ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

‘ସୁସ୍ଥ ସମାଜ ପାଇଁ ସୁସ୍ଥ ପରିବେଶ ଦରକାର’, ପ୍ଲାଷ୍ଟିକ୍ ପ୍ରଦୂଷଣ ସମାପ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Published By : Manash Sahoo | June 5, 2025 1:41 PM

ଭୁବନେଶ୍ୱର ୦୫/୦୬: ଭୁବନେଶ୍ବର ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ‘ବିଶ୍ୱ ପରିବେଶ ଦିବସ’ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି । ରାଜ୍ୟ ସରକାର, ଗୋଟିଏ ବର୍ଷରେ ୭.୫ କୋଟି ବୃକ୍ଷ ରୋପଣ କରିବେ ବୋଲି ସେ କହିଛନ୍ତି ।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନତା ବିସ୍ତାର କରିବା ପାଇଁ ଆଜିର ଦିନଟି ଉତ୍ସର୍ଗୀକୃତ। ପ୍ରଦୂଷିତ ପୃଥ‌ବୀର ଭୟାବହତାକୁ ହୃଦୟଙ୍ଗମ କରି ଅଧିକରୁ ଅଧିକ ସବୁଜ ପରିବେଶ ସୃଷ୍ଟି କରିବା ଏବଂ ପ୍ରକୃତିର ସଂରକ୍ଷଣ କରିବା ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ପରିବେଶ ସଂରକ୍ଷଣ ପାଇଁ ନିଆଯାଉଥିବା ପଦକ୍ଷେପ, ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ଜୀବନ ଯାପନର ସହଜ ଓ ସରଳ ମାଧ୍ୟମ ହୋଇପାରିବ । 

ଆଜି କାଲି ଆମ ଜୀବନରେ ପ୍ଲାଷ୍ଟିକ୍ ଅପରିହାର୍ଯ୍ୟ ହୋଇ ସାରିଛି । ବିଶେଷ ଭାବେ ବ୍ୟବହାର ହେଉଛି Single-Use-Plastic । ବର୍ତ୍ତମାନ ସମୟରେ ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାର, ତିନିଗୋଟି ସମସ୍ୟା ଭାବେ ଉଭା ହୋଇଛି । ଜଳବାୟୁ ପରିବର୍ତ୍ତନ, ପ୍ରକୃତିର ଜଳ, ସ୍ଥଳ ଏବଂ ଜୈବ ବିବିଧତାରେ କ୍ଷୟ ଏବଂ ପ୍ରଦୂଷଣ ଓ ଆବର୍ଜନାର ସମସ୍ୟା।   ଏହି ପରିପ୍ରେକ୍ଷୀରେ ପ୍ଲାଷ୍ଟିକ୍ ବର୍ଜନ ଏକ ଗଣ ଆନ୍ଦୋଳନରେ ପରିଣତ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆମ ସରକାର ମଧ୍ୟ ‘State Clean Air Programme’ ଆରମ୍ଭ କରିଛନ୍ତି । ଏହା ଜନସଂଖ୍ୟା ବହୁଳ ସହରାଞ୍ଚଳ ମାନଙ୍କରେ ବାୟୁ ପ୍ରଦୂଷଣର ମାତ୍ରା କମାଇବ ଏବଂ ବାୟୁମଣ୍ଡଳରେ ‘Air Quality’ ବୃଦ୍ଧି ଘଟିବ। ସେଥିପାଇଁ ‘State Pollution Control Board’ ମଧ୍ୟ ତତ୍ପର ଅଛି । ରାଜ୍ୟ ସରକାର Single-Use-Plastic ନିଷେଧ ସହ ଏହାର ଦୀର୍ଘସ୍ଥାୟୀ ବିକଳ୍ପକୁ ପ୍ରୋତ୍ସାହନ ଏବଂ ବର୍ଜ୍ୟ ପରିଚାଳନା ପ୍ରଣାଳୀକୁ ସଶକ୍ତ କରିବା ପାଇଁ ସକ୍ରିୟ ପଦକ୍ଷେପ ନେଇଛନ୍ତି । ସମାଜରେ ପ୍ରକୃତ ପରିବର୍ତ୍ତନ ଆଣିବାକୁ ହେଲେ ଏହା ପ୍ରଥମେ ନିଜ ଓ ନିଜ ପରିବାରଠାରୁ ଆରମ୍ଭ ହେବା ଆବଶ୍ୟକ । ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନରେ ରାଜ୍ୟ ସରକାର ପ୍ରାୟ ସାଢେ ୬କୋଟିରୁ ଉର୍ଦ୍ଧ୍ୱ ଗଛ ଲଗାଇ ଏହି ଅଭିଯାନକୁ ସଫଳ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଜଙ୍ଗଲ ଓ ବୃକ୍ଷ ଆବରଣରେ ପାଖାପାଖି ୫୬୦ ବର୍ଗ କିଲୋମିଟର ନେଟ୍ ବୃଦ୍ଧି ହୋଇଛି। ଯାହା ମୋଟ୍ ରାଜ୍ୟ ମଧ୍ୟରେ ଚତୁର୍ଥ ସର୍ବାଧିକ । ଜନସାଧାରଣ ଓ ଅନୁଷ୍ଠାନ ଗୁଡିକ ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ୱ ଚାରା ରୋପଣ କରି ରେକର୍ଡ ସୃଷ୍ଟି କରିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ୧୦୭ତମ ଜାତୀୟ ଉଦ୍ୟାନର ମାନ୍ୟତା ପାଇଛି ଶିମିଳିପାଳ । ‘ଆମ ଶିମିଳିପାଳ’ ଯୋଜନା ମାଧ୍ୟମରେ ବନ୍ୟପ୍ରାଣୀ ଓ ଉଦ୍ଭିଦ ସଂରକ୍ଷଣ ଓ ସୁରକ୍ଷା ପାଇଁ ୫୦କୋଟି ଟଙ୍କା ବ୍ୟୟ ବରାଦରେ ଏକ ନୂତନ ପ୍ରୟାସର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । 

