ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପଶ୍ଚିମ ଭାରତରେ ପ୍ରବଳ ବର୍ଷା ଆଲର୍ଟ; ଗୋଆ ଓ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ ରେଡ୍ ଓ ଓରେଞ୍ଜ ଆଲର୍ଟ ଜାରି କଲା ଆଇଏମଡି

Published By : Bijay Swain | May 23, 2025 9:05 PM

ନୂଆଦିଲ୍ଲୀ: ଚଳିତ ବର୍ଷ ସମୟ ପୂର୍ବରୁ ମୌସୁମୀ ବର୍ଷା କେରଳ ପହଞ୍ଚିବାକୁ ଯାଉଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପଶ୍ଚିମ ଭାରତରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ଗୋଆ, ମହାରାଷ୍ଟ୍ରର ରାଇଗଡ ଓ ରତ୍ନାଗିରି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଯାହା ଭାରୀ ବର୍ଷାର ସମ୍ଭାବନାକୁ ସୂଚାଇଛି। ଏହା ସହିତ ମୁମ୍ବାଇ, ଥାନେ, ପାଲଘର, ସିନ୍ଧୁଦୁର୍ଗ ଏବଂ ପୁଣେ ଓ ସାତାରାର ପହାଡି ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ମଧ୍ୟ ଜାରି କରାଯାଇଛି। ଏହି ଅଞ୍ଚଳଗୁଡ଼ିକରେ ଭାରୀ ବର୍ଷା, ଘଡ଼ଘଡ଼ି ଓ ୬୦ କିମି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ବେଗରେ ପବନ ହେବାର ସମ୍ଭାବନା ରହିଛି।

ପ୍ରାକ ମୌସୁମୀ ବର୍ଷା ପାଇଁ ପୂର୍ବ-ମଧ୍ୟ ଆରବ ସାଗରର ଦକ୍ଷିଣ କୋଙ୍କଣ-ଗୋଆ ଉପକୂଳରେ ସଂଗଠିତ ହୋଇଥିବା ଏକ ଲଘୁଚାପ ଯୋଗୁ ପାଣିପାଗରେ ପରିବର୍ତ୍ତନ ଆସିଛି। ଯାହା ଉତ୍ତର ଦିଗରେ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏକ ଡିପ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି। ଆଇଏମଡି ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଆଗାମୀ ଦୁଇ ରୁ ତିନି ଦିନ ମଧ୍ୟରେ କେରଳରେ ପହଞ୍ଚିବାର ସମ୍ଭାବନା ରହିଛି। ଯାହା ଏହି ପ୍ରବଳ ବର୍ଷାକୁ ଆହୁରି ତୀବ୍ର କରିପାରେ।

କର୍ଣ୍ଣାଟକ, କେରଳ, ଲାକ୍ଷାଦ୍ୱୀପ, ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ଝାଡ଼ଖଣ୍ଡ ଆଦି ଅଞ୍ଚଳରେ ମଧ୍ୟ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି। କେରଳରେ ପାଥନାମଥିଟ୍ଟା, ଇଡୁକ୍କୀ ଓ ଏର୍ଣ୍ଣାକୁଲମ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଯେଉଁଠାରେ ଜଳମଗ୍ନ ଓ ଗମନାଗମନରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି ସେ ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ସମୟରେ ସୁରକ୍ଷିତ ଜାଗାକୁ ଯିବାକୁ ପ୍ରସ୍ତୁତ ରହିବାକୁ ସୂଚନା ଦିଆଯାଇଛି। ଆଗକୁ ପାଣିପାଗ ବହୁତ ଖରାପ ହେବାର ସମ୍ଭାବନା ଥିବାରୁ ଆଇଏମଡି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯାଇ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛି।

ମହାରାଷ୍ଟ୍ରରେ ପୂର୍ବରୁ ପ୍ରାକ୍-ମୌସୁମୀ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନ ଜଳମଗ୍ନ ହେବା ସହ କୃଷି ଉତ୍ପାଦନରେ କ୍ଷୟକ୍ଷତି ହୋଇଛି। ମୁମ୍ବାଇରେ ଶୁକ୍ରବାର ସକାଳେ ହାଲୁକା ବର୍ଷା ହୋଇଥିବା ବେଳେ ଦିନ ମଧ୍ୟ ରାତ୍ରୀ ସୁଦ୍ଧା ଭାରୀ ବର୍ଷା ହେବାର ସମ୍ଭାବନା ରହିଛି। ଥାନେ ଜିଲ୍ଲାର ଭିୱାଣ୍ଡି-ୱାଡା ରାସ୍ତାରେ ବର୍ଷା ଯୋଗୁଁ ରାସ୍ତା କ୍ଷତିଗ୍ରସ୍ତ ହୋଇ ଟ୍ରାଫିକ ଜାମ୍ ହୋଇଛି।

ଆଇଏମଡି ଜାରି କରିଥିବା ସତର୍କତା ଅନୁଯାୟୀ, ଏହି ଅଞ୍ଚଳରେ ଆଗାମୀ କିଛି ଦିନ ପାଇଁ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ପବନ ଜାରି ରହିବ। ସାଧାରଣ ଜନତାଙ୍କୁ ସତର୍କ ରହିବାକୁ ଓ ସ୍ଥାନୀୟ ପ୍ରଶାସନକୁ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.