ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଏପ୍ରିଲରେ ରେକର୍ଡ ଭାଙ୍ଗିଲା ତାତି, ୨୭ରୁ ତ୍ରାହି

Published By : Prameya | April 23, 2025 7:48 AM

ଭୁବନେଶ୍ୱର, ୨୩/୦୪ : ଆକାଶରୁ ଅଗ୍ନି ବର୍ଷା। ନିଆଁ ହୁଳା ମାଡ଼ ହେବା ଭଳି ଯନ୍ତ୍ରଣା। ତାତି ଯେତିକି ପ୍ରଚଣ୍ଡ , ଗୁଳଗୁଳି ବି ସେତିକି ଭୀଷଣ । ଅସ୍ତବ୍ୟସ୍ତ ହୋଇ ପଡ଼ିଛି ଜନଜୀବନ। ଝାରସୁଗୁଡ଼ାରେ ଏପ୍ରିଲ ମାସର ରେକର୍ଡ ଭାଙ୍ଗିଛି ତାତି । ସର୍ବୋଚ୍ଚ ତାପମାତ୍ରା ୪୬.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଉପକୂଳରେ ତାତି କମ୍‌ ଥିଲା ସତ, କିନ୍ତୁ ଅଧିକ ଆର୍ଦ୍ରତା ପାଇଁ ତାତି ୪୫ରୁ ୫୦ ଡିଗ୍ରୀ ଭଳି ଅନୁଭବ ହେଉଥିଲା । ଆସନ୍ତା ୨୭ ତାରିଖରୁ କାଳବୈଶାଖୀ ବର୍ଷା ଯୋଗୁ ଅଗ୍ନିବର୍ଷାରେ ବିରାମ ଲାଗିବ । ତାତିରୁ ତ୍ରାହି ମିଳିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । 

ରାଜ୍ୟର ୧୪ଟି ସ୍ଥାନରେ ତାତି ୪୦ ଡିଗ୍ରୀ ପାର୍‌ କରିଛି । ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ଏପ୍ରିଲ ମାସର ତାତିରେ ସର୍ବକାଳୀନ ରେକର୍ଡ ହୋଇଛି । ୧୯୫୩ ମସିହା ପରଠାରୁ ଏପ୍ରିଲ ମାସ ପାଇଁ ସର୍ବକାଳୀନ ରେକର୍ଡ ୪୬.୧ ଡିଗ୍ରୀ ଥିଲା। ୨୦୧୦ ଏପ୍ରିଲ ୧୯ ତାରିଖରେ ତାତି ଏଭଳି ରେକର୍ଡ କରିଥିଲା । ଆଜି ଏହି ରେକର୍ଡ ଭାଙ୍ଗିବା ସହ ସର୍ବୋଚ୍ଚ ତାପମାତ୍ରା ୪୬.୨ ଡିଗ୍ରୀରେ ପହଞ୍ଚିଛି। ବରିଷ୍ଠ କୃଷି ପାଣିପାଗ ବିଷାରଦ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ୨୭ରୁ କାଳବୈଶାଖୀ ବର୍ଷା ଆରମ୍ଭ ହେବ । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ । ଉପକୂଳ ଜିଲ୍ଲାରେ ବର୍ଷା ଅଧିକ ହେବାର ସମ୍ଭାବନା ଅଛି । ଭଦ୍ରକ ଓ ଗଞ୍ଜାମର ସଂଲଗ୍ନ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ୨୭ ତାରିଖରୁ ନେଇ ମେ ୪ ତାରିଖ ଯାଏ କାଳବୈଶାଖୀ ବର୍ଷା ହେବ । ତେବେ ୨୮ରୁ ୧ ତାରିଖ ଭିତରେ ଅଧିକ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି । ବର୍ଷା ଯୋଗୁ ୨୭ରୁ ତାପମାତ୍ରା କମିଯିବ । ୨୯ ତାରିଖ ସୁଦ୍ଧା ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୫ରୁ ୬ ଡିଗ୍ରୀ କମିଯିବ । ରାଜଧାନୀରେ ତାତି ୩ ଡିଗ୍ରୀ କମିବ । 

