ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସୁବର୍ଣ୍ଣପୁରରେ ଶୀତ ଲହରୀ, ସକାଳ ୯ଟା ପର୍ଯ୍ୟନ୍ତ ରହୁଛି ଘନ କୁହୁଡିର ଆସ୍ତରଣ

Published By : Harapriya Sethi | November 27, 2024 7:29 AM

ବିଣିକା,୨୭/୧୧: ଚଳିତ ବର୍ଷ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ଘନ କୁହୁଡ଼ି ସହ ଶୀତର ଲହରୀ ଦେଖାଦେଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ଗତ କିଛି ଦିନ ହେବ ଘନ କୁହୁଡି ସକାଳ ୯ଟା ପର୍ଯ୍ୟନ୍ତ ପଡୁ ଥିବାରୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଛି । ସେଥିପାଇଁ  ଲାଇଟ ଲଗାଇ ଲୋକେ ଯାତାୟତ କରୁଛନ୍ତି । ସନ୍ଧ୍ୟା ୫ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହୁଛି । ଘନ କୁହୁଡିର ଆସ୍ତରଣରେ ଦିନ ୯ ଟା ପର୍ଯ୍ୟନ୍ତ ଢାଙ୍କି ରହୁଛି । ସକାଳୁ ସକାଳୁ ଲୋକେ ଶୀତର ମଜା ନେବା ପାଈଁ ମର୍ଣୀଙ୍ଗ ୱାକ କରୁଛନ୍ତି । ସକାଳୁ ସକାଳୁ ଲୋକେ ଗରମ ଗରମ ଜିନିଷ ଖାଇବା ସହ ଚା ଦୋକାନ ଗୁଡ଼ିକରେ ଭିଡ଼ ଲାଗୁଛି ।

ଶୀତରୁ ବର୍ତ୍ତିବା ପାଇଁ ଲୋକେ ଶୀତବସ୍ତ୍ର ପରିଧାନ କରୁଛନ୍ତି । ବିଭିନ୍ନ ସ୍ଥାନରେ ଲୋକେ ନିଆଁ ଜାଳି ଶୀତରୁ ରକ୍ଷା ପାଉଛନ୍ତି । ଶୀତ ପାଇଁ ସନ୍ଧ୍ୟା ସମୟରେ ଲୋକେ ଘରୁ ଆସୁନଥିବାରୁ ଦୋକାନ ବଜାରରେ ଜିନିଷ ବିକ୍ରି ଉପରେ ପ୍ରଭାବ ପକାଇବା ସହ ସକାଳ ସମୟର ଦୋକାନ ଖୋଲିବାର ବିଳମ୍ବ ହେଉଥିବା କହିଛନ୍ତି ବ୍ୟବସାୟୀ । ଏ ବର୍ଷ କିନ୍ତୁ ଶୀତ ପାଇଁ ପୂର୍ବ ବର୍ଷ ଅପେକ୍ଷା କମ୍ବଳ ବ୍ୟବସାୟ ଅଧିକ ହେଉଥିବା ବାହାର ରାଜ୍ୟରୁ ଆସିଥିବା ବୁଲା ବ୍ୟବସାୟୀ ମାନେ କହୁଛନ୍ତି । ଶୀତ ଅଧୁକ ହେଉଥିବାରୁ କମ୍ବଳ ବ୍ୟବସାୟ ଅଧିକ ହେଉଥିବାରୁ ବ୍ୟବସାୟୀ ମାନେ ମଧ୍ୟ ଖୁସି ଥିବା କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.