ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଡାଳଚିନି ପାଉଡରରେ ମିଶୁଛି ଲୁହାଗୁଣ୍ଡ ! ଜାଣନ୍ତୁ

Published By : Anindita Ratha | October 10, 2024 1:17 PM

ନୂଆଦିଲ୍ଲୀ,୧୦/୧୦:  ଆମ ଦେଶରେ ପ୍ରତ୍ୟେକ ଲୋକଙ୍କ ରୋଷେଇ ଘରେ ଡାଲଚିନି ଅନେକ ଖାଦ୍ୟରେ ବ୍ୟବହାର କରାଯାଏ। ରୋଷେଇ ଘରେ ଡାଲଚିନି ସ୍ଥାନ ଆଉ କେହି ନେଇପାରିବେ ନାହିଁ। ହଟ୍ ଚକୋଲେଟ୍, କଫି ଏବଂ ଅଟୋମିଲ୍ ଏବଂ ବେକିଂରେ ହୁଏ ଏହାର ବ୍ୟବହାର। ସୁପ୍ ଏବଂ ଆମିଷ ଖାଦ୍ୟରେ ଏହା ସ୍ୱାଦକୁ ଦ୍ୱିଗୁଣିତ କରେ। ଏହା ସହିତ ଏଥିରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର କରିବାର କ୍ଷମତା ଅଛି। ହେଲେ ଆପଣ ଜାଣନ୍ତି କି ପ୍ରତ୍ୟେକ ରୋଷେଇ ଘରେ  ମସଲା ଭାବେ ବ୍ୟବହାର ହେଉଥିବା ଏହି ମସଲା କେତେ ସୁରକ୍ଷିତ ? 

ତେବେ ଡାଳଚିନିକୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ। ଡାଳଚିନି ପାଉଡରରେ ମିଶୁଛି ଲୁହାଗୁଣ୍ଡ। ଆମେରିକାର ୧୨ଟି ବ୍ରାଣ୍ଡ୍‌ର ଡାଳଚିନି ପାଉଡର୍‌ ଏବଂ ମସଲା ପାଉଡରରେ ଲୁହା ଗୁଣ୍ଡ ମିଳିଛି। ଖାଦ୍ୟ ସୁରକ୍ଷା ବୈଜ୍ଞାନିକଡାଳଚିନିରୁ ଲୁହାଗୁଣ୍ଡ ଚିହ୍ନଟ କରିଛନ୍ତି।  ସୂଚନାନୁଯାୟୀ, ଖାଦ୍ୟ ସୁରକ୍ଷା ବୈଜ୍ଞାନିକମାନେ ବଜାରରେ ବିକ୍ରି ହେଉଥିବା ୩୬ ପ୍ରକାରର ଡାଳଚିନି ପାଉଡର ଏବଂ ଡାଳଚିନି ଯୁକ୍ତ ମସଲା, ଗରମ ମସଲା, ଏବଂ ଅନ୍ୟ ୫ ପ୍ରକାର ମସଲାର ପରୀକ୍ଷଣ କରିଥିଲେ। ଏହି ସବୁ ମସଲା ଗୁଡ଼ିକ କନେକ୍ଟିକଟ, ନ୍ୟୁ ଜର୍ସି, ନ୍ୟୁୟର୍କ, ଏବଂ ଅନଲାଇନ୍‌ରେ ୧୭ଟି ଦୋକାନରୁ କିଣା ଯାଇଥିଲା। ଏହି ୩୬ ପ୍ରକାର ପାଉଡରରୁ ୧୨ଟିରୁ ଲୁହା ଗୁଣ୍ଡ ମିଳିଥିବା ସୂଚନା ମିଳିଛି। ଏହି ମସଲା ମିଶ୍ରଣରେ ଲୁହାଗୁଣ୍ଡ ଭାଗ ୧ ପିପିଏମ୍‌ରୁ ଅଧିକ ରହିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.