ଆସିକା,୨୧/୧୨: ଗଞ୍ଜାମ ଜିଲ୍ଲା ଆସିକାରେ ଦୁଇ ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଧୋଇ ହୋଇ ଯାଇଛି ଧାନ ଚାଷ । ଦୀର୍ଘ ଦିନର ହାଡ଼ଭଙ୍ଗା ପରିଶ୍ରମ ପରେ ଅମଳ ହୋଇଥିବା ଧାନକୁ କାଟି ଘରକୁ ନେବା ପାଇଁ ଚାଷୀ ଚେଷ୍ଟା କରୁଥିବା ବେଳେ ଏବେ ଦାଉ ସାଧୁଛି ଲଗାଣ ବର୍ଷା । କଟା ହୋଇଥିବା ଧାନ ବର୍ଷା ଓଦା ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଚିନ୍ତାରେ ପଡିଛନ୍ତି ଚାଷୀ ।

ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ଭଲ ଧାନ ଫସଲ ହୋଇଥିବା ବେଳେ ଏହାକୁ ମଣ୍ଡିରେ ବିକ୍ରି କରି ଚାଷୀମାନେ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା କରିଥିଲେ । ହେଲେ ଅଦିନିଆ ବର୍ଷା ଚାଷୀମାନଙ୍କର ସବୁ ଆଶାକୁ ମଉଳେଇ ଦେଇଛି । ସେହିପରି ଜିଲ୍ଲାରେ ପନିପରିବା ଚାଷ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ କରି କୋବି ଚାଷୀ ମାନେ ଅଧିକ କ୍ଷତିର ସମ୍ମୁଖିନ ହୋଇଛନ୍ତି ।