ପ୍ରମୂଖ ଖବର
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ରାଜ୍ୟସଭାରେ ଟିଏମସି ସାଂସଦଙ୍କ ଉପରେ ବର୍ଷିଲେ ଅମିତ୍ ଶାହ, କହିଲେ କାହା ଦୟାରେ ମୁଁ ଏଠାକୁ ଆସିନାହିଁ, ବରଂ ନିର୍ବାଚନ ଜିତିବା ପରେ ଆସିଛି...

Published By : Prameya | March 19, 2025 6:27 PM

ନୂଆଦିଲ୍ଲୀ: ବୁଧବାର ରାଜ୍ୟସଭାରେ ଗୃହ ମନ୍ତ୍ରଣାଳୟର କାର୍ଯ୍ୟକାରିତା ଉପରେ ଜୋରଦାର ଆଲୋଚନା ହୋଇଥିଲା। ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହ ଟିଏମସି ସାଂସଦ ସାକେତ ଗୋଖଲେଙ୍କୁ କଡ଼ା ଭର୍ତ୍ସନା କରିଥିଲେ। ସୂଚନା ମୁତାବକ ଗୃହ ମନ୍ତ୍ରଣାଳୟ ଉପରେ ଆଲୋଚନା ସମୟରେ, ସାକେତ ଗୋଖଲେ ଇଡି ଏବଂ ସିବିଆଇ ପ୍ରସଙ୍ଗ ଉଠାଇଥିଲେ। ଏହା ଉପରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ, ଗୃହ ମନ୍ତ୍ରଣାଳୟ ବିଷୟରେ ଆଲୋଚନା ହେଉଛି କିନ୍ତୁ ସାକେତ ଗୋଖଲେ ଇଡି ଏବଂ ସିବିଆଇ ବିଷୟରେ ଆଲୋଚନା କରୁଛନ୍ତି। ତଥାପି ଯଦି ସେମାନେ ଏହି ପ୍ରସଙ୍ଗ ଉଠାଇବାକୁ ଚାହାଁନ୍ତି, ତେବେ ମୋତେ ମଧ୍ୟ ଏକ ସୁଯୋଗ ଦିଆଯିବା ଉଚିତ, ମୁଁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛି।

ଏହା ପରେ, ସାକେତ ଗୋଖଲେ ପୁଣି କିଛି ମନ୍ତବ୍ୟ ଦେଇଥିଲେ। ଏହା ଉପରେ ଅମିତ ଶାହ କହିଥିଲେ ଯେ, ମୁଁ ଏଠାକୁ କାହାର ଦୟା ଉପରେ ନିର୍ଭର କରି ଆସିନାହିଁ, ମୁଁ ନିର୍ବାଚନ ଜିତି ଏଠାକୁ ଆସିଛି। ସାକେତ ଗୋଖଲେଙ୍କୁ ତାତ୍ସଲ୍ୟ କରି ଏଭଳି କହିଥିଲେ ଶାହା । ସାକେତ୍ ଗୋଖଲେ ଟିଏମସି ଟିକେଟରେ ରାଜ୍ୟସଭାରେ ପହଞ୍ଚିଛନ୍ତି। ଅମିତ ଶାହ କହିଛନ୍ତି କି, ସାକେତ ଗୋଖଲେ ଏହି ଗୃହକୁ ଭୁଲ ସୂଚନା ଦେଉଛନ୍ତି।

ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି କି, ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ, ବେଙ୍ଗଲରେ ନିର୍ବାଚନ ହିଂସା ସମ୍ପର୍କରେ ମାମଲା ରୁଜୁ ହୋଇଛି। ଯେଉଁଠାରେ ଆମର ଅଧିକ ଆସନ ଥିଲା, ସେଠାରେ ଆମର କର୍ମୀ ମାନଙ୍କୁ ବାଛି ବାଛି ହତ୍ୟା କରାଯାଇଥିଲା। ଅଭିଯୋଗକାରୀ ମାନେ ହାଇକୋର୍ଟ, ତା’ପରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ସମସ୍ତ ମାମଲା ପୁନର୍ବାର ପଞ୍ଜିକୃତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶାହ କହିଛନ୍ତି, ସେମାନେ (ଟିଏମସି) ସୁପ୍ରିମକୋର୍ଟକୁ ସମ୍ମାନ କରନ୍ତି ନାହିଁ, ସେମାନେ ହାଇକୋର୍ଟକୁ ସମ୍ମାନ କରନ୍ତି ନାହିଁ। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.