କେନ୍ଦ୍ରାପଡ଼ା, ୨୪/୦୫: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକଠାରେ ୫୩ ନମ୍ଵର୍ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ଘଟି ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛିl ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ବାଇକ୍ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଜଣକ ସଦର ଥାନା ଅନ୍ତର୍ଗତ ମାଗୁରଗଣ୍ଡ ପାଟଣା ଗାଁର ଜିତେନ୍ଦ୍ର ବେହେରା ବୋଲି ଜଣାପଡିଛି। 

ଖବର ମୁତାବକ, ଆଜି ଅପରାହ୍ନ ୪ଟା ବେଳେ କେନ୍ଦ୍ରାପଡା ସହର ମଧ୍ୟରୁ କାମ ସାରି ଏହି ୩ ଜଣ ଗୋଟିଏ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଜାତୀୟରାଜପଥରେ ଯାଉଥିବା ବେଳେ ଚଣ୍ଡିଖୋଲ ଆଡୁ ଆସୁଥିବା ଏକ ହାଇୱା ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ଆହତ ବ୍ୟକ୍ତିମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡି ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି। ତେବେ ଆହତ ଦୁଇଜଣ ଦେବେନ୍ଦ୍ର ମହାନ୍ତି ଓ ନରେଶ ବେହେରା ବୋଲି ଜଣାପଡିଛି l