ନୂଆଦିଲ୍ଲୀ : ଆଜିକାଲିର ଲାଇଫଷ୍ଟାଇଲ୍‌ ହିଁ କିଛି ଏମିତି ହୋଇ ଯାଇଛି ଯେ, ମୋଟାପା ସମସ୍ୟା ଖୁବ୍‌ ସାଧାରଣ କଥା ହେବାରେ ଲାଗିଛି। ଖରାପ ଖାଦ୍ୟପେୟ ଓ ଫିଜିକାଲ ଆକ୍ଟିଭିଟିଜ୍‌ର ଅଭାବ, ମୋଟାପାର ସବୁଠୁ ବଡ଼ କାରଣ ସାଜି ବାହାରିଛି। ଆଜି ପାଖାପାଖି ସବୁ ଲୋକ ନିଜର ଓଜନ ବୃଦ୍ଧିକୁ ନେଇ ଚିନ୍ତାରେ। ଏହାକୁ ହ୍ରାସ କରିବାର ଉପାୟ ଖୋଜିବାରେ ଲାଗିଛନ୍ତି। ସତ କଥା ଏହା କି, ୱେଟ୍‌ ଲସ୍‌ର କୌଣସି ସର୍ଟକଟ୍‌ ରାସ୍ତା ନାହିଁ। ସଠିକ୍‌ ଖାଦ୍ୟପେୟ ଓ ନିୟମିତ ୱାର୍କଆଉଟ୍‌ ସହ ୱେଟଲସ୍‌ କରାଯାଇ ପାରେ। ହେଲେ ଏହାସହ ନିଜର ନିୟମିତ ରୁଟିନ୍‌ରେ କିଛି ପରିବର୍ତ୍ତନ ଓ ଅଭ୍ୟାସକୁ ସାମିଲ କରି ୱେଟଲସ୍‌ ଜର୍ଣ୍ଣିକୁ ଆଉ କିଛି ଫାଷ୍ଟ ନିଶ୍ଚୟ କରାଯାଇ ପାରେ। ଆପଣଙ୍କୁ ଏମିତି କିଛି ନାଇଟ୍‌ ଟାଇମ୍‌ ହ୍ୟାବିଟ୍ସ ବିଷୟରେ କହୁଛୁ , ଯାହାକୁ ଆପଣାଇ ଆପଣ ନିଜର ୱେଟ ଲସ୍‌ ଜର୍ଣ୍ଣକୁ କିଛି ମାତ୍ରାରେ ସ୍ପିଡ୍‌ ଅପ୍‌ କରି ପାରିବେ। 

ଖୁବ୍‌ ଶୀଘ୍ର ଫିନିଶ କରନ୍ତୁ ନିଜର ଡିନର –

କେବଳ ୱେଟ୍‌ ଲସ୍ ପାଇଁ ହିଁ ନୁହେଁ ବରଂ ଓଭରଅଲ୍‌ ହେଲଥ୍‌ ପାଇଁ ମଧ୍ୟ ନିଜର ଡିନରକୁ ଶୀଘ୍ର ଶେଷ କରିବାର ଅଭ୍ୟାସ ଖୁବ୍‌ ଫଳପ୍ରଦ। ଆୟୁର୍ବେଦରୁ ନେଇ ମଡର୍ଣ୍ଣ ସାଇନ୍ସ ଯାଏ ରାତିର ଭୋଜନକୁ ଶୀଘ୍ର ଖାଇବା ଉପରେ ଜୋର ଦିଆ ଯାଇଛି। ଏଥିପାଇଁ ଚେଷ୍ଟା କରନ୍ତୁ କି ନିଜର ଡିନର ସନ୍ଧ୍ୟା ୭ଟା ସମୟ ପୂର୍ବରୁ ଶେଷ କରି ନିଅନ୍ତୁ ଏବଂ ଏହାପରେ କିଛି ଖାଆନ୍ତୁ ନାହିଁ। ହେଲଥ୍‌ ଏକ୍ସପର୍ଟସଙ୍କ ଅନୁସାରେ , ଶୋଇବା ଓ ଖାଇବା ମଧ୍ୟରେ ପାଖାପାଖି ୩ଘଣ୍ଟାର ବ୍ୟବଧ୍ୟାନ ରହିବା ଜରୁରି। ଏଥିରେ ଖାଦ୍ୟ ଭଲଭାବେ ହଜମ ହୋଇ ଥାଏ ଏବଂ ୱେଟ୍‌ ଗେନ୍‌ ହୋଇ ନଥାଏ।

