ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

କେଦାରନାଥ ଗୌରୀକୁଣ୍ଡ ଜଙ୍ଗଲରେ ଖସିପଡ଼ିଲା ହେଲିକପ୍ଟର୍, ୭ ମୃତ

Published By : Ankita S | June 15, 2025 8:40 AM

ଡେରାଡୁନ,୧୫/୦୬: ଅହମ୍ମଦାବାଦ ବିମାନ ଦୁର୍ଘଟଣା ଦୁଃଖ ଭିତରେ ଆଉ ଏକ ହେଲିକପ୍ଟର କ୍ରାସ୍ ହୋଇଛି । କେଦାରନାଥ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣା ହୋଇଛି । ଗୁପ୍ତକାଶୀ ଯାଉଥିବା ବେଳେ କେଦାରନାଥ ଗୌରୀକୁଣ୍ଡ ଜଙ୍ଗଲରେ ଖସି ପଡିଛି ହେଲିକପ୍ଟର । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ହେଲିକପ୍ଟରରେ ଜଣେ ଶିଶୁ ସମେତ ୫ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାସ୍ଥଳରେ ରେସ୍କ୍ୟୁ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ।  ୫ ମାସରେ ୨ଟି ହେଲିକପ୍ଟର ଦୁର୍ଘଟଣା ପରେ ଚାରଧାମ ଯାତ୍ରାରେ ହେଲିକପ୍ଟର ସେବା ଉପରେ ରୋକ୍ ଲାଗିଛି ।

ଭୋର ପ୍ରାୟ ୫ଟା୨୦ରେ ଆର୍ୟନ ବେସାମରିକର ଏକ ହେଲିକପ୍ଟର VTBKA/BELL ୪୦୭ ବିମାନ କେଦାରନାଥ ଗୁପ୍ତକାଶୀକୁ ଉଡ଼ାଣ ଭରିଥିଲା । ହେଲେ କୌଣସି କାରଣବଶତଃ କେଦାରନାଥ ଗୌରୀକୁଣ୍ଡରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପାଇଲଟଙ୍କ ସମେତ ମୋଟ ୭ଜଣଙ୍କର ମୃତ୍ୟୁ ହୋଇଛି । ୫ ଯାତ୍ରୀଙ୍କ ମଧ୍ୟରେ ଜଣେ ଶିଶୁ ଥିଲେ । ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟ ରାଜ୍ୟର ଯାତ୍ରୀ ଥିବା କୁହାଯାଉଛି । ଦୁର୍ଘଟଣାର ଖବର ପାଇଁ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସମସ୍ତ ମୃତକ ହେଲେ, କ୍ୟାପ୍ଟେନ୍‌ ରାଜବୀର ସିଂହ ଚୌହାନ (ପାଇଲଟ), ରାଜକୁମାର ସୁରେଶ ଜୈସ୍ୱାଲ (୪୧), ଶ୍ରଦ୍ଧା ରାଜକୁମାର ଜୈସ୍ୱାଲ (୩୫), କାଶି (୨୩ମାସ), ମହାରାଷ୍ଟ୍ରର ବିକ୍ରମ ( ୪୬), ବିନୋଦ କୁମାର (୬୬),ଏବଂ ତୁଷ୍ଟି ସିଂହ (୨୯) ।

ଘଟଣାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଦୁଃଖ ପ୍ରକାଶ କରିଛନ୍ତି । ଏକ୍ସରେ ଲେଖିଛନ୍ତି, ଜନପଦ ରୁଦ୍ରପ୍ରୟୋଗରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଅତ୍ୟନ୍ତ ଦୁଃଖଦ ଘଟଣା । ଏସଡିଆରଏଫ, ସ୍ଥାନୀୟ ପ୍ରଶାସନ ଏବଂ ଅନ୍ୟ ରେସ୍କ୍ୟୁ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବାବା କେଦାରନାଥଙ୍କୁ ସମସ୍ତ ଯାତ୍ରୀଙ୍କ ସୁସ୍ଥ କାମନା କରୁଛି ।'' 

ଅଧିକ ପଢନ୍ତୁ...ନାଇଜେରିଆରେ ବନ୍ଧୁକଧାରୀଙ୍କ ତାଣ୍ଡବ; ବନ୍ଦ କୋଠରୀରେ ଜିଅନ୍ତା ଜାଳିଦେଲେ, ୧୦୦ ଜଣଙ୍କ ମୃତ୍ୟୁ

ଏହା ପୂର୍ବରୁ ଜୁନ୍ ୭ରେ କେଦାରନାଥ ଯାଉଥିବା ଏକ ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟି ପାଇଁ ଦୁର୍ଘଟଣା ହୋଇଥିଲା । ସୌଭାଗ୍ୟବସତଃ ସମସ୍ତ ୫ ଯାତ୍ରୀ ଓ ପାଇଲଟ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହାପୂର୍ବରୁ ମେ ୧୭ରେ ଋଷିକେଶ ସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନୀ ସଂସ୍ଥାନରୁ ଆସୁଥିବା ଏକ ହେଲି ଆମ୍ବୁଲାନ୍ସ ଉତ୍ତରାଖଣ୍ଡର କେଦାରନାଥ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାହାର କିଛି ହୋଇନଥିଲା । ହେଲିକପ୍ଟରରେ ଥିବା ଜଣେ ଡାକ୍ତର, ପାଇଲଟ ଓ ଜଣେ ବ୍ୟକ୍ତି ସୁରକ୍ଷିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.