ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବଜାରରେ ମିଳୁଛି ନକଲି ଡାଳଚିନି, ୧୨ଟି ବ୍ରାଣ୍ଡରୁ ମିଳିଲା କାଚଗୁଣ୍ଡ

Published By : Swapna Ray | October 10, 2024 4:08 PM

ୱାଶିଂଟନ୍, ୧୦।୧୦: ଖାଦ୍ୟ-ମସଲାରେ ଅପମିଶ୍ରଣ ଖବର ଦିନକୁ ଦିନ ବଢ଼ିବାରେ ଲାଗିଛି । ପୂର୍ବରୁ ଭାରତୀୟ ମସଲାରେ ଅପମିଶ୍ରିତ ଖବର ସାମନାକୁ ଆସିଥିଲା । ଫଳରେ ଏମ୍‌ଡିଏଚ୍‌ ଓ ଏଭରେଷ୍ଟ ଭଳି ଦୁଇଟି ନାମୀଦାମୀ ମସଲା କମ୍ପାନୀର ମସଲାକୁ ବ୍ୟାନ୍ କରିଥିଲେ ନେପାଳ, ସିଙ୍ଗାପୁର ଭଳି ଦେଶ । ଏବେ ପୁଣି ବଜାରରେ ମିଳୁଛି ଆଉ ଏକ ନକଲି ମସଲା । ଯାହାକୁ ଆମେ ଦୈନିକ ରୋଷେଇ ଘରେ ବ୍ୟବହାର କରିଥାଉ । ଏଥିରେ ଯେଉଁ ପଦାର୍ଥ ମିଶାଯାଉଛି, ତାହା ଶୁଣିଲେ ଆପଣଙ୍କ ମୁଣ୍ଡର ହାତ ଦେବେ । 

ଭାରତର ଲୋକପ୍ରିୟ ମସଲା ମଧ୍ୟରୁ ଗୋଟିଏ ଡାଳଚିନି । ଯାହା ଘରେ ଘରେ ବ୍ୟବହାର କରାଯାଏ । ଏହାର ସ୍ଵାଦ ହାଲକା ମିଠା । ହଟ୍ ଚକୋଲେଟ୍, କଫି ଏବଂ ଅଟୋମିଲ୍ ଏବଂ ବେକିଂରେ ମଧ୍ୟ ଏହାର ବ୍ୟବହାର କରାଯାଏ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରତ୍ୟେକ ରୋଷେଇ ଘରେ ମସଲା ଭାବେ ବ୍ୟବହାର ହେଉଥିବା ଏହି ମସଲାରେ ବି ମିଶାଯାଉଛି ନକଲି ସାମଗ୍ରୀ । ନିକଟରେ ଡାଳଚିନିକୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ । ଡାଳଚିନି ପାଉଡରରେ ମିଶୁଛି କାଚଗୁଣ୍ଡ । ଆମେରିକାର ୧୨ଟି ବ୍ରାଣ୍ଡର ଡାଳଚିନି ପାଉଡର୍‌ ଏବଂ ମସଲା ପାଉଡରରେ ଲୁହା ଗୁଣ୍ଡ ମିଳିଛି । ଖାଦ୍ୟ ସୁରକ୍ଷା ବୈଜ୍ଞାନିକମାନେ ଡାଳଚିନିରୁ କାଚଗୁଣ୍ଡ ଚିହ୍ନଟ କରିଛନ୍ତି । ତେବେ ଆମେରିକାରେ ମିଳୁଥିବା ଡାଳଚିନିରେ ଏଭଳି ଅପମିଶ୍ରିତ ତଥ୍ୟ ପଦାର୍ଥ ମିଶାଯାଉଥିବା ଜଣାପଡ଼ିଛି । 

କହିରଖୁ କି, ଖାଦ୍ୟ ସୁରକ୍ଷା ବୈଜ୍ଞାନିକମାନେ ବଜାରରେ ବିକ୍ରି ହେଉଥିବା ୩୬ ପ୍ରକାରର ଡାଳଚିନି ପାଉଡର ଏବଂ ଡାଳଚିନି ଯୁକ୍ତ ମସଲା, ଗରମ ମସଲା, ଏବଂ ଅନ୍ୟ ୫ ପ୍ରକାର ମସଲାର ପରୀକ୍ଷଣ କରିଥିଲେ । ଏହିସବୁ ମସଲାଗୁଡ଼ିକ କନେକ୍ଟିକଟ୍, ନ୍ୟୁ ଜର୍ସି, ନ୍ୟୁୟର୍କର କିଛି ଦୋକାନ ଏବଂ ଅନଲାଇନ୍‌ରୁ ମିଳୁଥିବା ମୋଟ୍ ୧୭ଟି ଦୋକାନରୁ ସଂଗ୍ରହ କରାଯାଇଥିଲା । ଏହି ୩୬ ପ୍ରକାର ପାଉଡରରୁ ୧୨ଟିରୁ ମିଳିଥିଲା କାଚଗୁଣ୍ଡ । ଏହି ମସଲାରୁ ମିଳିଥିଲା ୧ ପିପିଏମ୍‌ରୁ ଅଧିକ କାଚଗୁଣ୍ଡ ଭାଗ । କାଚଗୁଣ୍ଡ ମିଶ୍ରଣ ହୋଇଥିବା ଏହି ୧୨ଟି ମସଲା ହେଲା:- ପାରସ୍ ସିନାମନ୍ ପାଉଡର, ଇଜିଏନ୍ ସିନାମନ୍ ପାଉଡର, ମିମିସ୍ ପ୍ରଡକ୍ଟସ୍ ଗ୍ରାଉଣ୍ଡ୍ ସିନାମନ୍, ବାଉଲ୍ ଆଣ୍ଡ୍ ବାସ୍କେଟ୍ ଗ୍ରାଉଣ୍ଡ୍ ସିନାମନ୍, ରାନୀ ବ୍ରାଣ୍ଡ୍ ଗ୍ରାଉଣ୍ଡ୍ ସିନାମନ୍, ଜାରା ଫୁଡ୍‌ସ୍ ସିନାମନ୍ ପାଉଡର୍, ଥ୍ରି ରିଭରସ୍ ସିନାମନ୍ ଷ୍ଟିକ୍ ପାଉଡର୍, ୟୁ ୟେ ବ୍ରାଣ୍ଡ୍ ଫାଇଭ୍ ସ୍ପାଇସ୍ ପାଉଡର୍, ବେଲିଫେଙ୍ଗ୍ ଫାଇଭ୍ ସ୍ପାଇସ୍ ପାଉଡର୍, ସ୍ପାଇସ୍ କିଙ୍ଗ୍ ଫାଇଭ୍ ସ୍ପାଇସ୍ ପାଉଡର୍, ବାଦିଆ ସିନାମନ୍ ପାଉଡର୍, ଦିପ୍ ସିନାମନ୍ ପାଉଡର୍ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.