟକୁ ସୁସ୍ଥ ରଖେ ।

ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ:ଇନସୁଲିନ୍ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଜିରା ପାଣି ଆପଣଙ୍କ ଶରୀରର କୋଷ ଗୁଡ଼ିକୁ ଇନସୁଲିନ୍ ପ୍ରତି ଅଧିକ ସମ୍ବେଦନଶୀଳ କରିଥାଏ । ଏହା ଆପଣଙ୍କ ରକ୍ତ ଶର୍କରାକୁ ସ୍ଥିର କରିଥାଏ, ଇନସୁଲିନ୍ ବ୍ୟବହାରକୁ ଉନ୍ନତ କରିଥାଏ। ସେହିପରି, ଜିରା ପାଣି ରକ୍ତହୀନତା ରୋଗୀଙ୍କ ପାଇଁ ଲାଭଦାୟକ କାରଣ ଏହା ଲୌହରେ ଭରପୂର । ଏହା ହିମୋଗ୍ଲୋବିନ୍ ସ୍ତର ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ।

ଚର୍ମ ଏବଂ କେଶ ମଜବୁତ କରେ :ଜିରା ପାଣି ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର । ଏହା ସୁସ୍ଥ ଚର୍ମ ଏବଂ କେଶ ବଜାୟ ରଖିବାରେ ସାହାଯ୍ୟ କରେ। ଏହାର ଭିଟାମିନ୍ ଏବଂ ଖଣିଜ କେଶକୁ ଚମକଦାର ଏବଂ ମଜବୁତ କରିଥାଏ । ଏହା ଏକ ପ୍ରାକୃତିକ ଡିଟକ୍ସିଫାୟର ଭାବରେ ମଧ୍ୟ କାର୍ଯ୍ୟ କରେ, ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ ।

ଶରୀରକୁ ବିଷମୁକ୍ତ କରିବାରେ ସାହାଯ୍ୟ କରେ: ଜିରା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର। ଏଗୁଡ଼ିକ କ୍ଷତିକାରକ ମୁକ୍ତ ରାଡିକାଲ୍ସକୁ ଦୂର କରେ ଏବଂ ଆପଣଙ୍କ ଶରୀରକୁ ବିଷମୁକ୍ତ କରିବାରେ ସାହାଯ୍ୟ କରେ। ରାତିରେ ଜିରା ପାଣି ପିଇବା ଦ୍ୱାରା ଆପଣ ଶୋଇବା ସମୟରେ ଆପଣଙ୍କ ଶରୀରକୁ ବିଷାମୁକ୍ତ କରିବାରେ ସାହାଯ୍ୟ କରେ।