ଭୁବନେଶ୍ବର,୧୨।୪ : ଏପ୍ରିଲ ମାସ ଆରମ୍ଭରୁ ଡହଡହ ଖରା । ସତେ ଯେମିତି ଆକାଶରୁ ଏବେ ନିଆଁ ବର୍ଷୁଛି। ସକାଳ ୮ଟା ବାଜିଲେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ପଶ୍ଚିମରୁ ଉପକୂଳ—ସବୁଠି ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ କଲବଲ କରୁଛି। ଅନେକ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଆଗାମୀ କିଛି ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ପ୍ରଖର ସୂର୍ଯ୍ୟ କିରଣରେ ଜଳୁଛି ସାରା ଓଡ଼ିଶା । ଆକାଶରୁ ଯେମିତି ନିଆଁର ବର୍ଷା ହେଉଛି । ପ୍ରବଳ ଖରା ସାଙ୍ଗକୁ ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଉଥିବାରୁ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଛନ୍ତି। ବିଶେଷ କରି ସହରୀ ଅଞ୍ଚଳରେ କଂକ୍ରିଟ୍ ଜଙ୍ଗଲ ଯୋଗୁଁ ତାତିର ପ୍ରଭାବ ଅଧିକ ଅନୁଭୂତ ହେଉଛି। ପଶ୍ଚିମରୁ ଉପକୂଳ, ସବୁଠି ସମାନ ସ୍ଥିତି । ଟିଟିଲାଗଡ ୩୯.୫ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର ରେକର୍ଡ କରାଯାଇଛି ୧୨ ଓ ୧୩ ତରିଖରେ ପାଗ ଶୁଖିଲା ରହିବ ୧୪ ଏବଂ ୧୫ ତାରିଖରେ ଗଂଜାମ ଗଜପତି ରାୟଗଡା ର କିଛି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷ ହେବାର ସମ୍ଭାବନା ରହିଛି । ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ଆଗାମୀ ୫ ଦିନ ମଧ୍ୟରେ ତାପମାତ୍ରା ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି ୧୨ ରୁ ୧୮ ଏପ୍ରିଲ ପର୍ଯ୍ୟନ୍ତ ଉପକୂଳ ଓଡିଶାକୁ ସତର୍କ ଜାରି କରାଯାଇଛି । ସେହିଭଳି ୧୪ ରୁ ୧୬ ଏପ୍ରିଲ ପର୍ଯ୍ୟନ୍ତ ହିଟ ୱେଭ ଚେତବାନୀ ଦିଆଯାଇଛି । ୧୪ ଏପ୍ରିଲରେ ବଲାଙ୍ଗୀର ଓ ବରଗଡ଼ କୁ ହିଟୱେଭ ଚେତବାନୀ ଦିଆଯାଇଛି । ସେହିଭଳି ୧୫ ରୁ ୧୬ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀର ବରଗଡ଼ ସମ୍ବଲପୁର ଓ ଝାରସୁଗୁଡ଼ାକୁ ହିଟୱେଭ ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆଗାମୀ ୩ ରୁ ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଅନେକ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ 'ୟେଲୋ ଓ୍ୱାର୍ଣ୍ଣିଂ' ଜାରି କରାଯାଇଛି ।