ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ବର୍ଷାରେ ବେହାଲ୍‌ ଜୟପୁର : ଚାଷ ଜମିରେ ଲହଡ଼ି ମାରୁଛି ପାଣି, ଧାନ ତଳି ନଷ୍ଟ

Published By : Rasmita Pradhan | July 3, 2025 10:34 AM

ଜୟପୁର, ୦୩/୦୭ : ୪ ଦିନ ହେଲା ଲାଗି ରହିଛି ପ୍ରବଳ ବର୍ଷା । ସହର ଏବଂ ସଦର ଅଞ୍ଚଳରେ ଦିନରାତି ଛେଚୁଛି । ଗତ ୨୪ ଘଣ୍ଟାରେ ବ୍ଲକରେ ୧୪୧.୮ ମିମି ବର୍ଷା ରେକର୍ଡ କରାଯାଇଛି । ଏହା ରାଜ୍ୟରେ ଦ୍ୱିତୀୟ ସର୍ବାଧିକ । ବର୍ଷା ମାଡ଼ରେ ବେହାଲ ହୋଇଛି ସହର ଏବଂ ଆଖପାଖ ଅଞ୍ଚଳ । ଏକାଧିକ ମାଟି ଘର ଭାଙ୍ଗିଥିବା ବେଳେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଶତାଧିକ ଏକର ଚାଷ ଜମିରେ ପାଣି ଲହଡ଼ି ଭାଙ୍ଗୁଛି । କେତେକ ଅଞ୍ଚଳରେ ଧାନତଳି ନଷ୍ଟ ହୋଇଯାଇଛି । ଭାରପ୍ରାପ୍ତ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ ଦେଇଛନ୍ତି । ୩ ତାରିଖରେ ମଧ୍ୟ ପ୍ରବଳ ବର୍ଷିବ । ଏଥିଲାଗି ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।   

ଲଗାଣ ବର୍ଷା ଯୋଗୁ ସହରର ବିଭିନ୍ନ ୱାର୍ଡରେ ଆଜି ଡ୍ରେନ୍‌ ଭର୍ତ୍ତି ହୋଇ ଆବର୍ଜନା ପାଣି ରାସ୍ତାରେ ଛୁଟିଥିଲା । ଜଗନ୍ନାଥସାଗର ନୂଆ ରାସ୍ତାରୁ ମାଟି ଧସି ତଳେ ଥିବା ବସ୍ତିରେ ପଡ଼ିଥିଲା । ଜୟନଗର ପାଇକସାହି, ୨୨ ନମ୍ବର ୱାର୍ଡ ନ୍ୟୁ କଲୋନି, ପୋଷ୍ଟାଲ କଲୋନି, ସୂର୍ଯ୍ୟମହଲ ସହ ସହରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିଲା । ପୌର ପ୍ରଶାସନ ପକ୍ଷରୁ ମେସିନ୍‌ ଲଗାଇ ନିଷ୍କାସନ ବ୍ୟବସ୍ଥା କରାଯିବା ପରେ ସ୍ଥିତିରେ ସୁଧାର ଆସିଥିଲା । ପୌରଉପାଧ୍ୟକ୍ଷା ବି.ସୁନିତା, ପୌର ଯନ୍ତ୍ରୀ ଅଜୟ କୁମାର ଜାନୀ, ପରିମଳ ନିରୀକ୍ଷକ ଭୋବନୀ ହାଲବା, ବିଭାଗୀୟ କର୍ମଚାରୀ, ସାନିଟେସନ୍‌ ଷ୍ଟାଫ ଏବଂ କାଉନସିଲରମାନେ ବିଭିନ୍ନ ୱାର୍ଡ ତଦାରଖ କରିଥିଲେ । ଅପରାହ୍ଣ ୪ଟା ପରେ ବର୍ଷା ସାମାନ୍ୟ କମିଥିଲା । ନିରନ୍ତର ବର୍ଷା ଲାଗି ସହରର ବିଭିନ୍ନ ମୁଖ୍ୟରାସ୍ତା, ବ୍ୟବସାୟ ପ୍ରତିଷ୍ଠାନ ଖାଁ ଖାଁ ରହିଥିଲା । ସ୍କୁଲ ଏବଂ କଲେଜରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ରହିଥିଲା । କେତେକ ଅନୁଷ୍ଠାନରେ କ୍ଲାସ୍‌ ବାତିଲ କରାଯାଇଥିଲା । ବ୍ଲକ ଅଞ୍ଚଳରେ ବି ବର୍ଷା ବିତ୍ପାତ ଦେଖା ଦେଇଛି । ପାହାଡ଼ି ନାଳ ଫୁଲି କଲଭର୍ଟ ଉପରେ ପାଣି ଛୁଟୁଛି ।  ବ୍ଲକର ଜବାକନାଡ଼ି, ବାୟାଗୁଡ଼ା, ସିଆଡ଼ିମାଳ, ଅନ୍ତା, ସୋମଦାଶପୁଟ, ଘିଉରୀ, ସର୍ଗିଗୁଡ଼ା ସହ ବିଭିନ୍ନ ଅଞ୍ଚଳର ଚାଷ ଜମିରେ ପାଣି ଜମି ରହିଛି । ଶତାଧିକ ଏକର ଜଳମଗ୍ନ ହୋଇଛି । ଧାନ ତଳି ପକାଇଥିବା କେତେକ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ପାହାଡ଼ି ପାଣି ତୋଡ଼ରେ ତଳି ଧୋଇ ହୋଇଯାଇଛି । 

ଅଧିକାଂଶ ଜମିରେ ରୁଆ ଆରମ୍ଭ ହୋଇନଥିବାରୁ ଚାଷୀ ରକ୍ଷା ପାଇଯାଇଛନ୍ତି । ତଥାପି ରୁଆ ହୋଇଥିବା କେତେକ ଜମିରେ ପାଣି ଲହଡ଼ି ଭାଙ୍ଗୁଛି । ପାଣି ତଳେ ଆଉ ୨ ଦିନ ତଳି ରହିଲେ ପଚିଯିବା ସମ୍ଭାବନା ରହିଥିବା ଜଣେ ଚାଷୀ କହିଛନ୍ତି । ପରିବା ଚାଷ ବାବଦରେ ତଥ୍ୟ ହସ୍ତଗତ ହୋଇନି । ଏ ସମ୍ପର୍କରେ କୃଷି ବିଭାଗରେ ମଧ୍ୟ କେହି ଅଭିଯୋଗ କରିନାହାନ୍ତି । ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଭାରପ୍ରାପ୍ତ ତହସିଲଦାର ଶ୍ରୀ ପଟ୍ଟନାୟକ, ରାଜସ୍ୱ ସୁପରଭାଇଜର ହରିହର ଶତପଥୀ, ଦିଲ୍ଲୀପ କୁମାର ପ୍ରଧାନ, ଆରଆଇ ଏବଂ ବିଭାଗୀୟ କର୍ମଚାରୀମାନେ । ଘର ନଷ୍ଟ ହୋଇଥିବା ଲୋକଙ୍କୁ ଭେଟି ଭଲମନ୍ଦ ବୁଝିଛନ୍ତି । କ୍ଷତିଗ୍ରସ୍ତଙ୍କୁ ପଲିଥିନ୍‌ ପ୍ରଦାନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.