ଏମିତି ରଖନ୍ତୁ ନିଜର ଡିନର – 

ନିଜର ୱେଟ୍‌ ଲସ୍‌ କରିବାକୁ ଚାହୁଁଥିଲେ, ରାତିର ଡିନର ସର୍ବଦା ବହୁତ ଲାଇଟ୍‌ ଓ ହେଲଦି ରଖନ୍ତୁ। ଡିନରରେ ଏମିତି ଫୁଡ୍‌ ଆଇଟମ୍ସ ସାମିଲ କରନ୍ତୁ , ଯେଉଁଥିରେ କ୍ୟାଲୋରୀର ମାତ୍ରା କମ୍ ଥିବ ଏବଂ ଫାଇବର ଅଧିକ ମାତ୍ରାରେ ହୋଇଥିବ। ଏଥିର ଆପଣଙ୍କ ପେଟ ମଧ୍ୟ ଶୀଘ୍ର ଭରିଯିବ ଏବଂ ଓଜନ ବଢିବାର ଚିନ୍ତା ରହିବ ନାହିଁ। ରାତିର ଡିନରରେ ଆପଣ ଭେଜିଟେବଲ ସୁପ୍‌, ସାଉଟେଡ୍‌ ଭେଜିଟେବଲ୍ସ, ସାଲାଡ , ଡାଲି ଯୁକ୍ତ ଖେଚୁଡି ଓ ଦଲିଆ ଭଳି ଜିନିଷ ସାମିଲ କରି ପାରିବେ। ମୋଟାମୋଟି ଭାବେ କହିବାକୁ ଗଲେ, ଓଜନ ହ୍ରାସ କରିବାକୁ ହେଲେ ଏହି ନିୟମକୁ ମନେରଖିବେ କି, ସକାଳର ଜଳଖିଆ ରାଜାଙ୍କ ଭଳି ହେବ ଏବଂ ରାତିର ଡିନର କୌଣସି ଭିକାରୀ ଭଳି ଅର୍ଥାତ୍‌ ବହୁତ କମ୍‌ ମାତ୍ରାରେ ଖାଇବେ। 

ଶୋଇବା ପୂର୍ବରୁ ପିଅନ୍ତୁ ହଳଦୀ ମିଶ୍ରିତ କ୍ଷୀର –

ପ୍ରତିଦିନ ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ। ଏଥିରେ ନିଦ ମଧ୍ୟ ଜବରଦସ୍ତ ହେବ, ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ଏବଂ ୱେଟ୍‌ ଲସ୍‌ରେ ତ ସାହାଯ୍ୟ ହିଁ ମିଳିବ। ଉଲ୍ଲେଖନୀୟ ଯେ, ହଳଦୀ ମିଶ୍ରିତ କ୍ଷୀରରେ ଥର୍ମୋଜନିକ ପ୍ରପର୍ଟିଜ୍‌ ଥାଏ, ଯାହା ଫ୍ୟାଟ୍‌ ବର୍ଣ୍ଣିଂରେ ସାହାଯ୍ୟ କରିଥାଏ। ଏଥିରେ ମେଟାବଲିଜିମ୍‌ ମଧ୍ୟ ବୁଷ୍ଟ ହୋଇଥାଏ ଏବଂ ଇମ୍ୟୁନିଟି ମଧ୍ୟ। ଯଦି ଆପଣଙ୍କୁ କୋଷ୍ଠକାଠିନ୍ୟର ସମସ୍ୟା ରହିଥାଏ, ତ ହଳଦୀ ମିଶ୍ରିତ କ୍ଷୀର ପିଇବା ଆପଣଙ୍କ ପାଇଁ ବେଷ୍ଟ ଅପସନ ସାବ୍ୟସ୍ତ ହୋଇ ପାରେ। ହେଲେ ଯଦି ଆପଣ କ୍ଷୀର ପିଇବାକୁ ଚାହାନ୍ତି ନାହିଁ ତ ଗରମ ପାଣି ସହ ଅଧା ଚାମଚ ହଳଦୀ ପାଉଡର ଔଷଧ ପରି ମଧ୍ୟ ଖାଇ ପାରିବେ, ଏହା ମଧ୍ୟ ୱେଟ୍ ଲସ୍‌ ପାଇଁ ଖୁବ୍‌ ଫଳପ୍ରଦ ହୋଇପାରେ। 

