ନୂଆଦିଲ୍ଲୀ ୨୧/୦୫: ଘର ପରିବାର ଓ ବ୍ୟସ୍ତ ବହୁଳ ଜୀବନ ଭିତରେ ରହି ଦମ୍ପତି ପରସ୍ପରଙ୍କୁ କୌଣସି କାମ ପରେ ଧନ୍ୟବାଦ୍ ଦେବାକୁ ଏକପ୍ରକାର ଭୁଲିଗଲେଣି । ଆଜିକାଲି ବିବାହର କିଛି ବର୍ଷ ପରେ ପତ୍ନୀଙ୍କ ଦ୍ୱାରା କରାଯାଉଥିବା ସମସ୍ତ କାମକୁ ପତୀ ସେମାନଙ୍କ ଦାୟିତ୍ୱ ଭାବି ନେଉଛନ୍ତି । କିନ୍ତୁ କେବେ ଭାବିଛନ୍ତି ସାମାନ୍ୟ ଧନ୍ୟବାଦ୍ ଦେବା ଦ୍ୱାରା ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କର ଡୋର ମଜଭୁତ ହେବା ସହ ନିବିଡ଼ତା ଆସିଥାଏ । ଚାଲନ୍ତୁ ଜାଣିବା ବୈବାହିକ ଜୀବନକୁ କେମିତି ଆହୁରି ଭଲ କରିପାରିବା ହିଲର୍ ଓ ସାଇକୋଥେରାପିଷ୍ଟ ଡାକ୍ତର ଚାନ୍ଦନୀ ତୁଗନୈତ୍‌ଙ୍କ ଠାରୁ ।

ଧନ୍ୟବାଦ୍ କରିବା କାହିଁକି ଜରୁରି?

ପ୍ରାୟ ଦମ୍ପତିଙ୍କର ଧାରଣା ଯେ ଯଦି ସମ୍ପର୍କ ନିବିଡ଼ ହୋଇଥାଏ, ତେବେ ଧନ୍ୟବାଦ୍ କହିବା କାହିଁକି ଜରୁରି? କିନ୍ତୁ ବିଶେଷଜ୍ଞଙ୍କ ମତରେ ଯଦି ସାଥୀଙ୍କୁ ଧନ୍ୟବାଦ୍ କହନ୍ତି, ତେବେ ତାଙ୍କୁ ଲାଗିଥାଏ ଯେ ଏବେବି ମୋ ପ୍ରୟାସର ଗୁରୁତ୍ୱ ରହିଛି ।

​​​​​​​

ଧନ୍ୟବାଦ୍ ଭିନ୍ନ ଭିନ୍ନ ଉପାୟ :

ସବୁବେଳେ ଧନ୍ୟବାଦ୍ ପାଟିରେ କହିବାକୁ ପଡି ନଥାଏ । ଯଦି ସକାଳେ ପତ୍ନୀ ଚା’ ଦିଅନ୍ତି, ତେବେ ସାମାନ୍ୟ ହସି ଦେଇ ଧନ୍ୟବାଦ୍ କହିପାରିବେ । ସେହିପରି ଅଫିସରେ କର୍ମବ୍ୟସ୍ତ ଥିବା ବେଳେ ହ୍ୱାଟସ୍ ଆପ୍‌ କୌଣସି ସରପ୍ରାଇଜ୍ ନୋଟ୍ ଦେଇ ପାରିବେ ।

ଆହୁରି ପଢ଼ନ୍ତୁ...ସମ୍ପର୍କ ପାଇଁ କ୍ଷତିକାରକ ହୋଇପାରେ ଅନ୍ଧ ଭଳି ଭରସା, ଜାଣନ୍ତୁ କ’ଣ କରିବା ଅନୁଚିତ୍