ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ହେମନ୍ତ ସୋରେନଙ୍କ ଜେଏମଏମକୁ ବମ୍ପର ବିଜୟ ମିଳିବା ପରେ ହେମନ୍ତ ସୋରେନ୍ ଝାଡଖଣ୍ଡର ନୂତନ ସିଏମ୍ ହେବା ନିଶ୍ଚିତ ହୋଇଛି ଏବଂ ତାଙ୍କ ଶପଥ ଗ୍ରହଣ ସମାରୋହ ୨୮ ନଭେମ୍ବରରେ ଅନୁଷ୍ଠିତ ହେବ । ହେମନ୍ତ ସୋରେନ ସିଏମ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ନିର୍ବାଚନରେ ବିଜୟ ପରେ ବର୍ତ୍ତମାନ ନୂତନ ସିଏମ ଭାବେ ଶପଥ ଗ୍ରହଣ କରିବେ । ସୂଚନାଥାଉ କି, ଯେ ବିଧାନସଭାର ୮୧ ଟି ଆସନ ମଧ୍ୟରୁ ଜେଏମ୍ଏମ୍ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ୫୬ ଟି ଆସନ ଜିତିଛି । ଏହି ସଂଖ୍ୟା ମ୍ୟାଜିକ ନମ୍ବର ୪୧ ଆସନ ଠାରୁ ୧୫ ଅଧିକ ।
ଜେଏମ୍ଏମ୍ କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍ କହିଛନ୍ତି ଯେ, ନଭେମ୍ବର ୨୮ ରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଆମେ (ଇଣ୍ଡି ମେଣ୍ଟ) ମିଳିତ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିଛୁ । ସେହି ପରିପ୍ରେକ୍ଷୀରେ ଆମେ ରାଜ୍ୟପାଳଙ୍କ ଆଗରେ ସରକାର ଗଠନ କରିବାକୁ ଦାବି କରିଛୁ। ମୁଁ ତାଙ୍କୁ ମୋର ଇସ୍ତଫା ମଧ୍ୟ ଦେଇଛି… କଂଗ୍ରେସ ଏବଂ ଆରଜେଡି ଇନ୍-ଚାର୍ଜ ମଧ୍ୟ ଏଠାରେ ଉପସ୍ଥିତ ଥିଲେ । ୨୮ ନଭେମ୍ବରରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏଥି ସହିତ, ବିଜେପି ମିଳିତ ମଞ୍ଚ ନିର୍ବାଚନରେ ୨୪ ଟି ସିଟ୍ ଜିତିଛି, ଯାହାକି ସଂଖ୍ୟା ଗରିଷ୍ଠତା ଠାରୁ ୧୩ ଟି ସିଟ୍ କମ୍।