ଶୋଇବା ପାଇଁ ପ୍ରସ୍ତୁତ କରନ୍ତୁ ସଠିକ୍‌ ମାହୋଲ –

ଏହା ବୋଧହୁଏ ଶୁଣିବାରେ ଆପଣଙ୍କୁ କିଛି ଅଜବ ନିଶ୍ଚୟ ଲାଗିବ , କିନ୍ତୁ ଯଦି ଆପଣ ୱେଟ୍‌ ଲସ୍‌ କରିବାକୁ ଚାହାନ୍ତି ତ , ଶୋଇବା ପୂର୍ବରୁ ସଠିକ୍‌ ମାହୋଲ ପ୍ରସ୍ତୁତ କରିବା ବହୁତ ଜରୁରୀ। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ କ୍ଲିନିକାଲ ସେଣ୍ଟରର ଏକ ରିସର୍ଚ୍ଚ ମୁତାବିକ ଯେଉଁ ଲୋକ କମ୍ ତାପମାତ୍ରାର ରୁମ୍‌ରେ ଶୋଇ ଥାନ୍ତି, ସେମାନେ ଅଧିକ ତାପମାତ୍ରାରେ ଶୋଇବା ଲୋକଙ୍କ ଅପେକ୍ଷା ଅଧିକ ମାତ୍ରାରେ କ୍ୟାଲୋରୀ ବର୍ଣ୍ଣ କରି ଥାନ୍ତି। ଏଥିପାଇଁ ଆପଣଙ୍କ ରୁମ୍‌ର ତାପମାତ୍ରା ମଧ୍ୟ ମେଣ୍ଟେନ କରି ପାରିବେ। ଏହା ବ୍ୟତୀତ କିଛି ରିସର୍ଚ୍ଚ ଏହି ଦାବି ମଧ୍ୟ କରିଥାଏ କି, ଅନ୍ଧାରରେ ଶୋଇବା ଦ୍ୱାରା ଅଧିକ କ୍ୟାଲୋରୀ ବର୍ଣ୍ଣ ହୋଇ ଥାଏ ,ଅର୍ଥାତ୍‌ ଆପଣ ଅଧିକ ୱେଟ୍‌ ଲସ୍‌ କରି ପାରନ୍ତି । ଏଥିରେ ଆପଣ ଏହି ଛୋଟ ଛୋଟ ଅଭ୍ୟାସକୁ ଆପଣାଇ ପାରିବେ। 

ପର୍ଯ୍ୟାପ୍ତ ଶୋଇବା ମଧ୍ୟ ଜରୁରୀ – 

ହେଲଥ୍ ଏକ୍ସପର୍ଟ୍ସଙ୍କ ମୁତାବିକ, ୱେଟ୍‌ ଲସ୍‌ ପାଇଁ ସବୁଠୁ ଜରୁରୀ, ଆପଣ ପର୍ଯ୍ୟାପ୍ତ ମାତ୍ରାରେ ଭଲ ଓ ଗଭୀର ନିଦ୍ରା ଯାଆନ୍ତୁ। ଅତି କମ୍‌ରେ ୭ଘଣ୍ଟାର ନିଦ ନେବାର ପୂରା ଚେଷ୍ଟା କରନ୍ତୁ। ଉଲ୍ଲେଖନୀୟ ଯେ ମୋଟାପା ଓ ନିଦ ମଧ୍ୟରେ ଏକ ବଡ଼ ସଂଯୋଗ ରହିଛି। ଯେବେ ଆପଣ ଭଲ ନିଦ ନେଇ ପାରନ୍ତି ନାହିଁ ତ ଆପଣଙ୍କର ମେଟାବଲିଜିମ୍‌ ସ୍ଲୋ ଡାଇନ୍‌ ହୋଇଯାଏ , ଯେଉଁଥି ପାଇଁ ଲକ୍ଷ ଲକ୍ଷ ଥର ଚେଷ୍ଟା ପରେ ମଧ୍ୟ ଓଜନ୍‌ କମ୍‌ ହୋଇ ନଥାଏ, ଓଲଟା ବଢି ଥାଏ। ଏଥିପାଇଁ ସମୟାନୁସାରେ ,ଶଯ୍ୟାକୁ ଯାଆନ୍ତୁ ଏବଂ ସ୍କ୍ରିନ୍‌ରୁ ଦୂରେଇ ଭଲ ନିଦ ନେବା ଉପରେ ଧ୍ୟାନ ଦିଅନ୍ତୁ ।