ସକାଳର ଜଳଖିଆ ହେଲ୍ଦି ରଖିବାକୁ ସମସ୍ତେ ପରାମର୍ଶ ଦେଇଥାନ୍ତି । ଯେଉଁଥିରୁ ଶରୀରକୁ ସମସ୍ତ ପ୍ରକାର ପୋଷକ ତତ୍ତ୍ବ ମିଳିଥାଏ। ହେଲେ କିଛି ଲୋକ ଅଛନ୍ତି ସେମାନେ ଶୀଘ୍ର ଜଳଖିଆ କରିପାରନ୍ତି ନାହିଁ। ତେବେ ସେମାନେ ସେମାନଙ୍କ ଜଳଖିଆରେ ଶୀଘ୍ର ବନେଇ ହେଉଥିବା ଏବଂ ହାଲୁକା ଜିନିଷ ସାମିଲ କରିପାରିବେ। ଯେପରିକି ସ୍ପ୍ରାଉଟ୍ସ । ଜଳଖିଆରେ ଏହାକୁ ଖାଇବା ଦ୍ୱାରା ଶରୀରକୁ ପୋଷକ ତତ୍ତ୍ୱ ଏବଂ ସାରା ଦିନ ପାଇଁ ଶକ୍ତି ମିଳିଥାଏ। ତେବେ ଆପଣ କେବଳ ଯେ ମୁଗ ଡାଲି ନୁହେଁ ବରଂ ଅନେକ ପ୍ରକାରର ସ୍ପ୍ରାଉଟ୍ସକୁ ଜଳଖିଆରେ ସାମିଲ କରିପାରିବେ।
ହେଲଥଲାଇନ୍ ଅନୁଯାୟୀ, ଗଜା ହେବା ପ୍ରକ୍ରିୟା ପୋଷକ ତତ୍ତ୍ୱକୁ ବୃଦ୍ଧି କରେ। ଏଥିରୁ ପ୍ରୋଟିନ୍, ଫୋଲେଟ୍, ମ୍ୟାଗ୍ନେସିୟମ୍, ଫସଫରସ୍, ମାଙ୍ଗାନିଜ୍ ଏବଂ ଭିଟାମିନ୍ ସି ଏବଂ କେ ସଠିକ୍ ପରିମାଣରେ ମିଳିପାରିବ। ଗଜା ପ୍ରୋଟିନ୍ ପରିମାଣ ବୃଦ୍ଧି କରିବାରେ ସାହାଯ୍ୟ କରେ। ଗଜାରେ ଆମିନୋ ଏସିଡ୍ ମଧ୍ୟ ମିଳିଥାଏ। ତେଣୁ ଆପଣ ସପ୍ତାହର ପ୍ରତ୍ୟେକ ଦିନ ଆପଣଙ୍କ ଖାଦ୍ୟରେ ବିଭିନ୍ନ ଜିନିଷରୁ ତିଆରି ଗଜାକୁ ସାମିଲ କରିପାରିବେ।
ଗଜା ମୁଗ
ଅଧିକାଂଶ ଲୋକ ମୁଗ ଡାଲି ଗଜା ପସନ୍ଦ କରନ୍ତି। ଆପଣ ଏହାକୁ ସକାଳ ଜଳଖିଆରେ ସାମିଲ କରିପାରିବେ। ୧ କପ୍ ଅର୍ଥାତ୍ ପ୍ରାୟ ୧୦୪ ଗ୍ରାମ ଏହି ଗଜାରେ ବହୁତ କମ୍ କ୍ୟାଲୋରୀ ଏବଂ କାର୍ବୋହାଇଡ୍ରେଟ୍ ଥାଏ। ଏଥିରେ ୩ ଗ୍ରାମ ପ୍ରୋଟିନ୍, ଡାଲି ମୂଲ୍ୟ ଅନୁସାରେ ୧୫% ଭିଟାମିନ୍ ସି, ୧୬% ଫୋଲେଟ୍ ଥାଏ।
ଗଜା ଚଣା
