ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଶରୀରରେ ପାଣିର ଅଭାବ ସୃଷ୍ଟି କରେ ଥଣ୍ଡା ପାନୀୟ, ସ୍ୱାସ୍ଥ୍ୟ ପାଇଁ ହୋଇପାରେ ବିପଦପୂର୍ଣ୍ଣ !

Published By : Swapna Ray | March 19, 2025 5:26 PM

ନୂଆଦିଲ୍ଲୀ, ୧୯।୩: ମାର୍ଚ୍ଚ ମାସ ଆରମ୍ଭରୁ ପ୍ରଚଣ୍ଡ ଖରା ସାଙ୍ଗକୁ ଜାରି ରହିଛି ଗୁଳୁଗୁଳି । ପ୍ରବଳ ଗରମରୁ ଆରାମ ପାଇବା ଲାଗି ଲୋକେ ଥଣ୍ଡା ପାନୀୟ ପିଇବା ଆରମ୍ଭ କରିଦେଲେଣି । ଏହି ଥଣ୍ଡା ପାନୀୟକୁ ନେଇ ନିକଟରେ ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଯଦି ଥଣ୍ଡା ପାନୀୟ ପିଉଛନ୍ତି ଏବେଠୁ ହିଁ ତୁରନ୍ତ ଏହାକୁ ପିଇବା ବନ୍ଦ କରନ୍ତୁ । କୋଲଡ୍ରିଙ୍କ୍ସ ଶରୀରରେ ଜଳର ପରିମାଣକୁ ହ୍ରାସ କରିବା ସହ ଏହା  ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ବି ହୋଇପାରେ । ଏନେଇ ଚେତାବନୀ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଳବାୟୁ ପରିବର୍ତ୍ତନ ଏବଂ ମାନବ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ । 

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗରମ ସମୟରେ କାର୍ବୋନେଟେଡ୍ ଥଣ୍ଡା ପାନୀୟ ପିଇବା ଦ୍ୱାରା ଅଧିକ ଝାଳ ବାହାରିଥାଏ, ଯାହା ଶରୀରରେ ଜଳର ପରିମାଣକୁ ହ୍ରାସ କରିଥାଏ । ଏଥିପାଇଁ ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଏହା ବ୍ୟତୀତ ଅତ୍ୟଧିକ ଗରମ ହେଉଥିଲେ, ଚା’ ଏବଂ କଫିରେ କ୍ୟାଫିନ୍ ବି ପିଇବା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ଏହା ଶରୀରର ତାପମାତ୍ରା ବୃଦ୍ଧି କରି ଡିହାଇଡ୍ରେସନର ଆଶଙ୍କା ବଢ଼ାଇପାରେ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ମଧ୍ୟରେ ସିଧାସଳଖ ସୂର୍ଯ୍ୟକିରଣଠାରୁ ଦୂରେଇ ରୁହନ୍ତୁ କୋଲ୍ଡ ଡ୍ରିଙ୍କ୍ସରେ ଅଧିକ ପରିମାଣର କ୍ୟାଫିନ୍ ଏବଂ ଚିନି ଥାଏ, ଯାହା ଶରୀରରୁ ଶୀଘ୍ର ଝାଳ ବାହାର କରିପାରେ । 

ଥଣ୍ଡା ପାନୀୟ ଶରୀରରେ ଆବଶ୍ୟକୀୟ ଖଣିଜ ପଦାର୍ଥ ଏବଂ ଇଲେକ୍ଟ୍ରୋଲାଇଟ୍ସ  ହ୍ରାସ କରିପାରେ, ଯାହା ଥକ୍କାପଣ, ମୁଣ୍ଡବିନ୍ଧା ଏବଂ ଦୁର୍ବଳତାର କାରଣ ହୋଇପାରେ । କୋଲଡ୍ରିଙ୍କ୍ସ ପିଇବା ପରେ ବାରମ୍ୱାର ଶୋଷ ଲାଗିଥାଏ, କିନ୍ତୁ, ଏହା ଶରୀରରେ ପାଣିର ଆବଶ୍ୟକତା ପୂରଣ କରିପାରେନାହିଁ । ଏଥିପାଇଁ ଶରୀରରେ ପାଣିର ଅଭାବ ପରିଲକ୍ଷିତ ହୁଏ । ଏହାବ୍ୟତୀତ ଶରୀରରେ ପାଣିର ଅଭାବରୁ ବ୍ଲଡ୍ ପ୍ରେସର, ହୃଦ୍‌ସ୍ପନ୍ଦନ ବଢ଼ିପାରେ । ଶରୀରରେ ପାଣିର ଅଭାବରୁ କାରଣରୁ ଖରାଦିନେ ଶୀଘ୍ର ଅଂଶୁଘାତ ଶିକାର ହୋଇପାରନ୍ତି । ଦୁର୍ବଳ ଲାଗିବା ସହ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଦେଇପାରେ । କିଡନୀ ଓ ମସ୍ତିଷ୍କ କୋଷିକାରେ କ୍ଷତି ପହଞ୍ଚାଇପାରେ । ସିଗାରେଟ୍, ବିଡ଼ି, ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କଠାରେ ଡିହାଇଡ୍ରେସନ ସମସ୍ୟା ଥିଲେ ଶରୀରରେ ରକ୍ତ ଜମାଟ ବାନ୍ଧି ହାର୍ଟ ଆଟାକ ଭଳି ଆଶଙ୍କା ବଢ଼ିପାରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.