ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଘନ କୁହୁଡ଼ି ସହ ଜାଡ଼ରେ ଥରୁଛି ସୁବର୍ଣ୍ଣପୁର, ୧୦ ଡିଗ୍ରୀ ତଳକୁ ଖସିଲା ପାରଦ

Published By : Harapriya Sethi | November 25, 2024 7:19 AM

ବିଣିକା,୨୫/୧୧: ଜାଡରେ ଥରୁଛି ସବର୍ଣ୍ଣପୁର । ଧୀରେ ଧୀରେ ତଳ ମୁହାଁ ହେଉଛି ପାରଦ । ୧୦ ଡିଗ୍ରୀ ତଳକୁ ଖସିଲା ପାରଦ । ଡେରିରେ ଆରମ୍ଭ ହୋଇଛି ଶୀତ କିନ୍ତୁ ଭାରି ଜାଡ଼ । ଉପାନ୍ତ ଅଞ୍ଚଳରେ ବୟସ୍କ ବୃଦ୍ଧ ବୃଦ୍ଧାଙ୍କ ପାଇଁ ସମସ୍ୟା ଦେଖା ଦେଉଛି । ସକାଳ ୯ଟା ପର୍ଯ୍ୟନ୍ତ କୁହୁଡିରେ ସାରା ଅଞ୍ଚଳ ଢାଙ୍କି ରଖିଥିବା ହେତୁ ଯାତାୟତ ପାଇଁ ବିଭିନ୍ନ ସମସ୍ୟା ଉପୁଜୁଛି । ରାସ୍ତାରେ ଯିବା ବେଳେ ୨୦ ମିଟର ପର୍ଯ୍ୟନ୍ତ କିଛିବି ଦେଖା ଯାଉନି । ଗାଡିମଟର ଲାଇଟ ଲଗାଇ ଯାତାୟାତ କରୁଛନ୍ତି ।

ଘନ କୁହୁଡି ସକାଶେ ରାସ୍ତା ଦେଖା ଯାଉନଥିବାରୁ ଗାଡି ମଟର ଚଳାଚଳରେ ଅସୁବିଧା ଉପୁଜୁଛି । ସନ୍ଧ୍ୟା ୭ ଟାରେ ମୁଖ୍ୟ ବଜାର ଜନଶୂନ୍ୟ ହୋଇଯାଉଛି । ନିଆଁ ଲଗାଇ ଶୀତ ଛଡାଉଛନ୍ତି ଅଞ୍ଚଳବାସୀ । ଶୀତ ବଢିବା ସଙ୍ଗେସଙ୍ଗେ ସକାଳୁ ସକାଳୁ ଶୀତୁଆ ଓଠକୁ ଗରମ ଚାର ମଜା ନେବାପଇଁ ଚାହା ଦୋକାନ ଗୁଡିକରେ ଭିଡ଼ ଜମୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.