ପ୍ରମୂଖ ଖବର
  • ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା, ଆଜି ପୁଣି ପାଣି ଛାଡ଼ିବ ହୀରାକୁଦ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଯୁକ୍ତ ୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି, ଜୁନ୍ ୪ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ

Published By : Manoj | June 2, 2025 12:33 PM

ଭୁବନେଶ୍ୱର,୦୨/୦୬:  ପୁଣି ବଢ଼ିଲା ଯୁକ୍ତ ତିନି ନାମ ନାମଲେଖା ଆବେଦନ ଅବଧି। ଜୁନ୍‌୪ ତାରିଖ ଯାଏ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ବୁଧବାର ରାତି ୧୧ଟା ୪୫ ମିନିଟ୍ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍ ଆବେଦନ କରିପାରିବେ। ଛାତ୍ରଛାତ୍ରୀ ଅଭିଭାବକ ଦାବି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ନାମଲେଖା ଫର୍ମ ପୂରଣ ଅବଧି ସମୟକୁ ବଢ଼ାଇଥିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି।




ସୂଚନାଯୋଗ୍ୟ, ଯୁକ୍ତ ତିନି ନାମଲେଖା ପାଇଁ ଗତ ଏପ୍ରିଲ୍‌  ୧୬ ତାରିଖରୁ ଅନ୍‌ଲାଇନ  ଆବେଦନପତ୍ର ଆହ୍ୱାନ  ହୋଇଥିଲା । ଏହାର ଶେଷ ତାରିଖ ମେ ୨୦ ତାରିଖ ରହିଥିଲା । ଉଚ୍ଚମାଧ୍ୟମିକ  ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇନଥିବା କାରଣରୁ ଛାତ୍ରଛାତ୍ରୀ ଆବେଦନ କରିନଥିବା ନେଇ ଆଶଙ୍କା କରାଗଲା ।  ଏହାପରେ ଆବେଦନ ତାରିଖ ପୁଣି ଜୁନ୍‌ ୧ ତାରିଖ ଯାଏ ଉଚ୍ଚ ଶିକ୍ଷା ବିଭାଗ  ବଢ଼ାଇଥିଲା । ରବିବାର ରାତି ୧୧ଟା ୪୫  ସୁଦ୍ଧା ମୋଟ ୨ ଲକ୍ଷ ୫୮ ହଜାର ୯୧୧ ଜଣ ଆବେଦନ କରିଥିଲେ । ଏଥିରୁ ୨  ଲକ୍ଷ ୫୦ ହଜାର ୯୮୯ ଜଣ ଆବେଦନ ଫି ଦାଖଲ କରିଥିଲେ । ଅର୍ଥାତ୍‌ ୧୭  ହଜାର ୫୦୦ ସିଟ୍‌ର ଆବେଦନ ହୋଇନି । ଏହାକୁ ଦୃଷ୍ଟିରେ ରଖି ଜୁନ୍ ୪ ତାରିଖ ଯାଏ ପୁଣି ନାମଲେଖା ଆବେଦନ ଅବଧିକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବୃଦ୍ଧି କରାଯାଇଛି।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.