ସମ୍ବଲପୁର, ୨୩/୦୮: ଲଘୁଚାପ ପ୍ରଭାବରେ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ୧୬.୪୪ମିମି ବର୍ଷା ରେକର୍ଡ କରାଯାଇଛି । ଦିନକ  ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ୯୦ ହଜାର କ୍ୟୁସେକ୍‌ରୁ ବୃଦ୍ଧି ପାଇ  ଅଢ଼େଇ ଲକ୍ଷ କ୍ୟୁସେକ୍‌ ଟପିଲାଣି । ଏହାକୁ ଲକ୍ଷ୍ୟ କରି ଶନିବାର ପୂର୍ବାହ୍ଣ ୧୦ଟାରେ  ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରାରମ୍ଭିକ ଭାବେ  ୪ଟି ଗେଟ୍‌ ଖୋଲାଯିବାକୁ ଯୋଜନା ରହିଛି । 

ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୦. ୧୦ ଫୁଟ୍ ଛୁଇଁଲା। ଘଣ୍ଟା ପ୍ରତି ୨,୪୩, ୮୩୧ କ୍ୟୁସେକ୍ ଜଳ ଡ୍ୟାମ୍ ଭିତରକୁ ପ୍ରବେଶ କରୁଛି।   ଘଣ୍ଟା ପ୍ରତି ୩୦,୦୫୪  କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି।

ଶ୍ରୀ ବେହେରା କହିଛନ୍ତି, ଉପର ମୁଣ୍ଡରେ ବର୍ଷା ନେଇ ଭାରତୀୟ ପାଣିପାଗ  ବିଭାଗର ସୂଚନା ରହିଛି । ବଡ଼ ବର୍ଷା ନ ହେଲେ ବି ପରିମାଣ ଅଧିକ ରହିବ । ଉପରମୁଣ୍ଡ ବର୍ଷା ଏବଂ ଇନ୍‌ଫ୍ଲୋ କେତେ ରହିବ ତାକୁ ଆକଳନ କରାଯାଇ ଗେଟ୍‌  ଖୋଲାଯିବ । ଏହାଦ୍ୱାରା ତଳମୁଣ୍ଡକୁ ସେମିତି ବିପଦ ନାହିଁ ।