ପ୍ରମୂଖ ଖବର
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କସରତ: ୪ରେ ବିଧାୟକ ଦଳ ବୈଠକ ପରେ ନାମ ଘୋଷଣା, ୫ରେ ଶପଥ ସମାରୋହ
  • ||
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା, ଓଡ଼ିଶା ଲୋକସେବା ଆୟୋଗ ଉପରେ ବର୍ଷିଲେ ହାଇକୋର୍ଟ

କଟକ,୨୧/୧୧ : ହାଇକୋର୍ଟରେ ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲାରେ ଓଡିଶା ଲୋକସେବା ଆୟୋଗ ଉପରେ ବର୍ଷିଲେ ହାଇକୋର୍ଟ। ଓପିଏସସି ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ। ନିଯୁକ୍ତିରେ ଅନିୟମିତତା ନେଇ ହୋଇଛି ଅଭିଯୋଗ। ଡେଣ୍ଟାଲ ସର୍ଜନ ମେରିଟ ଲିଷ୍ଟ ମଗାଇଥିଲେ ହାଇକୋର୍ଟ। ତାହା ଦେବାରେ ସକ୍ଷମ ହୋଇ ନଥିଲା ଓପିଏସସି। ଭୀଷଣ ବିରକ୍ତ ପ୍ରକାଶ କଲେ ମୁଖ୍ୟ ବିଚାରପତି। ମେରିଟ ଲିଷ୍ଟ ସହିତ ଓପିଏସସି ଅଧ୍ୟକ୍ଷ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ। ଆସନ୍ତା ସୋମବାର ବ୍ୟକ୍ତିଗତ ଭାବେ ହାଜର ହେବେ ଓପିଏସସି ଅଧ୍ୟକ୍ଷ।

ଗତ ଏପ୍ରିଲ ୨୦ରେ ୧୯୭ଟି ଡେଣ୍ଟାଲ ସର୍ଜନ ଗ୍ରୁପ-ଏ (ଜୁନିୟର ବ୍ରାଞ୍ଚ) ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଜୁଲାଇ ୨୪ରେ ସଂଶୋଧିତ ବିଜ୍ଞପ୍ତି ଜାରି କରାଯାଇଥିଲା । ଲିଖିତ ପରୀକ୍ଷାରେ ସଫଳ ହେବା ପରେ ଆବେଦନକାରୀଙ୍କ ସମେତ ୧୭୫ ଜଣଙ୍କୁ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଡକାଯାଇଥିଲା । କିନ୍ତୁ ଡିସେମ୍ବର ୪ରେ ୮୧ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଜ୍ଞପ୍ତି ପ୍ରକାଶ ପରେ ଡେଣ୍ଟାଲ ସର୍ଜନ ଛାତ୍ରଛାତ୍ରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସବୁ ଯୋଗ୍ୟତା ଥିବା ଆବେଦନକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଆବେଦନ‌ରେ ଉଲ୍ଲେଖ କରାଯାଇଛି। ଆଜି ଏହି ମାମଲାର ଶୁଣାଣି କରି ଓପିଏସସି ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.