ଆପଣ ସକାଳ ଜଳଖିଆରେ ଗଜା ଚଣା ମଧ୍ୟ ସାମିଲ କରିପାରିବେ। ଏହା ନିରାମିଷ ଖାଉଥିବା ବ୍ୟକ୍ତିଙ୍କ ପାଇଁ ପ୍ରୋଟିନର ଏକ ଭଲ ଉତ୍ସ। ହେଲଥଲାଇନ୍ ଅନୁଯାୟୀ, ଗୋଟିଏ କପ୍ ଗଜା ଚଣା ରେ ୪୮୦ କ୍ୟାଲୋରୀ, ୮୪ ଗ୍ରାମ କାର୍ବୋହାଇଡ୍ରେଟ୍, ୩୬ ଗ୍ରାମ ପ୍ରୋଟିନ୍, ୮ ଗ୍ରାମ ଚର୍ବିଥାଏ।
ଗଜା ମସୁର ଡାଲି
ଆପଣ ମସୁର ଡ଼ାଲିକୁ ମଧ୍ୟ ଗଜା କରି ନିଜ ଡ଼ାଏଟରେ ସାମିଲ କରିପାରିବେ । ଏହା ମଧ୍ୟ ପ୍ରୋଟିନର ଏକ ଭଲ ଉତ୍ସ। ମସୁର ଡ଼ାଲିକୁ ରାତିସାରା ପାଣିରେ ଭିଜାଇ ରଖନ୍ତୁ। ଏହା ପରେ, ସକାଳେ ମସୁରକୁ ଛାଣି ଏକ ପାତ୍ର କିମ୍ବା ଚାଲୁଣୀରେ ରଖନ୍ତୁ। ଏହାକୁ ଏକ ସଫା କପଡାରେ ଘୋଡାଇ ୨ ଦିନ ପାଇଁ ଏକ ଗରମ ସ୍ଥାନରେ ରଖନ୍ତୁ। ଏହାପରେ ଏହାକୁ ଖାଇପାରିବେ ।
ଧଳା ଚଣା ଗଜା
କଳା ଚଣା ପରି, ଆପଣ ଧଳା ଚଣାକୁ ମଧ୍ୟ ଗଜା କରିପାରିବେ। ଏହାକୁ ପ୍ରୋଟିନର ଏକ ଭଲ ଉତ୍ସ ଭାବରେ ବିବେଚନା କରାଯାଏ।୧୪୦ ଗ୍ରାମ ଧଳା ଚଣାରେ ପ୍ରାୟ ୩୬ ଗ୍ରାମ ପ୍ରୋଟିନ୍ ମିଳିଥାଏ।
ଗଜା ମଟର
ଗଜା ମଟର ବିଷୟରେ ବହୁତ କମ୍ ଲୋକ ଜାଣିଥିବେ। ପ୍ରୋଟିନ୍ ବ୍ୟତୀତ, ଏହା ଭିଟାମିନ୍ ସି ଏବଂ ଫୋଲେଟ୍ ଅର୍ଥାତ୍ ଭିଟାମିନ୍ ବି୯ ର ଏକ ଭଲ ଉତ୍ସ। ଆପଣ ଏହାକୁ ମଧ୍ୟ ସକାଳ ଜଳଖିଆରେ ସାମିଲ କରିପାରିବେ ।
ଗଜା ସୋୟାବିନ୍
ଏହା ସୋୟାବିନ୍ ମଞ୍ଜିକୁ ଗଜା କରି ତିଆରି କରାଯାଏ। ଏହାକୁ କୋରିଆନ୍ ଖାଦ୍ୟରେ ମଧ୍ୟ ବ୍ୟବହାର କରାଯାଏ। ଗୋଟିଏ କପ୍ ଅର୍ଥାତ୍ ପ୍ରାୟ ୭୦ ଗ୍ରାମ ସୋୟାବିନ୍ ଗଜାରେ ଦୈନିକ ମୂଲ୍ୟ ଅନୁସାରେ ୮୫ କ୍ୟାଲୋରୀ, ୬ ଗ୍ରାମ କାର୍ବୋହାଇଡ୍ରେଟ୍, ୯ ଗ୍ରାମ ପ୍ରୋଟିନ୍, ୫ ଗ୍ରାମ ଚର୍ବି ଓ ୧୨% ଭିଟାମିନ୍ ସି ଥାଏ। ଗଜା ହେବା ଦ୍ୱାରା ସୋୟାବିନ୍ରେ ଫାଇଟିକ୍ ଏସିଡ୍ର ସ୍ତର ହ୍ରାସ ପାଏ , ଯାହା ଏକ ଆଣ୍ଟିନ୍ୟୁଟ୍ରିଏଣ୍ଟ ।