ଏବେ ରାଜ୍ୟର ଉପକୂଳ ଜିଲ୍ଲାରେ ବଙ୍ଗୋପସାଗରୀୟ ଦକ୍ଷିଣ-ପଶ୍ଚିମା ପବନ ବହୁଛି । ପଶ୍ଚିମ ଓଡ଼ିଶାରେ ପଶ୍ଚିମା ଶୁଷ୍କ ପବନ ବହୁଛି । ୨୭ ତାରିଖରୁ ପବନର ଦିଗ ବଦଳିବ । ରାଜ୍ୟରେ ପୂର୍ବା ପବନ ବହିବ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି । ଏବେ ୨୬ତାରିଖ ଯାଏ ତାତି ଜାରି ରହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କଳାହାଣ୍ଡି ସମେତ ସମସ୍ତ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲା, ଢେଙ୍କାନାଳ, ଅନୁଗୁଳ, ଆଭ୍ୟନ୍ତରୀଣ ଗଞ୍ଜାମ ଓ କଟକର ପଶ୍ଚିମ ଭାଗର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀରୁ ଅଧିକ ରହିବ । ଆଉ କିଛି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଟପିବ ବୋଲି ସେ କହିଛନ୍ତି । ଆସନ୍ତା ୨୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୩ ତାରିଖ(ବୁଧବାର) ଝାରସୁଗୁଡ଼ାରେ ଭୀଷଣ ଗରମ ସ୍ଥିତି ରହିବ । ଝାରସୁଗୁଡ଼ା ସମେତ ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କଳାହାଣ୍ଡି ଓ ସୋନପୁରରେ ଗ୍ରୀଷ୍ମ ପ୍ରବାହ ବହିପାରେ । ଏଥିପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ଗରମ ସହିତ ଗୁଳଗୁଳି ଅନୁଭୂତ ହୋଇପାରେ । ସମ୍ବଲପୁର, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ରାତି ବେଳା ପ୍ରବଳ ଗରମ ଅନୁଭବ ହେବ । ୨୪ରୁ ୨୬ ତାରିଖ ଯାଏ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ଏଥିପାଇଁ ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । 

ରାଜ୍ୟରେ ଏଭଳି ପ୍ରଚଣ୍ଡ ରୌଦ୍ରତାପ ସ୍ଥିତିକୁ ଦେଖି କର୍ମଜୀବୀ ଓ ଶ୍ରମିକଙ୍କ ସୁରକ୍ଷାକୁ ଜଗିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ବିଭିନ୍ନ ନିଯୁକ୍ତିଦାତା, ବ୍ୟବସାୟୀ, ନିର୍ମାଣ କମ୍ପାନୀ, ଶିଳ୍ପ ସଂସ୍ଥା ଅଧୀନରେ କାମ କରୁଥିବା କର୍ମଜୀବୀ ଓ ଶ୍ରମିକଙ୍କୁ ତାତିରୁ ସୁରକ୍ଷା ଦେବା ସହ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟକୁ କୁହାଯାଇଛି । କାର୍ଯ୍ୟସ୍ଥଳରେ ପିଇବା ପାଣି ସୁବିଧା, ବରଫ ପ୍ୟାକ୍‌ ଓ ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । 

ମଙ୍ଗଳବାର ଝାରସୁଗୁଡ଼ା ତଳକୁ ହୀରାକୁଦରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି । ହୀରାକୁଦରେ ୪୪.୭, ସମ୍ବଲପୁରରେ ୪୪.୬, ବୌଦ୍ଧରେ ୪୪.୫, ଟିଟିଲାଗଡ଼ରେ ୪୪, ସୁନ୍ଦରଗଡ଼ ଓ ସୋନପୁରରେ ୪୩.୮, ବଲାଙ୍ଗୀରରେ ୪୩.୨, ଭବାନୀପାଟଣା, ରାଉରକେଲା ଓ ବରଗଡ଼ରେ ୪୨.୮, ଅନୁଗୁଳରେ ୪୨.୩, ନୂଆପଡ଼ାରେ ୪୨ ଓ ତାଳଚେରରେ ୪୦.୬ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି । ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ତାପମାତ୍ରା କମ୍‌ ଥିଲେ ବି ଭୀଷଣ ଗୁଳଗୁଳି ନାକେଦମ୍‌ କରିଥିଲା । ଭୁବନେଶ୍ୱରରେ ତାପମାତ୍ରା ମାତ୍ର ୩୬.୭ ଡିଗ୍ରୀ ଥିଲା । କିନ୍ତୁ ଆର୍ଦ୍ରତା ୬୦ରୁ ୭୦% ରହୁଥିବାରୁ ତାପମାତ୍ରା ୪୮ରୁ ୫୦ ଡିଗ୍ରୀ ଅନୁଭବ ହେଉଥିଲା । କଟକରେ ତାପମାତ୍ରା ୩୬.୮ ଡିଗ୍ରୀ ଥିଲେ ବି ୪୫ରୁ ୫୦ ଡିଗ୍ରୀ ଭଳି ଲାଗୁଥିଲା । ବାୟୁମଣ୍ଡଳରେ ମାତ୍ରାଧିକ ଆର୍ଦ୍ରତା ଯୋଗୁ ପାରାଦୀପରେ ୪୭ ଡିଗ୍ରୀ, ପୁରୀରେ ୫୦ ଡିଗ୍ରୀ, ଢେଙ୍କାନାଳରେ ୪୫ରୁ ୫୦ ଡିଗ୍ରୀ ଭଳି ତାତି ଅନୁଭବ ହେଉଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.