ଭୁବନେଶ୍ବର, ୨୯/୧୦ : ଡ୍ୟାନ୍ସ ବାରକୁ ନେଇ ଆସିଲା ବଡ଼ ଖବର । ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏଣିକି ଡ୍ୟାନ୍ସ ବାରରେ ନାଚି ପାରିବେନି ଯୁବତୀ । କେବଳ ଗୀତ ଗାଇବା ଓ ମ୍ୟୁଜିକାଲ ଆରକେଷ୍ଟ୍ରା ପାଇଁ ମିଳିଲା ଅନୁମତି । ୨୧ବର୍ଷରୁ କମ୍ ଯୁବତୀଙ୍କୁ ବାରରେ କାମ କରିବାକୁ ମିଳିବନି ଅନୁମତି ।
ବାର ଭିତରେ ସିସିଟିଭି ଲଗାଇବାକୁ ବାଧ୍ୟତା ମୂଳକ କରାଯାଇଛି । ୩ ମାସ ଷ୍ଟୋରେଜ ଥିବା ପରି ଲାଗିବ ସିସିଟିଭି । ସେହିଭଳି ଭାବେ ଷ୍ଟେଜ ୩ଫୁଟ ଉଚ୍ଚତା ଥିବାବେଳେ ଗ୍ରାହକମାନେ ୫ଫୁଟ ଦୂରତାରେ ବସିବେ । ଅଶ୍ଳୀଳ ଡ୍ରେସ ପିନ୍ଧି ଯୁବତୀ କାମ କରିପାରିବେ ନାହିଁ । ଷ୍ଟେଜ ଉପରକୁ ଟଙ୍କା ଫିଙ୍ଗି ପାରିବେ ନାହିଁ ଗ୍ରାହକ ବୋଲି ଆସିଛି ଗାଇଡ଼ ଲାଇନ ।