ପାଟଣା, ୨୪/୧୧: ଏନଏଚ ୪୯ ଚିଲିଦା ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଲା ବ୍ରଏଲର କୁକୁଡ଼ା ବୋଝେଇ ପିକ୍ ଅପ୍ ଭ୍ୟାନ୍ । ଦୁର୍ଘଟଣା ପରେ ପିକଅପ୍‌ ଭ୍ୟାନ୍‌ରୁ କୁକୁଡ଼ା ବୋହିନେଲେ ଲୋକେ । ଗାଡ଼ିଟି ଅନୁଗୁଳରୁ ରାରରଙ୍ଗପୁରକୁ କୁକୁଡ଼ା ନେଇ ଯାଉଥିଲା  । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । 

ସୂଚନା ମୁତାବକ, ଏକ କୁକୁଡ଼ା ବୋଝେଇ ପିକଅପ୍‌ ଭ୍ୟାନ୍ ଅନୁଗୁଳରୁ ରାରରଙ୍ଗପୁରକୁ ଯାଉଥିଲା । ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ ଭ୍ୟାନ୍‌ଟି ଭରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏହା ଦେଖି ସ୍ଥାନୀୟଲୋକେ ଦୌଡ଼ି ଆସି ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଦୁର୍ଘଟଣା ପରେ ଗାଡି ଭିତରେ କିଛି କୁକୁଡ଼ା ମରି ଯାଇଥିବା ବେଳେ ଅନେକ କୁକୁଡ଼ାକୁ ଲୋକେ ବୋହି ନେଇ ଯାଇଥିଲେ । କୁକୁଡ଼ା ଗୁଡିକୁ ଲୋକେ ବାଇକ୍‌ରେ ମଧ୍ୟ ବୋହି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।