ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏସସିବି ମେଡିକାଲରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ, ଚେନ୍ନାଇର ଏମଜିଏମ ହସ୍ପିଟାଲ ସହ ଏମଓୟୁ ସ୍ଵାକ୍ଷର

Published By : Rasmita Pradhan | November 16, 2024 2:47 PM

କଟକ, ୧୬/୧୧ : ଏସସିବି ମେଡିକାଲରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ। ଏଥିପାଇଁ ପ୍ରାୟ ୩ ମାସର ସମୟ ଲାଗିବ। ସେ ସଂକ୍ରାନ୍ତୀୟ ପ୍ରାରମ୍ଭିକ କାର୍ଯ୍ୟ ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଚେନ୍ନାଇର ଏମଜିଏମ ହସ୍ପିଟାଲ ସହାୟତାରେ ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରାଯିବ। ସେ ବାବଦୀୟ ଭିତ୍ତିଭୂମି ପ୍ରସ୍ତୁତ ହୋଇସାରିଛି। ଏନେଇ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନୁଧ୍ୟାନ କରିଛନ୍ତି। 

ସୂଚନାନୁଯାୟୀ, କିଡନୀ ଓ ଲିଭର ପରେ ଏବେ ଏସସିବି ମେଡିକାଲରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚେନ୍ନାଇ ସ୍ଥିତ ମହାତ୍ମା ଗାନ୍ଧୀ ହସ୍ପିଟାଲ ସହାୟତାରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ। ଶନିବାର ପ୍ରଥମ ପର୍ଯ୍ୟାୟରେ ୪ ଜଣ ହୃଦ୍‌ରୋଗୀଙ୍କର ସ୍କ୍ରିନିଙ୍ଗ କରାଯାଇଛି। ଏମ୍‌.ଜି.ଏମ୍ ଚେନ୍ନାଇରୁ ଆସିଥିବା ଡାକ୍ତରୀ ଟିମ୍‌ଙ୍କ ସହ ସ୍ଵାସ୍ଥ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ହୃଦୟ ପ୍ରତିରୋପଣ ପାଇଁ ପୂର୍ବରୁ ଏମ୍‌.ଜି.ଏମ୍ ଚେନ୍ନାଇ ସହ ଏମ୍‌ଓୟୁ ସ୍ଵାକ୍ଷରିତ ହୋଇସାରିଛି। ଆବଶ୍ୟକୀୟ ଭିତିଭୂମି ଉପଲବ୍ଧ କରାଇବା ଲାଗି ଆଉ ୩ ମାସ ସମୟ ଲାଗିବ। ତେବେ କରୋନା କାଳରେ ଏସସିବି ମେଡ଼ିକାଲରେ ଏକମୋ ମେସିନ ସ୍ଥାପନ ହୋଇଥିଲା, ଯାହା ଏବେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ବରଦାୟକ ହୋଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଲାଗି, ଅର୍ଗାନ ଡୋନରମାନଙ୍କର ମଧ୍ୟ ଆବଶ୍ୟକତା ରହିଛି। କୌଣସି ଡୋନର ନିଜର ଅଙ୍ଗ ଦାନ କରିବା ଲାଗି ସମ୍ମତି ଦେଇଥିଲେ ଟ୍ରାନ୍ସପ୍ଲାଣ୍ଟ ସମ୍ଭବ ହୋଇପାରିବ। ବ୍ରେନଡେଡ୍ ଅବସ୍ଥାରେ ଥିବା କୌଣସି ବ୍ୟକ୍ତି କିମ୍ବା ରୋଗୀଙ୍କ ପରିବାର ଲୋକ, ଅଙ୍ଗ ଦାନ କରିବାକୁ ସମ୍ମତି ଦେଲା ପରେ ଏହି କାର୍ଯ୍ୟ ସମ୍ଭବ ହୋଇପାରିବ।

ରାଜ୍ୟରେ ଏବେ ଅର୍ଗାନ ଡୋନାରଙ୍କ ସଂଖ୍ୟା ବଢୁଛି। ଯେଉଁ କାରଣରୁ ଏସସିବି ମେଡିକାଲରେ କିଡନୀ ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟ ସମ୍ଭବ ହୋଇ ପାରୁଛି। ଆଗକୁ ହୃଦ ରୋଗ ବିଭାଗ ଏହି କ୍ରମରେ ଯୋଡି ହେବାକୁ ଯାଉଛି। ଏହା ସମ୍ଭବ ହୋଇପାରିଲେ ଗୁରୁତର ଅବସ୍ଥାରେ ଥିବା ଗରିବ ହୃଦରୋଗୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.