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ପରିବେଶ ସୁରକ୍ଷା ତଥା ଏହାର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ଜିଲ୍ଲାର ୧୮୫ ପ୍ରକୃତି ମିତ୍ର ଏବଂ ୨୧୧ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଅନୁଷ୍ଠାନ ତଥା ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଉଛି । ମୋର ଦୃଢ ବିଶ୍ବାସ ସେମାନଙ୍କର କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ। "Ending Plastic Pollution" ଉପରେ ରାଜ୍ୟସ୍ତରର ଇକୋ-ମଡେଲ ପ୍ରଦର୍ଶନୀର ସମସ୍ତ ଅଂଶଗ୍ରହଣକାରୀ ଓ ବିଜେତା ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାରୁ ସର୍ବଶ୍ରେଷ୍ଠ ଇକୋ କ୍ଲବ୍ ପୁରସ୍କାର ବିଜେତା ବିଦ୍ୟାଳୟ ତଥା ଶିକ୍ଷକ ମାନଙ୍କୁ ମଧ୍ୟ ତାଙ୍କର ନିଷ୍ଠା ଏବଂ ପ୍ରତିବନ୍ଧତା ପାଇଁ ଶୁଭେଚ୍ଛା ଜଣାଛନ୍ତି । ସେହିପରି ବିଭିନ୍ନ ଶିଳ୍ପାନୁଷ୍ଠାନ ତଥା ପରିବେଶ ନିୟନ୍ତ୍ରଣ ସହିତ ଜଡ଼ିତ ବିଭିନ୍ନ ସଂସ୍ଥା ପ୍ରଦର୍ଶନୀ ମାଧ୍ୟମରେ ସଚେତନତା ସୃଷ୍ଟି କରିବାର ପ୍ରୟାସ କରିଛନ୍ତି । ସେମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି । 

ପ୍ଲାଷ୍ଟିକ୍ ପ୍ରଦୂଷଣକୁ ସମାପ୍ତ କରିବା ସହ ଆମ ନାଗରିକଙ୍କ ପାଇଁ ଏକ ସୁସ୍ଥ ଓ ସ୍ବଚ୍ଛ ପରିବେଶ ବଜାୟ ରଖିବା ପାଇଁ ଆଜି ଆମେ ସଂକଳ୍ପ ନେବା । ଏ ଦିଗରେ ଆପଣ ମାନଙ୍କ ଉଦ୍ୟମ, ମନୋବୃତ୍ତି ଓ ନିଷ୍ଠାପରତାକୁ କାମନା କରୁଛି । ଏକ ସୁସ୍ଥ ସମାଜ ପାଇଁ ଏକ ସୁସ୍ଥ ପରିବେଶ ଦରକାର ଏବଂ ପରିବେଶ ପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ସମାରୋହରେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। 

କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା 'ଏକ ପେଡ୍ ମା’ କେ ନାମ' କାର୍ଯ୍ୟକ୍ରମରେ କୃଷି ଶିକ୍ଷା ସଦନ ଠାରେ ପରୀକ୍ଷାରୋପଣ କରିଥିଲେ । ସେପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶ ଦିବସ ଉପଲକ୍ଷେ ପ୍ରଦର୍ଶନୀ ବୁଲି ଦେଖିଥିଲେ  ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ କାରକମଳରେ State Pollution Control Board FAQs Book , Coastal heath Status Report, Study on Water Efficiency in Thermal Power Plant, Fluoride in Aluminium Smelters risk and Response, State Clean Air Programme-2025 ଉନ୍ମୋଚନ ହୋଇଥିଲା   ।

କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ, State Pollution Control Board ସଦସ୍ୟା ତଥା ସଚିବ ଶ୍ରୀମତୀ ଉମା ନାନ୍ଦୁରୀ ଧନ୍ୟବାଦ ଦେଇଥିଲେ। ଏହି ସମାରୋହରେ, ପିସିସିଏଫ୍ ଏବଂ ଏଚ୍ଓଏଫ୍ଏଫ୍, ଶ୍ରୀ ଏସ୍. ପନ୍ଥ, ବିଭାଗୀୟ ନିର୍ଦ୍ଦେଶକ, ଡ. କେ. ମୁରୁଗେସନଙ୍କ ସହ ପରିବେଶବିତ୍ ଓ ବୈଜ୍ଞାନିକ ମାନେ ମଧ୍ୟ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.