ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ, ସାମିଲ ହେବେ ରାହୁଲ ଗାନ୍ଧୀ ଓ କେଜ୍ରିଓ୍ବାଲ !

Published By : Tapas Panda | November 27, 2024 6:11 PM

ରାଞ୍ଚି: ଝାଡ଼ଖଣ୍ଡ ନିର୍ବାଚନରେ ଇଣ୍ଡି ମେଣ୍ଟର ବିଜୟ ପରେ ଜେଏମଏମ୍‌ ମୁଖ୍ୟ ହେମନ୍ତ ସୋରେନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି । ନଭେମ୍ବର ୨୮ (ଗୁରୁବାର) ଶପଥ ନେଇପାରନ୍ତି ହେମନ୍ତ ସୋରେନ ।  ଏହି ଶପଥ ଗ୍ରହଣ ଉତ୍ସବରେ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ଯୋଗ ଦେଇପାରନ୍ତି । ସେହିଭଳି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସମେତ ଇଣ୍ଡି ମେଣ୍ଟର ଅନ୍ୟ ପ୍ରମୁଖ ନେତା ସାମିଲ ହୋଇପାରନ୍ତି । 

ଏବେ ଏବେ ଶେଷ ହୋଇଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମଏମ୍‌ ନେତୃତ୍ବାଧୀନ ମେଣ୍ଟ ପୁଣି ଥରେ କ୍ଷମତାକୁ ଫେରିଛି । ୮୧ରୁ ୫୬ ଆସନରେ ମେଣ୍ଟ ବାଜିମାତ୍‌ କରିଛି । ହେଲେ ସରକାର ପରିବର୍ତ୍ତନ କରିବାକୁ ସବୁ ବଳ ଖଟାଇଥିଲେ ସୁଦ୍ଧା ବିଜେପି ନେତୃତ୍ବାଧୀନ ଏନଡିଏ କେବଳ ୨୪ ଆସନରେ ବିଜୟୀ ହୋଇଛି ।  ହେମନ୍ତ ସୋରେନ ବରହୈଟ ଆସନରେ ବିଜେପି ପ୍ରାର୍ଥୀଙ୍କୁ ୩୯,୭୯୧ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି । ଜେଏମଏମ୍‌ ୪୩ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୩୪ ଆସନରେ ବିଜୟୀ ହୋଇଛି ।  

ସେହିଭଳି କଂଗ୍ରେସ ୧୬, ଆରଜେଡି ୪ ଏବଂ ସିପିଆଇ (ଏମଏଲ୍‌)ର ୨ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଆସନ୍ତାକାଲି ହେମନ୍ତ ସୋରେନ ଶପଥ ନେଲେ ତାଙ୍କ ମନ୍ତ୍ରୀମଣ୍ଡଳରେ ଆରଜେଡିର ଜଣେ ବିଧାୟକଙ୍କୁ ସାମିଲ କରାଯାଇପାରେ ବୋଲି କୁହାଯାଉଛି । ସେପଟେ ଇଣ୍ଡି ମେଣ୍ଟ ହେମନ୍ତ ସୋରେନଙ୍କୁ ବିଧାୟକ ଦଳ ନେତା ଚୟନ କରିବା ପରେ  ରବିବାର ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗଓ୍ବାରଙ୍କୁ ଭେଟି ସେ ସରକାର ଗଠନ ନେଇ ଦାବିପତ୍ର ଦେଇଛନ୍ତି ।  ନଭେମ୍ବର ୧୫, ୨୦୦୦ରେ ବିହାରଠୁ ଅଲଗା ହେବା ପରେ ଝାଡ଼ଖଣ୍ଡର ୧୪ ତମ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସାରେନ ଶପଥ ନେବାକୁ ଯାଉଛନ୍ତି ।  ସେ ଚତୁର୍ଥ ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.