ଭୁବନେଶ୍ଵର, ୨୧/୦୫ : ଗାଡି ଚଲାଇବା ବେଳେ ହେଲମେଟ୍ ପିନ୍ଧିବା ଅନିବାର୍ଯ୍ୟ। ନହେଲେ ଫାଇନ୍ କାଟିଦେବ ଟ୍ରାଫିକ୍ ପୁଲିସ। ଦୁର୍ଘଟଣାରେ ବି ଜୀବନ ଯିବାର ବିପଦ। ସଚେତନତା ହେଉକି ଭୟ ହେଲମେଟ୍ ପିନ୍ଧନ୍ତି ସମସ୍ତେ। ହେଲେ କେଶ ସମସ୍ୟା ପାଇଁ ହେଲମେଟ୍ ପିନ୍ଧିବାକୁ ଅରାଜି ହୁଅନ୍ତି ପ୍ରାୟ ଲୋକ। ତେବେ କଣ ସତରେ ଚନ୍ଦା କରି ଦେଉଛି ହେଲମେଟ୍ ? ଜାଣନ୍ତୁ... ଏନେଇ କଣ କହୁଛନ୍ତି ବିଶେଷଜ୍ଞ ? 

ଡର୍ମାଟୋଲୋଜିଷ୍ଟ ଏବଂ ମେଡିକାଲ୍ ଏକ୍ସପର୍ଟଙ୍କ ଅନୁଯାୟୀ, ପୁରୁଷଙ୍କ ଚନ୍ଦା ହେବାର ପ୍ରମୁଖ କାରଣ ହେଉଛି ଏଣ୍ଟ୍ରୋଜେନିକ୍ ଏଲୋପେସିଆ। ଅର୍ଥାତ୍ ମେଲ୍ ପାର୍ଟନ ବ୍ଲାଡନେସ୍। ଏହା ସମ୍ପୂର୍ଣ୍ଣ ଭାବେ ଜେନେଟିକ୍ ଏବଂ ହର୍ମୋନାଲ୍। ମୁଣ୍ଡରେ କିଛି ଜିନିଷ ପିନ୍ଧିବା ଦ୍ଵାରା ଆପଣଙ୍କ କେଶର ଫଲିକିଲ୍ସର ଡିଏନଏ ବଦଳେନି। ହେଲେ ହେଲମେଟ୍‌କୁ ଭୁଲ୍ ଭାବରେ ପିନ୍ଧିଲେ କେଶ ଦୁର୍ବଳ ହୋଇଥାଏ। ପରିଷ୍କାର ପରିଚ୍ଛନ୍ନତା ରକ୍ଷା କଲେ କେଶ ଝଡ଼େ ନାହିଁ। ଅର୍ଥାତ୍ ହେୟାର ଲସ୍ ପାଇଁ ହେଲମେଟ୍ ସିଧା ସଳଖ ଦାୟୀ ନୁହେଁ।

ସେହିପରି ମହିଳାଙ୍କ ଥାଇରଏଡ୍ ଏବଂ ପିସିଓଡି ପାଇଁ ହେୟାର୍ ଫଲ୍ ହୁଏ। ହେଲେ ତୁଛାଟାରେ ହେଲମେଟ୍ ବଦନାମ୍ ହୁଏ। ଯଦି ମହିଳାମାନେ ଟାଇଟ୍ ପୋନିଟେଲ୍ କରି ହେଲମେଟ୍ ପିନ୍ଧନ୍ତି ତାହେଲେ ଘର୍ଷଣ ହୋଇ କେଶ ଝଡ଼ିପାରେ। କିନ୍ତୁ ସେମାନେ ଅସଲ କାରଣ ନଜାଣି ହେଲମେଟକୁ ଦାୟୀ କରନ୍ତି। ତେବେ ଟାଇଟ୍ ହେଲମେଟ୍ ପିନ୍ଧିବା ଦ୍ଵାରା କେଶ ଦୁର୍ବଳ ହୋଇପାରେ। ଅଧିକ ସମୟ ଯାଏଁ ପିନ୍ଧିବା ଦ୍ଵାରା ମୁଣ୍ଡରୁ ଝାଳ ବାହାରେ। ଏହି ଝାଳ ଏବଂ ମଇଳା ମୁଣ୍ଡରେ ଜୀବାଣୁ ଏବଂ ଫଙ୍ଗଲ୍ ସଂକ୍ରମଣକୁ ଜନ୍ମ ଦିଏ। ଯାହା ଦ୍ୱାରା ରୁପି ବୃଦ୍ଧି ପାଏ ଏବଂ କେଶ ମୂଳରୁ ଦୁର୍ବଳ ହୋଇ ଭାଙ୍ଗିବାକୁ ଲାଗେ। 

କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇଁ ପ୍ରଥମେ ନିଜ ଫିଟିଂର ହେଲମେଟ୍ ପିନ୍ଧନ୍ତୁ। ଏହାକୁ ପରିଷ୍କାର ପରିଚ୍ଛନ ରଖନ୍ତୁ। ହେଲମେଟ୍ ପିନ୍ଧିବା ପୂର୍ବରୁ ମୁଣ୍ଡରେ ସୂତା କପଡା କିମ୍ଵା ରୁମାଲ ବାନ୍ଧନ୍ତୁ। ଏହା ଝାଳକୁ ଶୁଖାଇଦେବ। ସେହିପରି ଓଦା କେଶରେ କେବେବି ହେଲମେଟ ପିନ୍ଧନ୍ତୁ ନାହିଁ କାରଣ ଓଦା କେଶ ସବୁଠାରୁ ଦୁର୍ବଳ ହୋଇଥାଏ ଏବଂ ଘର୍ଷଣ ଯୋଗୁଁ ଶୀଘ୍ର ଝଡ଼ିଯାଏ।

ଏହି ଖବରଟିକୁ ପଢନ୍ତୁRelationship Tips : ସମ୍ପର୍କରେ ବାନ୍ଧନ୍ତୁ ମଜଭୁତ ଡୋର, ଦାମ୍ପତ୍ୟ ଜୀବନରେ ଧନ୍ୟବାଦ ଦେବାକୁ ଭୁଲନ୍ତୁନି